ଓଡ଼ିଶା ଦଶମ ଆଦର୍ଶ ବିଦ୍ୟାଳୟ ସଂଗଠନ ପ୍ରତିଷ୍ଠା ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସମସ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଡ଼ିକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମିଳିତ ସହଯୋଗରେ ଓଡ଼ିଶା ଦଶମ ଆଦର୍ଶ ବିଦ୍ୟାଳୟ ସଂଗଠନ ପ୍ରତିଷ୍ଠା ଦିବସ, ନୟାଗଡ ଜିଲ୍ଲା ପରିଷଦ କାଯ୍ୟାଳୟ ସୃଜନ ପ୍ରକୋଷ୍ଠରେ ପାଳନ କରାଯାଇଅଛି। ଏଥିରେ ମୁଖ୍ୟ ଅତିଥିଭାବେ ନୟାଗଡ ଜିଲ୍ଲାପରିଷଦ ଅଧ୍ୟକ୍ଷ ତଥା ଇଜିନିଇର ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ସିଡ଼ିଓ ଶ୍ରୀ ଦେବୋଦତ୍ତ ପଣ୍ଡା, ଅତିରିକ୍ତ ପୋଲିସ ନିରୀକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ପ୍ରମୁଖ ଯୋଗଦେଇଥିଲେ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ଶ୍ରୀମତୀ ଜ୍ୟୋତ୍ସ୍ନା ନାୟକ ଅଧ୍ୟକ୍ଷ ନୋତର ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ ନୂଆଗାଁ ବିଦ୍ୟାଳୟର ଅଧକ୍ଷ ଧନ୍ୟବାଦ୍ ଭାଷଣ ରଖିଥିଲେ।

ଦ୍ୱିତୀୟ ପର୍ଯ୍ୟାୟରେ ତଥା ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥିଭାବେ ଓଡିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ସମ୍ମାନିତ ଅତିଥି ଭାବରେ ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ, ଖଣ୍ଡପଡ଼ା ବିଧାୟକ ଶ୍ରୀ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଁ ଦେବାଶିଷ ପଟ୍ଟନାୟକ ଓ ଜିଲ୍ଲା ଶିକ୍ଷ୍ୟା ଅଧିକାରିଣୀ ରାଜଶ୍ରୀ ପଟ୍ଟନାୟକ ଉପସ୍ଥିତ ଥିଲେ ଏବଂ ଅଧକ୍ଷା ଜ୍ୟୋତ୍ସ୍ନା ନାୟକ ମଞ୍ଚ ପରିଚାଳନା କରିଥିଲେ। ଅତିଥି ମାନଙ୍କ ବକ୍ତବ୍ୟ ଉପସ୍ଥିତ ଥିବା ସମସ୍ତ  ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନଙ୍କ ମନ ଛୁଇଁଥିଲା। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଡ଼ିକର ଉନ୍ନତି ପାଇଁ ସମସ୍ତ ଅତିଥି ପ୍ରତିଜ୍ଞା ବଧ ଥିଲେ। ପରମୁର୍ହୂରେ ଅତିଥିମାନଙ୍କୁ ଉପଢକନ୍ ପ୍ରଦାନ ପୂର୍ବକ ଜିଲ୍ଲା ଶିକ୍ଷା ଅଧିକାରୀ ସମ୍ମାନିତ କରିଥିଲେ ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ପଦକ ପ୍ରଦାନ କରି ସମସ୍ତ ଅତିଥି ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ କର୍ମଚାରୀ, ଜିଲ୍ଲାପରିଷଦ କାର୍ଯ୍ୟାଳୟ କର୍ମଚାରୀ, ସମସ୍ତ ଆଦର୍ଶ ବିଦ୍ୟାଳୟର ଅଧକ୍ଷ ଓ ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ ଏବଂ ବିଶେଷ କରି ଓଡିଶା ଆଦର୍ଶ ବିଦ୍ୟାଳୟ ନୋତର  ଅଧକ୍ଷା ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପ୍ରମୁଖ ଭୂମିକା ଥିଲା।

Related posts