ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶ କ୍ରମେ, ସଚିବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ, ଗତିଶ୍ଵର ଡିଗ୍ରୀ ମହାବିଦ୍ୟାଳୟ, ମାଳିସାହି, ନୟାଗଡ ଠାରେ ସୋସିଆଲ ମିଡିଆର ନିରାପତ୍ତା ଏବଂ ସାଇବର ଆଇନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଅଛି । ଅଧକ୍ଷ ସୁଶାନ୍ତ କୁମାର କର ସ୍ଵାଗତ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ସୋସିଆଲ ମିଡିଆର ନିରାପତ୍ତା ଏବଂ ସାଇବର ଆଇନ ଉପରେ ବାଖ୍ୟା କରିବା ସହିତ ପ୍ରଶ୍ନୋତ୍ତର ମାଧ୍ୟମରେ ଯୁବପିଢିଙ୍କୁ ସଚେତନ କରାଇଥିଲେ। ଡି.ଏସ.ପି. ସୁକାନ୍ତ କୁମାର ପାତ୍ର ସାଇବର ଆଇନ ଓ ଏହାର ନିରାକରଣ ଉପରେ ବର୍ଣ୍ଣନା କରିଥିଲେ। ବରିଷ୍ଠ ଆଇନଜୀବି ରମେଶ ଚନ୍ଦ୍ର…
Read MoreYear: 2024
ଜାତୀୟ ସେବା ଯୋଜନା ସ୍ଥାପନା ଦିବସ ପାଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ଲାଠିପଡାସ୍ଥିତ ମଡେଲ ଡିଗ୍ରୀ କଲେଜ ଠାରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଏହାର ସ୍ଥାପନା ଦିବସ ଓ ନୂତନ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀମାନଙ୍କର ଅଭିମୁଖୀକରଣ ଉତ୍ସବ ଏକତ୍ର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମହାମନିଷୀମାନଙ୍କର ଉଦ୍ଧୃତି ସମ୍ବଳିତ ଫଟୋଚିତ୍ର ପ୍ରଦର୍ଶନୀକୁ ପ୍ରଥମେ ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀ ଉଦଘାଟନ କରି ସଭାରେ ପୌରୋହିତ୍ୟ କରିଥିବା ବେଳେ ଜାତୀୟ ସେବା ଯୋଜନା ନୟାଗଡ ଜିଲ୍ଲା ସଂଯୋଜକ ଡକ୍ଟର ଚିତ୍ତରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ସଭାରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସମାଜସେବା ସ୍ରୋତରେ ସାମିଲ ହେବା ପାଇଁ ପ୍ରୋତ୍ସାହିତ କରିଥିଲେ। ଉତ୍ସବରେ କଲେଜର ପ୍ରୋଗ୍ରାମ ଅଫିସର ସୁନୀଲ କୁମାର ମଲ୍ଲିକ ଓ ଦୀପିକା ରାଣୀ ଟୁରୁକ ଶିକ୍ଷାର୍ଥୀମାନଙ୍କ ଭିତରେ ସ୍ବେଚ୍ଛାକୃତ ସେବା ମନୋବୃତ୍ତି ଜାଗ୍ରତ ହେବା ଅତ୍ୟନ୍ତ ଯୁଗପୋଯୋଗୀ ଦର୍ଶାଇଥିଲେ।ଏହି ଉତ୍ସବ ପରିପ୍ରେକ୍ଷୀରେ ଆୟୋଜିତ…
Read Moreକ୍ରୀଡା ଓ ଯୋଗର ମହତ୍ତ୍ଵ ଅତୁଳନୀୟ କହିଲେ ଦଶପଲ୍ଲା ବିଧାୟକ
ନୂଆଗାଁ:(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ, ଚାହାଳି ଠାରେ ନୟାଗଡ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନ ତରଫରୁ ଜିଲ୍ଲା ସ୍ତରୀୟ ବ୍ୟାଡ ମିଣ୍ଟନ, ଚେସ, ଯୋଗ ମନୋନୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ର ସଭାପତି ରାଜଶ୍ରୀ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ କ୍ରୀଡା ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କ ଶାରିରୀକ, ମାନସିକ ଏବଂ ସାମାଜିକ ବିକାଶ ହୋଇଥାଏ,ତେଣୁ ଛାତ୍ର ଛାତ୍ରୀ ମାନେ ପାଠ ପଢ଼ିବା ସହିତ କ୍ରୀଡା, ଯୋଗକୁ ମଧ୍ୟ ଗୁରୁତ୍ଵ ଦେବାର ଆବଶ୍ୟକତା ରହିଛି ବୋଲି ଦଶପଲ୍ଲା ବିଧାୟକ…
