ଦଶପଲ୍ଲା,(ନୟାଗଡ଼ ଦର୍ପଣ): ପବିତ୍ର ରକ୍ଷାବନ୍ଧନ ଉତ୍ସବ ଅବସରରେ ସ୍ଥାନୀୟ କୁଆଁରିଆ ବଙ୍ଗଳା ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଦଶପଲ୍ଲା ବ୍ଲକ, ନୂଆଗାଁ ବ୍ଲକ ଏବଂ ଗଣିଆ ବ୍ଲକ୍ର ଶତାଧିକ ମହିଳା ଏକତ୍ର ହୋଇ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି। ଦଶପଲ୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ସାହୁ, ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ଏବଂ ଗଣିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ଝୁନା ଜେନାଙ୍କ ସମେତ ବହୁ ମହିଳା ଏକତ୍ର ହୋଇ ଏହି ଉତ୍ସବ ପାଳନ କରିଛନ୍ତି। ତେବେ ଭଉଣୀମାନଙ୍କ ରାକ୍ଷୀର ପାଉଣା ସ୍ବରୂପ ସମଗ୍ର ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶ କ୍ଷେତ୍ରରେ ଉଦ୍ୟମ ଜାରି ରଖିବା ପାଇଁ ବିଧାୟକ ଶ୍ରୀ ବେହେରା ପ୍ରତିଶ୍ରୁତି ଦେଇଥିଲେ ।
Read MoreYear: 2023
ଅନନ୍ୟା ଫାଉଣ୍ଡେସନ୍ ପକ୍ଷରୁ ଗହ୍ମା ପୂର୍ଣ୍ଣିମାରେ ଗୋ-ପୂଜନ କାର୍ଯ୍ୟ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥିଭାବେ ଗ୍ରହଣ କରାଯାଏ । ହଳମୂଷଳ ଧାରଣ କରିଥିବା ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋମାତାଙ୍କୁ ପୂଜା କରାଯିବାର ବିଧି ରହିଛି। ଗୋମାତାଙ୍କୁ ଗାଧୋଇ ଦିଆଯାଇ ତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧିବା ଏବଂ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି । ବ୍ରାହ୍ମଣମାନେ ଏହି ଦିନ ମନ୍ତୁରା ପଇତା ମଧ୍ୟ ପ୍ରଦାନ କରିଥାନ୍ତି, ଏହି ପଇତା ପିନ୍ଧିଲେ ବ୍ରହ୍ମରାକ୍ଷସ କବଳରୁ ମୁକ୍ତି ମିଳେ ବୋଲି ମଧ୍ୟ ବିଶ୍ୱାସ ରହିଛି । ଏହି ପରମ୍ପରାକୁ ପାଥେୟ କରି ଆଜି ପବିତ୍ର ଗହ୍ମା ପୂର୍ଣମା ଅବସରରେ ଅନନ୍ୟା ଫାଉଣ୍ଡେସନ ପକ୍ଷରୁ ଆଜି ଗୋ – ପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଚି। ଇଟାମାଟିରେ ଥିବା ଗୋଶାଳାରେ ଆଜି ବନ୍ଦାପନା କରାଯାଇ ପରେ ଗୋମାତାଙ୍କୁ ପିଠା ଓ ଘାସ…
Read Moreମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ବିଧାୟକଙ୍କୁ ଆଶୀର୍ବାଦ ଦେଲେ ଗ୍ରାମବାସୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଯୋଡିହେଉଛି ଗାଁ’କୁ ସହର ଆଉ ସୁଗମ ହେଉଛି ଗମନା ଗମନ l ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ହେଲା ନୟାଗଡ଼ ନିର୍ବାଚନ ମଣ୍ଡଳୀର ନୟାଗଡ଼ ବ୍ଲକର ବିଭିନ୍ନ ଗ୍ରାମ l ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଶେଷ କରି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଆସିଲା ନିର୍ଦେଶନାମା l ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ହୋଇଥିବା ରାସ୍ତା ଗୁଡିକ ହେଲା ନୟାଗଡ଼ ବ୍ଲକ ଅନ୍ତର୍ଗତ ଭାଟସାହି ଠାରୁ ବନମାଳିପୁର ନୂତନ ରାସ୍ତା ପାଇଁ 4କୋଟି 41ଲକ୍ଷ ଟଙ୍କା, ପିଡବ୍ଲୁଡି ରୋଡ଼ ଠାରୁ ଭାୟା ଶଙ୍ଖେଇ ଉଚ୍ଚ ବିଦ୍ୟାଳୟ – ଆଦର୍ଶ ବିଦ୍ୟାଳୟ – ତେନ୍ତୁଳିଆପଲ୍ଲୀ – ନୋତ୍ତର – ଶଙ୍ଖେଇ ରାସ୍ତା ପାଇଁ 4କୋଟି 26ଲକ୍ଷ ଟଙ୍କା l ସେହିପରି ହାଟଦ୍ୱାର ଠାରୁ ମଙ୍ଗରାଜପୁ- ଖମାରସାହି ରାସ୍ତା ନିର୍ମାଣ ପାଇଁ…
