ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଭାରତ ବିକାଶ ପରିଷଦ, ନବଗଡ ଶାଖା ତରଫରୁ ଜିଲ୍ଲା ସ୍ତରୀୟ “ଭାରତକୁ ଜାଣ” ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହାକୁ ପରିଷଦର ଅଧ୍ୟକ୍ଷ ପ୍ରସନ୍ନ କୁମାର ବସନ୍ତିଆ, ପୂର୍ବତନ ଅଧ୍ୟକ୍ଷ ହରେକୃଷ୍ଣ ସାହୁ, ବିଦ୍ୟାଧର ଆଚାର୍ଯ୍ୟ, ସଂସ୍କାର ସଚିବ ଦୁର୍ଯ୍ୟୋଧନ ସାହୁ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏଥିରେ କନିଷ୍ଠ ବର୍ଗରେ ୧୩ଟି ବିଦ୍ୟାଳୟ ଓ ବରିଷ୍ଠ ବର୍ଗରେ ୧୭ ଟି ବିଦ୍ୟାଳୟ ଅଂଶ ଗ୍ରହଣ କରିଥିଲେ। କନିଷ୍ଠ ବର୍ଗ ପ୍ରତିଯୋଗିତା ପରିଚାଳନା କରିଥିଲେ ସଦସ୍ୟା ଶ୍ରୀମତୀ ଝିଲିମିଲି ସାହୁ ଓ ବରିଷ୍ଠ ବର୍ଗ ଅଧ୍ୟାପକ ଅଜୟ କୁମାର ପଟ୍ଟନାୟକ। ଏଥିରେ କନିଷ୍ଠ ବର୍ଗରେ ପ୍ରଥମ ସ୍ଥାନ ମହର୍ଷି ବିଦ୍ୟାମନ୍ଦିର, ନୟାଗଡ, ଦ୍ୱିତୀୟ ସ୍ଥାନ ଓଡିଶା ଆଦର୍ଶ ବିଦ୍ୟାଳୟ, ନୟାଗଡ ଓ ତୃତୀୟ ସ୍ଥାନରେ କେନ୍ଦ୍ରୀୟ ବିଦ୍ୟାଳୟ, ନୟାଗଡ ବିଜୟୀ ଲାଭ କରିଥିବା ବେଳେ ବରିଷ୍ଠ ବର୍ଗ ରେ ପ୍ରଥମ ସ୍ଥାନ ରେ ମହର୍ଷି ବିଦ୍ୟାଳୟ, ନୟାଗଡ, ଦ୍ୱିତୀୟ ସ୍ଥାନ ବିଜ୍ଞାପିତ ଅଞ୍ଚଳ ଉଚ୍ଚବିଦ୍ୟାଳୟ, ନୟାଗଡ ଓ ତୃତୀୟ ସ୍ଥାନ ରେ ଓଡିଶା ଆଦର୍ଶ ବିଦ୍ୟାଳୟ, ନୟାଗଡ ବିଜୟୀ ହୋଇଥିଲେ। ଭାରତ ବିକାଶ ପରିଷଦର ସଦସ୍ୟ ଶ୍ରୀଯୁକ୍ତ ଅନାଦି ଚରଣ ମହାନ୍ତି, ପ୍ରଫୁଲ୍ଲ କୁମାର ନାୟକ, ପ୍ରଦୀପ୍ତ କୁମାର ସାହୁ, ଲକ୍ଷ୍ମୀକାନ୍ତ ଦାଶ, ଗୋବିନ୍ଦ ଚନ୍ଦ୍ର ସାହୁ, ଡ.ସୁକାନ୍ତି ପ୍ରଧାନ, ସନ୍ତୋଷ ସାହୁ, ଚନ୍ଦ୍ର ବିଜୟୀ ମିଶ୍ର, ପ୍ରଦୀପ୍ତ କୁମାର ପୃଷ୍ଟୀ ଓ କାମାକ୍ଷା ପ୍ରସାଦ ଦାଶଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳ ହୋଇପାରିଛି।
