କ୍ରୀଡା ଓ ଯୋଗର ମହତ୍ତ୍ଵ ଅତୁଳନୀୟ କହିଲେ ଦଶପଲ୍ଲା ବିଧାୟକ

ନୂଆଗାଁ:(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ, ଚାହାଳି ଠାରେ ନୟାଗଡ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନ ତରଫରୁ ଜିଲ୍ଲା ସ୍ତରୀୟ ବ୍ୟାଡ ମିଣ୍ଟନ, ଚେସ, ଯୋଗ ମନୋନୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ର ସଭାପତି ରାଜଶ୍ରୀ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ କ୍ରୀଡା ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କ ଶାରିରୀକ, ମାନସିକ ଏବଂ ସାମାଜିକ ବିକାଶ ହୋଇଥାଏ,ତେଣୁ ଛାତ୍ର ଛାତ୍ରୀ ମାନେ ପାଠ ପଢ଼ିବା ସହିତ କ୍ରୀଡା, ଯୋଗକୁ ମଧ୍ୟ ଗୁରୁତ୍ଵ ଦେବାର ଆବଶ୍ୟକତା ରହିଛି ବୋଲି ଦଶପଲ୍ଲା ବିଧାୟକ କହିଥିଲେ। ତତ୍ ସହିତ କ୍ରୀଡା ଦ୍ଵାରା ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ବିକାଶ ହୋଇଥାଏ ବୋଲି କହିଥିଲେ।ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ୧୭ନଂ ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦିପ୍ତିମୟୀ ଶୁଭଦର୍ଶୀନୀ, ବ୍ଲକ୍ ଶିକ୍ଷା ଅଧିକାରୀ ତଥା ବ୍ଲକ୍ ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ସଭାପତି ପ୍ରଶାନ୍ତ କୁମାର ସାହୁ, ଚାହାଳି ପଞ୍ଚାୟତ ସରପଞ୍ଚ ସୁବାଷ ବେହେରା, ସମିତି ସଭ୍ୟ ଅଶ୍ଵିନୀ ଆଚାର୍ଯ୍ୟ, ଚାହାଳି ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁବାଷ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇ କ୍ରୀଡା ର ଆବଶ୍ୟକତା ଉପରେ କହିଥିଲେ।ଜିଲ୍ଲାର ୮ଟି  ବ୍ଲକରୁ ୧୪ ବର୍ଷରୁ କମ ଏବଂ ୧୭ ବର୍ଷ ରୁ କମ ୨୬୦ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ରେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ, ଚାହାଳି  ପ୍ରଧାନଶିକ୍ଷକ ତଥା ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନ ଆୟୋଜକ ସମ୍ପାଦକ ନିରଞ୍ଜନ ଦାସ ପରିଚାଳନା କରିଥିବା ବେଳେ ଡି ପିଇଓ ତଥା ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ସମ୍ପାଦକ ଭାସ୍କର ଚନ୍ଦ୍ର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥିରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ୮ଟି ବ୍ଲକରୁ ୩୦ଜଣ ମାର୍ଗ ଦର୍ଶକ ଶିକ୍ଷକ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ସହ ସୁଚାରୁରୂପେ ଏହି କାର୍ଯ୍ୟକ୍ରମ ସମାପ୍ତ ହୋଇଥଲା।

Related posts