ଲୁଣିସରା ଠାରେ ଇନୋଭା  ଅଟୋ ଧକ୍କା , ଅଟୋ ଚାଳକ ମୃତ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ଥାନା ୫୭ନଂ ଜାତୀୟ ରାଜପଥ ଲୁଣିସରା ଠାରେ ଇନୋଭା ସହିତ ଅଟୋ ଧକ୍କା ହେବା ଫଳରେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଥାଉକି ଅପରାହ୍ନ ୪ ଟା ସମୟରେ ଭୂବନେଶ୍ୱରରୁ ଏକ ଇନୋଭା ଗାଡି(ଓଡ଼ି- ୦୨- ବି ଡବ୍ଲୁ- ୧୭୨୭ )ଭୁବନେଶ୍ୱରରୁ ଫୁଲବାଣୀ ଯାଉଥିବା ବେଳେ ଦଶପଲ୍ଲାରୁ ନୟାଗଡ ଅଭିମୁଖେ ଯାଉଥିବା ଏକ ଅଟୋ (ଓଡ଼ି -୨୫ ସି -୪୦୦୨) ଲୁଣିସରା ନିକଟରେ ଉଭୟ ଗାଡି ମୁହାମୁହିଁ ହୋଇଥିଲେ। ଫଳରେ ଅଟୋ ଚାଳକ ଓଡ଼ଗାଁ ଥାନା ସାକେରୀ ଗ୍ରାମର ବାସୁଦେବ ପ୍ରଧାନଙ୍କ ପୁଅ ବିରଞ୍ଚି ନାରାୟଣ ପ୍ରଧାନ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ଆହତ ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ସହାୟତାରେ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ବିରଞ୍ଚିଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ନୂଆଗାଁ ପୁଲିସ ପହଞ୍ଚି ଗାଡି ଦୁଇଟିକୁ ଜବତ କରିବା ସହ ୧୮୦/୨୪ରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Related posts