ବିଦ୍ୟାଳୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ  ୧୩ଟି କ୍ଲଷ୍ଟରରେ ଥିବା ସମସ୍ତ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସୂଚନା ଅନୁଯାୟୀ କୋରଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ସୁରଭି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ, କବିତା ଦାସ, ସିଆରସିସି ଶ୍ରୀନିବାସ ରଥ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମ ଦ୍ବାରା ଛାତ୍ର ଛାତ୍ରୀ ମାନଙ୍କ କିପରି ଅନ୍ତର୍ନିହିତ ଗୁଣାବଳିର ବିକାଶ ହୋଇଥାଏ ସି ଉପରେ କହିଥିଲେ। କୋରଡ଼ା ମା ତାରିଣୀ ସ୍ଵୟଂ ସହାୟିକା ଗୋଷ୍ଠୀ ଦ୍ଵାରା ଛାତ୍ର ଛାତ୍ରୀମାନଙ୍କୁ ତିଥି ଭୋଜନ ଦିଆଯାଇଥିଲା। ଭରତ ନୋଡାଲ କ୍ଲଷ୍ଟର ରେ ଥିବା ମହିତମା ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ବିଦ୍ୟାଳୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଅତିଥି ଭାବେ ସରପଞ୍ଚ ନିରୁପମା ପାତ୍ର, ସିଆରସିସି ଶ୍ରୀନିବାସ ରଥ ପ୍ରମୁଖ ଯୋଗ ଦେଇଥିଲେ।ଏହି ସୁରଭି କାର୍ଯ୍ୟକ୍ରମ କୁଇଜ୍, ଇଲୋକୁସନ୍, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ର ଛାତ୍ରୀ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ। ସେହିପରି ଚାହାଳି କ୍ଲଷ୍ଟର ସିଆରସିସି ବିଭୂତି ଭୂଷଣ ମିଶ୍ର, ଦୁରୁଦୁରା କ୍ଲଷ୍ଟର ସିଆରସିସି ରାକେଶ କୁମାର ଘଡେ଼ଇ, ମହିପୁର କ୍ଲଷ୍ଟର ସି ଆର୍ ସି ସି ବିଜୟ କୁମାର ବେହେରା, ନୂଆଗାଁ କ୍ଳଷ୍ଟର ସିଆରସିସି କୈଳାଶ ନାୟକଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Related posts