Read Moreନୟାଗଡ଼ ଜିଲ୍ଲା ଲେଖକ ପରିଷଦର ନୂତନ କର୍ମକର୍ତ୍ତା ଚୟନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ଆନୁକୂଲ୍ୟରେ ଶ୍ରାବଣର ଶେଷ ସ୍ପର୍ଶ “ଶ୍ରାବଣୀ” କବିତା ଆସର ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଥିଲା l ପ୍ରଥମ ପର୍ଯ୍ୟାୟର ଏହି ସଭାରେ ମୁଖ୍ୟ ଅତିଥିଭାବରେ ନୟାଗଡ଼ର ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ଯୋଗଦେଇ କବି ଲେଖକ ମାନେ ଅନ୍ୟାୟ ଅନୀତି ଓ କୁ ସଂସ୍କାର ବିରୁଦ୍ଧରେ ଲେଖନୀ ଚାଳନା କରିବା ପାଇଁ ମତାମତ ଦେଇଥିଲେ l ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶୀଷ ପଟ୍ଟନାୟକ ଓ ମଣ୍ଡଳ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ ଯୋଗଦେଇ କାଳଜୟୀ ସାହିତ୍ୟ ରଚନା ଉପରେ ବକ୍ତବ୍ୟ ଦେଇଥିଲେ l ଜିଲ୍ଲାର ଶତାଧିକ କବି ଲେଖକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କବିତା ପାଠ କରିଥିଲେ l…
Read Moreବାମନ ଅବକାଶ ଉଚ୍ଚ ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ୨୦୧୨ ମସିହାରୁ ହକିର ଯାଦୁଗର, ବିଶ୍ୱର ଶ୍ରେଷ୍ଠ ହକି ଖେଳାଳୀ ଧ୍ୟାନଚାନ୍ଦଙ୍କ ଜନ୍ମଦିନକୁ ଆମେ ଜାତୀୟ କ୍ରୀଡା ଦିବସ ଭାବେ ପାଳିତ କରୁଅଛେ। ଅଗଷ୍ଟ ୨୯ ତାରିଖ ୨୦୨୩ ମସିହାରେ ସମଗ୍ର ଭାରତ ବର୍ଷରେ ପାଳନ କରାଯାଉଛି ୧୨ ତମ ଜାତୀୟ କ୍ରୀଡା ଦିବସ। ଏହି ଅବସରରେ ନୟାଗଡ଼ ଜିଲ୍ଲା ବାମନ ଅବକାଶ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ନେଇ ପାଳିତ ହୋଇଅଛି ଜାତୀୟ କ୍ରୀଡା ଦିବସ। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡାଙ୍କ ଅଧ୍ୟକ୍ଷତାରେ ଏବଂ କ୍ରିଡା ଶିକ୍ଷୟିତ୍ରୀ ଦେବସ୍ମିତା ନାୟକଙ୍କ ସଂଯୋଜନାରେ ଉଭୟ ଶିକ୍ଷକ ତଥା ବିଦ୍ୟାର୍ଥୀ ଏହି ଦିବସର ପ୍ରାସଙ୍ଗିକତା ତଥା ଛାତ୍ରଛାତ୍ରୀଙ୍କ ପାଇଁ କ୍ରିଡାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଚଳିତ ବର୍ଷ ଜାତୀୟ କ୍ରୀଡା ଦିବସର ପ୍ରସଙ୍ଗ ‘କ୍ରୀଡା ମାଧ୍ୟମରେ ସମାଜକୁ…
Read Moreବ୍ଳକ ସ୍ତରୀୟ ଗଣିତ ଶିକ୍ଷକଙ୍କର ‘କୌଶଳୀ କ୍ଳବ’ ପ୍ରଶିକ୍ଷଣ ଶିବିର
ଓଡଗାଁ, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାର ଚଳିତ ବର୍ଷରୁ ଦଶମ ଶ୍ରେଣୀରେ ଇନସ୍ପିରେସନାଲ କୋର୍ସ ହିସାବରେ ଆଇଟି ବିଷୟକୁ ଅନ୍ତଭୁର୍କ୍ତ କରିଛନ୍ତି। ଏହି ଯୋଜନାରେ ଆଇଟି ଶିକ୍ଷା କ୍ଷେତ୍ରରେ ଦକ୍ଷତାର ବିକାଶ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ଗାଁ ବ୍ଳକର ୪୦ ଉଚ୍ଚବିଦ୍ୟାଳୟ ମାନଙ୍କରୁ ୪୦ ଜଣ ଗଣିତ ଶିକ୍ଷକଙ୍କୁ ନେଇ, ଆଜି ଶରଣକୁଳ ନିକଟବତ୍ତୀର୍ ଜବାହରଲାଲ ବିଦ୍ୟାପୀଠ, ନନ୍ଦିଘୋର ଠାରେ ଜିଲ୍ଲା ସ୍ତରୀୟ ଶିକ୍ଷକ ବିକାଶ ପ୍ରଶିକ୍ଷଣ କୌଶଳୀ କ୍ଳବ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ୨୮ ରୁ ୩୦ତାରିଖ ପଯ୍ୟର୍ନ୍ତ ୩ଦିନ ଧରି ଚାଲିବ ବୋଲି ଜଣାଯାଇଛି। ଏହି ଶିବିରକୁ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ.ବସନ୍ତ କୁମାର ନାୟକ ଉଦଘାଟନ କରିଥିଲେ। ଆଜିର ଉଦଘାଟନୀ ଦିବସରେ ପ୍ରଶିକ୍ଷକ ବିଭୁପ୍ରସାଦ ସାହୁ ବେସିକ୍ ଆଇଟି, ଏମ.ଏସ. ଓ୍ଵାଡ଼ର୍ ଓ ପାଓ୍ଵାର…
Read Moreଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପର୍ବତାରୋହୀ ତଥା ନୟାଗଡ଼ ଜିଲ୍ଲାର ଗର୍ବ ସୌଭାଗ୍ୟ ରଥଙ୍କୁ “ମାଟିର ମହକ ସମ୍ମାନ”
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଗର୍ବ ତଥା ଇଟାମାଟିର ପୁଅ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପର୍ବତାରୋହୀ ତଥା ଆକାଶବାଣୀର ନିର୍ଦ୍ଦେଶକ ସୌଭାଗ୍ୟ କୁମାର ରଥଙ୍କୁ ବିଜୁ ମହତାବ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ “ମାଟିର ମହକ ସମ୍ମାନ”ରେ ସମ୍ବର୍ଦ୍ଧିତ କରାଯାଇଛି । ଏ ଅଞ୍ଚଳର ଶିକ୍ଷାନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ଆଦି ପଚାଶରୁ ଉର୍ଦ୍ଧ୍ଵ ଅନୁଷ୍ଠାନ ବୁଦ୍ଧିଜୀବୀ ଏବଂ ଶତାଧିକ ଛାତ୍ରଛାତ୍ରୀ ଯୋଗଦାନ କରିଥିବା ଏ ଉତ୍ସବରେ ସ୍ଥାନୀୟ ବିଧାୟକ ଡଃ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଶ୍ରୀମାନ ରଥଙ୍କୁ ମାନପତ୍ର ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ଏହା କେବଳ ଇଟାମାଟି ବା ନୟାଗଡ଼ର ନୁହେଁ ବରଂ ପ୍ରତ୍ୟେକ ଓଡ଼ିଆର ଏବଂ ଓଡ଼ିଶାର ବୋଲି କହିବା ସହ ଆମେ ଅଧିକ ସଫଳତା କାମନା…
Read Moreନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ତାଲିକାଭୁକ୍ତ ଅଧିବକ୍ତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ କୋର୍ଟ ସମ୍ମିଳନୀ କକ୍ଷରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ନୟାଗଡ ଆନୁକୂଲ୍ୟରେ ତଥା ଜିଲ୍ଲା ଓ ଦୌରାଜଜ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ ପ୍ୟାନେଲ ଓକିଲମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି l ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ନିରଞ୍ଜନ ପଣ୍ଡା ସଭାପତିତ୍ବ କରିଥିଲେl ପ୍ରାରମ୍ଭରେ ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ବିଶେଷ କୁମାର ସାହୁ ପ୍ରଶିକ୍ଷଣର ଆଭିମୁକ୍ଷ୍ଯ ପ୍ରଦାନ କରିଥିଲେ l ପବିତ୍ରାନନ୍ଦ ପ୍ରଧାନ, ବରିଷ୍ଠ ଦେୱାନୀ ବିଚାରପତି (ଏଲ.ଆର. ଏବଂ ଏଲଟିଭି), ବିଶ୍ୱଜିତ ନାୟକ, ବରିଷ୍ଠ ଦେୱାନୀ ବିଚାରପତି ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବିଚାରଧୀନ ବନ୍ଦୀ, ପୀଡିତା କ୍ଷତି ପୁରଣ, ତ୍ଵରିତ ବିଚାର ପ୍ରକ୍ରିୟା, ଆଇନଗତ ସହାୟତା ଉପରେ ବିଶେଷ ଆଲୋଚନା ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଇଥିଲା l ନାଗରିକ…