Read Moreଓଡ଼ିଶା ଦଶମ ଆଦର୍ଶ ବିଦ୍ୟାଳୟ ସଂଗଠନ ପ୍ରତିଷ୍ଠା ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସମସ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଡ଼ିକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମିଳିତ ସହଯୋଗରେ ଓଡ଼ିଶା ଦଶମ ଆଦର୍ଶ ବିଦ୍ୟାଳୟ ସଂଗଠନ ପ୍ରତିଷ୍ଠା ଦିବସ, ନୟାଗଡ ଜିଲ୍ଲା ପରିଷଦ କାଯ୍ୟାଳୟ ସୃଜନ ପ୍ରକୋଷ୍ଠରେ ପାଳନ କରାଯାଇଅଛି। ଏଥିରେ ମୁଖ୍ୟ ଅତିଥିଭାବେ ନୟାଗଡ ଜିଲ୍ଲାପରିଷଦ ଅଧ୍ୟକ୍ଷ ତଥା ଇଜିନିଇର ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ସିଡ଼ିଓ ଶ୍ରୀ ଦେବୋଦତ୍ତ ପଣ୍ଡା, ଅତିରିକ୍ତ ପୋଲିସ ନିରୀକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ପ୍ରମୁଖ ଯୋଗଦେଇଥିଲେ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ଶ୍ରୀମତୀ ଜ୍ୟୋତ୍ସ୍ନା ନାୟକ ଅଧ୍ୟକ୍ଷ ନୋତର ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ ନୂଆଗାଁ ବିଦ୍ୟାଳୟର ଅଧକ୍ଷ ଧନ୍ୟବାଦ୍ ଭାଷଣ ରଖିଥିଲେ। ଦ୍ୱିତୀୟ…
Read Moreନୟାଗଡ଼ରେ ଟ୍ରେଡୟୁନିଅନମାନଙ୍କ କଳାଦିବସ ପାଳନ
ଏହି ପ୍ରତିବାଦ ବିକ୍ଷୋଭରେ ବିଦ୍ୟୁତ କ୍ଷେତ୍ରର ଘରୋଇକରଣ ପ୍ରକ୍ରିୟାକୁ ଘୋର ବିରୋଧ କରାଯାଇଛି। ନୟାଗଡ଼, (ନୟାଗଡ଼ ଦର୍ପଣ): କେନ୍ଦ୍ରୀୟ ଟ୍ରେଡୟୁନିଅନ ମାନଙ୍କ ସର୍ବଭାରତୀୟ ଆହ୍ଵାନ କ୍ରମେ ତା୨୩.୦୯.୨୦୨୪ ରେ ନୟାଗଡ଼ରେ କଳାଦିବସ ପାଳନ କରାଯାଇ କେନ୍ଦ୍ର ସରକାରର ଶ୍ରମିକ ବିରୋଧୀ କାର୍ଯ୍ୟକଳାପର ତୀବ୍ର ବିରୋଧ କରାଯାଇଛି। ଏ.ଆଇ.ଟି.ୟୁ.ସି., ଆଇ.ଏନ୍.ଟି.ୟୁ.ସି. ଓ ସି.ଆଇ.ଟି.ୟୁ.ର ଶତାଧିକ ସତ୍ୟାଗ୍ରହୀ ପୂର୍ତ୍ତ ଡ଼ାକବଙ୍ଗଳାଠାରୁ ପଟୁଆରରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ସଭା କରିଥିଲେ। ସି.ଆଇ.ଟି.ୟୁ.ର ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଉକ୍ତ ଶ୍ରମିକ ସଂଗଠନଗୁଡ଼ିକର ପ୍ରମୁଖ ନେତା ଅମୀୟ ପଟ୍ଟନାୟକ, ସୁରେଶ ସ୍ବାଇଁ, ଆଲୋକ ପ୍ରଧାନ,କମଳେଷ ଦାସ, ପବିତ୍ର ଇନ୍ଦ୍ରଜିତ, ଭୁବନ ହାତୀ, ସଞ୍ଜୁକ୍ତା ସେଠୀ ପ୍ରମୁଖ ଉଦବୋଧନ ଦେଇ କେନ୍ଦ୍ର ସରକାର ତୁରନ୍ତ ଶ୍ରମିକ ବିରୋଧୀ ଶ୍ରମକୋଡ୍ ବାତିଲ କରି ପୁରୁଣା…
