ଶିଶୁ ଯୌନଶୋଷଣ ଆଇନ ଓ ଏହାର ସୁରକ୍ଷା ତଥା ପୀଡିତାର କ୍ଷତିପୂରଣ ଏବଂ ସାଇବର ଆଇନ ବିଷୟରେ ସଚେତନତା

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶ କ୍ରମେ, ସଚିବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ, ଗତିଶ୍ଵର ଡିଗ୍ରୀ ମହାବିଦ୍ୟାଳୟ, ମାଳିସାହି, ନୟାଗଡ ଠାରେ ସୋସିଆଲ ମିଡିଆର ନିରାପତ୍ତା ଏବଂ ସାଇବର ଆଇନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଅଛି । ଅଧକ୍ଷ ସୁଶାନ୍ତ କୁମାର କର ସ୍ଵାଗତ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ସୋସିଆଲ ମିଡିଆର ନିରାପତ୍ତା ଏବଂ ସାଇବର ଆଇନ ଉପରେ ବାଖ୍ୟା କରିବା ସହିତ ପ୍ରଶ୍ନୋତ୍ତର ମାଧ୍ୟମରେ ଯୁବପିଢିଙ୍କୁ ସଚେତନ କରାଇଥିଲେ। ଡି.ଏସ.ପି. ସୁକାନ୍ତ କୁମାର ପାତ୍ର ସାଇବର ଆଇନ ଓ ଏହାର ନିରାକରଣ ଉପରେ ବର୍ଣ୍ଣନା କରିଥିଲେ। ବରିଷ୍ଠ ଆଇନଜୀବି ରମେଶ ଚନ୍ଦ୍ର ମହାରଣା, ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଆଇନଗତ ଦିଗ ଉପରେ ଆଲୋକପାତ କରିଥିଲେ।

ସଦସ୍ୟ ମହମ୍ମଦ ଓମାର ମାଲ୍ଲିକ, ଯୁବ ସମାଜକୁ  ଶୃଙ୍ଖଳା, ନିଶାବର୍ଜନ, ଶାନ୍ତି ଓ ପରିବେଶ ରକ୍ଷାର ଆବଶ୍ୟକତା ଦର୍ଶାଇଥିଲେ। ପରିଶେଷରେ ଅଧ୍ୟାପିକା ଅରୁଣିମା ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ। ତତ୍ପରେ ଗତିଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ପୋସ୍କୋ ଆଇନ ଓ ପୀଡିତାଙ୍କ କ୍ଷତିପୂରଣ ୨୦୧୨” ଉପରେ ଅନ୍ୟ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା  ଅଧକ୍ଷ୍ୟା ଶ୍ରୀମତୀ ଅମିତା କୁମାରୀ ଦାସଙ୍କ ସ୍ଵାଗତ ସହିତ ସଭାକାର୍ଯ ଆରମ୍ଭ ହୋଇଥିଲା । ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ – ଜାତୀୟ ଆଇନ ସେବା କ୍ଷତିପୂରଣ ବାଖ୍ୟା କରିଥିଲେ। ଡି.ଏସ.ପି. ସୁକାନ୍ତ କୁମାର ପାତ୍ର ପୋସ୍କୋ ନିୟମ ଓ ସତର୍କତା ବିଷୟରେ ପିଲାମାନଙ୍କୁ ଅବଗତ କରାଇଥିଲେ । ବରିଷ୍ଠ ଅଇନଜୀବି ଶ୍ରୀ ରମେଶ ଚନ୍ଦ୍ର ମହାରଣା- ଶିଶୁ ଯୌନଶୋଷଣ ଆଇନ ୨୦୧୨ ଓ ଏହାର ସୁରକ୍ଷା ଏବଂ ପିଡ଼ିତାର କ୍ଷତିପୂରଣ ଉପରେ ବର୍ଣ୍ଣନା କରିଥିଲେ। ସଦସ୍ୟ ମହମ୍ମଦ ଓମାର ମାଲ୍ଲିକ, ଶୃଙ୍ଖଳା, ଦେଶପ୍ରେମ ଓ ଜାତୀୟତା ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ଏହି ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକାରଣର କର୍ମଚାରୀ ପବନ କୁମାର ବେହେରା, ପ୍ରଶାନ୍ତ କୁମାର ସାହୁ, ରାଜେଶ କୁମାର ବାରିକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପରିଶେଷରେ ଅଧ୍ୟାପକ ଶିବରାମ ପଢିଆରୀ ଏହି ସଚେତନତା କାର୍ଯ୍ୟକ୍ରମ ସମୟ ଉପଯୋଗୀ ବୋଲି ବର୍ଣ୍ଣନା  କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Related posts