Read Moreଚନ୍ଦ୍ରାୟନ ଟିମରେ ନୟାଗଡ଼ ଜିଲ୍ଲାର ଦୁଇ ଯୁବ ବୈଜ୍ଞାନିକ ତଥା ଭାପୁରର ଆଶିଷ ଓ ଓଡ଼ଗାଁର ପୀୟୂଷକାନ୍ତିଙ୍କୁ ଶୁଭେଚ୍ଛାର ସୁଅ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚନ୍ଦ୍ରଯାନ-୩ର ସଫଳ ଅବତରଣ ନେଇ ସାରା ଦେଶ ଉତ୍ସାହିତ ଅଛି। ଏହି ଟିମ୍ରେ କାମ କରୁଥିବା ବୈଜ୍ଞାନିକମାନଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ଅନ୍ତର୍ଗତ ବଡ଼ସହରା ପଞ୍ଚାୟତ ସାନସହରା ଗ୍ରାମର ଯୁବ ବୈଜ୍ଞାନିକ ଆଶିଷ ପଟ୍ଟନାୟକ ଓ ଓଡ଼ଗାଁ ବ୍ଲକ୍ ସୁନାମୁହିଁ ଗ୍ରାମର ବୈଜ୍ଞାନିକ ପୀୟୂଷକାନ୍ତି କରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ସୂଚନା ମିଳିଛି। ଦୁଇ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଛି। ଶ୍ରୀ ପଟ୍ଟନାୟକ ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଓ ଭାପୁର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ବଂଶୀଧର ପଟ୍ଟନାୟକଙ୍କ ନାତି ଏବଂ ତାଙ୍କ ପିତା ପୂର୍ବତନ ପ୍ରଧାନଶିକ୍ଷକ ମୁରଲୀଧର ପଟ୍ଟନାୟକ ଓ ମାତା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ମଞ୍ଜୁରାଣୀ ପଟ୍ଟନାୟକ। ସେ ଇସ୍ରୋ ଶ୍ରୀହରିକୋଟାରେ ୨୦୦୬ ମସିହାରୁ ବୈଜ୍ଞାନିକ ଭାବେ ଯୋଗଦାନ କରି କାର୍ଯ୍ୟ କରିଆସୁଛନ୍ତି। ସେ ରକେଟ୍ ତଥା…
Read Moreଗ୍ରାମୀଣ ଆତ୍ମ ନିଯୁକ୍ତ ତାଲିମ ପ୍ରତିଷ୍ଠାନର ଆଡ଼ଭାଇଜରି କମିଟି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନୟାଗଡ଼ର ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ ଆନୁକୂଲ୍ୟରେ ଏକ ଆଡ୍ଭାଇଜରି କମିଟି ବୈଠକ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ମିନି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଷ୍ଠାନରେ ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ଏବଂ ୨୦୨୩-୨୪ ଆର୍ଥିକ ବର୍ଷର ୧ମ ତ୍ରୈମାସିକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇ ଗୃହୀତ ହୋଇଥିଲା । ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈୟମାସରେ ୨ଗୋଟି ତାଲିମ କାର୍ଯ୍ୟକ୍ରମରେ ୬୫ଜଣଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ସେହିପରି ୨୦୨୩-୨୪ ଆର୍ଥିକ ବର୍ଷର ୧ମ ତ୍ରୈୟମାସିକ କାର୍ଯ୍ୟକ୍ରମରେ ୫ଗୋଟି ତାଲିମ କାର୍ଯ୍ୟକ୍ରମରେ ୧୬୨ଜଣ ତାଲିମାର୍ଥଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ୭ଗୋଟି ତାଲିମ କାର୍ଯ୍ୟକ୍ରମରେ ସର୍ବମୋଟ ୨୨୭ଜଣ ତାଲିମାର୍ଥ ଉପକୃତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୨୦ଜଣ ବି.ପି.ଏଲ. ଶ୍ରେଣୀଭୁକ୍ତ ଏବଂ ୯ଜଣ…
Read More