Read Moreରାଜ୍ଯ ସ୍ତରୀୟ ବିଜ୍ଞାନ ମେଳାରେ ସୁନାମ ଅର୍ଜିଲେ ବିଶ୍ବ ବିଜିତା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ଷଷ୍ଠ ଶ୍ରେଣୀ ର ଛାତ୍ରୀ ବିଶ୍ବ ବିଜିତା ମହାନ୍ତି ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଓଡିଶା ତରଫରୁ ଆୟୋଜିତ ପ୍ରାଦେଶିକ ବିଜ୍ଞାନ ମେଳା ରେ ଭାଗନେଇ ଉପ ବରିଷ୍ଠ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ବିଶ୍ବ ବିଜିତା ଅଧ୍ଯୟନ କରୁଥିବା ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ତରଫରୁ ଆୟୋଜିତ ବିଦ୍ଯାଳୟ ସ୍ତରୀୟ ବିଜ୍ଞାନ ମେଳା ରେ ଭାଗନେଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହାପରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଓଡିଶା ତରଫରୁ ଆୟୋଜିତ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ରେ ଭାଗନେଇ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ଯ ସ୍ତରୀୟ ବିଜ୍ଞାନ ମେଳା ରେ ଭାଗନେଇଥିଲେ। ପରିବେଶ କୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ପ୍ରକଳ୍ପ ନର୍ମାଣ କରିଥିଲେ ଯାହାର ନାମ ଦେଇଥିଲେ ”…
Read Moreଲୁଣିସରା ଠାରେ ଇନୋଭା ଅଟୋ ଧକ୍କା , ଅଟୋ ଚାଳକ ମୃତ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ଥାନା ୫୭ନଂ ଜାତୀୟ ରାଜପଥ ଲୁଣିସରା ଠାରେ ଇନୋଭା ସହିତ ଅଟୋ ଧକ୍କା ହେବା ଫଳରେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଥାଉକି ଅପରାହ୍ନ ୪ ଟା ସମୟରେ ଭୂବନେଶ୍ୱରରୁ ଏକ ଇନୋଭା ଗାଡି(ଓଡ଼ି- ୦୨- ବି ଡବ୍ଲୁ- ୧୭୨୭ )ଭୁବନେଶ୍ୱରରୁ ଫୁଲବାଣୀ ଯାଉଥିବା ବେଳେ ଦଶପଲ୍ଲାରୁ ନୟାଗଡ ଅଭିମୁଖେ ଯାଉଥିବା ଏକ ଅଟୋ (ଓଡ଼ି -୨୫ ସି -୪୦୦୨) ଲୁଣିସରା ନିକଟରେ ଉଭୟ ଗାଡି ମୁହାମୁହିଁ ହୋଇଥିଲେ। ଫଳରେ ଅଟୋ ଚାଳକ ଓଡ଼ଗାଁ ଥାନା ସାକେରୀ ଗ୍ରାମର ବାସୁଦେବ ପ୍ରଧାନଙ୍କ ପୁଅ ବିରଞ୍ଚି ନାରାୟଣ ପ୍ରଧାନ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ଆହତ ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ସହାୟତାରେ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ବିରଞ୍ଚିଙ୍କୁ…
Read Moreଭାରତ ବିକାଶ ପରିଷଦ ତରଫରୁ “ଭାରତକୁ ଜାଣ” ପ୍ରତିଯୋଗିତା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଭାରତ ବିକାଶ ପରିଷଦ, ନବଗଡ ଶାଖା ତରଫରୁ ଜିଲ୍ଲା ସ୍ତରୀୟ “ଭାରତକୁ ଜାଣ” ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହାକୁ ପରିଷଦର ଅଧ୍ୟକ୍ଷ ପ୍ରସନ୍ନ କୁମାର ବସନ୍ତିଆ, ପୂର୍ବତନ ଅଧ୍ୟକ୍ଷ ହରେକୃଷ୍ଣ ସାହୁ, ବିଦ୍ୟାଧର ଆଚାର୍ଯ୍ୟ, ସଂସ୍କାର ସଚିବ ଦୁର୍ଯ୍ୟୋଧନ ସାହୁ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏଥିରେ କନିଷ୍ଠ ବର୍ଗରେ ୧୩ଟି ବିଦ୍ୟାଳୟ ଓ ବରିଷ୍ଠ ବର୍ଗରେ ୧୭ ଟି ବିଦ୍ୟାଳୟ ଅଂଶ ଗ୍ରହଣ କରିଥିଲେ। କନିଷ୍ଠ ବର୍ଗ ପ୍ରତିଯୋଗିତା ପରିଚାଳନା କରିଥିଲେ ସଦସ୍ୟା ଶ୍ରୀମତୀ ଝିଲିମିଲି ସାହୁ ଓ ବରିଷ୍ଠ ବର୍ଗ ଅଧ୍ୟାପକ ଅଜୟ କୁମାର ପଟ୍ଟନାୟକ। ଏଥିରେ କନିଷ୍ଠ ବର୍ଗରେ ପ୍ରଥମ ସ୍ଥାନ ମହର୍ଷି ବିଦ୍ୟାମନ୍ଦିର, ନୟାଗଡ, ଦ୍ୱିତୀୟ ସ୍ଥାନ ଓଡିଶା ଆଦର୍ଶ ବିଦ୍ୟାଳୟ, ନୟାଗଡ ଓ ତୃତୀୟ…
Read Moreବିଭିନ୍ନ ବ୍ଲକରେ ଉତ୍କଳ ସାମ୍ବାଦିକ ସଂଘ ସାଂଗଠନିକ ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଜିଲ୍ଲା ଶାଖା ସଭାପତି ଶ୍ରୀକାନ୍ତ ଖଟେଇଙ୍କ ନିର୍ଦ୍ଦେଶରେ ଆଜି ବିଭିନ୍ନ ବ୍ଲକରେ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି । ଶାଖା ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ବୈଦ୍ୟଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବିଭିନ୍ନ ବ୍ଲକକୁ ଯାଇ ଅନେକ ବିଷୟରେ ଆଲୋଚନା କରିଛନ୍ତି । ଭାପୁର ବ୍ଲକରେ ଭାପୁର ପ୍ରେସ କ୍ଲବ ଶିଶିର କୁମାର ସାହୁ, ରଞ୍ଜନ କୁମାର ମହାପାତ୍ରଙ୍କ ସହ ଅନେକ ସାମ୍ବାଦିକ ଉପସ୍ଥିତ ରହି ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ଆଲୋଚନା କରିଥିଲେ । ସେହିଭଳି ଭାବେ ଭାପୁର ଆଞ୍ଚଳିକ ସାମ୍ବାଦିକ ସଂଘ ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ ପଟ୍ଟନାୟକ, ସଂଗ୍ରାମ ପଟ୍ଟନାୟକଙ୍କ ସମେତ ଅନେକ ପ୍ରତିନିଧି ଉପସ୍ଥିତ ରହି ଆଲୋଚନା କରିବା ସହ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ସାମ୍ବାଦିକତା ଆରମ୍ଭରୁ ଆମେ ଉତ୍କଳ ସାମ୍ବାଦିକ…
Read Moreବିଦ୍ୟାଳୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ୧୩ଟି କ୍ଲଷ୍ଟରରେ ଥିବା ସମସ୍ତ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସୂଚନା ଅନୁଯାୟୀ କୋରଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ସୁରଭି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ, କବିତା ଦାସ, ସିଆରସିସି ଶ୍ରୀନିବାସ ରଥ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମ ଦ୍ବାରା ଛାତ୍ର ଛାତ୍ରୀ ମାନଙ୍କ କିପରି ଅନ୍ତର୍ନିହିତ ଗୁଣାବଳିର ବିକାଶ ହୋଇଥାଏ ସି ଉପରେ କହିଥିଲେ। କୋରଡ଼ା ମା ତାରିଣୀ ସ୍ଵୟଂ ସହାୟିକା ଗୋଷ୍ଠୀ ଦ୍ଵାରା ଛାତ୍ର ଛାତ୍ରୀମାନଙ୍କୁ ତିଥି ଭୋଜନ ଦିଆଯାଇଥିଲା। ଭରତ ନୋଡାଲ କ୍ଲଷ୍ଟର ରେ ଥିବା ମହିତମା ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ବିଦ୍ୟାଳୟ…
Read More