ନୟାଗଡ଼ ନାଟକ ମହୋତ୍ସବର ଦ୍ୱିତୀୟ ସଂଧ୍ୟା ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନାଟକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମଂଚସ୍ଥ ହୋଇଥିଲା ନାଟକ ‘ବାଞ୍ଝ’। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପ୍ରେକ୍ଷାଳୟ ଠାରେ ସିରିୟସ ଜୋନ୍ ନୟାଗଡ଼ର କଳାକାରମାନଙ୍କୁ ନେଇ ଅଭିନୀତ ହୋଇଥିଲା ଭିନ୍ନ ଶୈଳୀର ନାଟକ “ବାଞ୍ଝ”। ମାତୃତ୍ଵ କେବଳ ଏକ ପରିପୂର୍ଣ୍ଣ ଜୀବନର ପରିଚୟ ନା ସାମାଜିକ ସ୍ଵିକୃତି। ଏକ ସମର୍ପଣ ନା ସହାନୁଭୂତି। ଜୀବନର ଗତିଶୀଳତା ମଧ୍ୟରେ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବାର ସାମର୍ଥ୍ୟ ରେ ପରିପୂର୍ଣ୍ଣା ନାରୀ। ଜୀବନ ରାସ୍ତାରେ ଝୁଣ୍ଟି ପଡୁଥିଲେ ମଧ୍ୟ ପୁଣି ଚାଲିବାର ସାମର୍ଥ୍ୟ,ସାହସ,ସଂକଳ୍ପ କେବଳ ନାରୀ ପାଖରେ ହିଁ ଥାଏ – ଅଜୟ ମହାପାତ୍ରଙ୍କ ଏମିତି ଏକ ସୁନ୍ଦର କାହାଣୀକୁ ନାଟ୍ୟରୂପ ଦେଇଛନ୍ତି ନାଟ୍ୟକାର କୈଳାଶ ଓଝା ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଯାମିନୀ କାନ୍ତ ମିଶ୍ର।ଆଜିର…
Read MoreYear: 2023
ଉଦଘାଟିତ ହେଲା ନୟାଗଡ଼ ନାଟକ ମହୋତ୍ସବ, ମଞ୍ଚସ୍ଥ ହେଲା ନାଟକ ‘ଓଡଶ’
ଓଡ଼ଶ କହିଲା ଜୀବନଦର୍ଶନ ଓ ସାମାଜିକ ସ୍ଥିତିର କଥା, ଯେଉଠି ଜୀବନ ହେଉଛି ଏକ ନାଟକ, ସେଠି ନାଟକରେ ଜୀବନ ଖୋଜୁଥିବା ମଣିଷ ହେଉଛନ୍ତି କଳାକାରମାନେ: ଡ଼ଃ. ଅରୁଣ କୁମାର ସାହୁ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନାଟକ ମହୋତ୍ସବର ଉଦ୍ଘାଟନୀ ସନ୍ଧ୍ୟାରେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପ୍ରେକ୍ଷାଳୟ ଠାରେ ସିରିୟସ ଜୋନ୍ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା ଭିନ୍ନ ଶୈଳୀ ତଥା ନିଆରା ସ୍ୱରର ନାଟକ “ଓଡ଼ଶ”। ଛୋଟ ହେଉ ଅଥବା ବଡ ପୃଥିବୀରେ ସମସ୍ତଙ୍କ କିଛି ନା କିଛି ଭୂମିକା ରହିଛି। ଓଡ଼ଶ ପୃଥିବୀରୁ ବିଲୁପ୍ତ ହେଉଥିବା ଏକ ଛୋଟ ଜୀବ।ଛୋଟ ହେଲେ ବି ତାର ଜୀବନ ଅଛି…ଅତଏବ ବଂଚିବାର ଅଧିକାର ମଧ୍ୟ ଅଛି।ମଣିଷ ପରି ସେ ଖାଏ,ବୁଲେ,ଆଶ୍ରୟ ଖୋଜେ,ଭୟକରେ।ତାର ମଧ୍ୟ ସଂସାର ଅଛି, ସ୍ତ୍ରୀ ଛୁଆପିଲା ଅଛନ୍ତି। ଓଡ଼ଶ ମଣିଷର ରକ୍ତ…
Read Moreଚିନ୍ମୟ ମିଶନ ତରଫରୁ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚିନ୍ମୟ ମିଶନ ତରଫରୁ ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସହର ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଚିନ୍ମୟ ମିଶନର ସନ୍ନ୍ୟାସୀ ସ୍ବାମୀ ଚିଦଘନ୍ନାନନ୍ଦ ସରସ୍ବତୀ ମୁଖ୍ଯ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାରେ ଭାଗନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଆଶୀର୍ବଚନରେ କହିଥିଲେ ଯେ, ସୁସ୍ଥ ଶରୀର ସୁସ୍ଥ ମନ ନିର୍ମାଣ କରିଥାଏ। ଶରୀର ସୁସ୍ଥ ରହିବା ପାଇଁ ପ୍ରତିଦିନ ଆସନ ଓ ମନକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ପ୍ରାଣାୟାମ କରିବା ଆବଶ୍ଯକ। ଖାଦ୍ୟ ସଂଯମତା ହିଁ ସୁସ୍ଥ ଶରୀରର ଚାବିକାଠି ବୋଲି ମଧ୍ଯ କହିଥିଲେ। ଉକ୍ତ ପ୍ରତିଯୋଗିତାର ବିଚାରକ ଭାବେ ଲଡୁକେଶ ଆଞ୍ଚଳିକ ମହାବିଦ୍ୟାଳୟର ସଂସ୍କୃତ ଅଧ୍ଯାପକ ଡକ୍ଟର ସନ୍ତୋଷ କୁମାର ସାହୁ, ରାଜ ରଣପୁର ମହିଳା ମହାବିଦ୍ୟାଳୟର ସଂସ୍କୃତ ଅଧ୍ଯାପିକା ନିଳିମା ନନ୍ଦ, ସଂସ୍କୃତ ଶିକ୍ଷକ…
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ପ୍ରାକ୍ତନ ଛାତ୍ରଛାତ୍ରୀ ସମାବେଶ
ନୟାଗଡ଼, (ନୟାଗଡ଼ ଦର୍ପଣ): ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ପ୍ରାକ୍ତନ ଛାତ୍ରଛାତ୍ରୀ ସମାବେଶ। ବିଦ୍ଯାଳୟର ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନିଜ ବିଦ୍ଯାଳୟର ସର୍ବାଙ୍ଗୀନ ଉନ୍ନତି ଏବଂ ବିକାଶ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ରାଜ୍ଯ ସରକାର ଆରମ୍ଭ କରିଥିବା “ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମ କେବଳ ସରକାରୀ ବିଦ୍ଯାଳୟ ମାନଙ୍କରେ ଚାଲିଥିବା ବେଳେ ବେସରକାରୀ ବା ଘରୋଇ ବିଦ୍ଯାଳୟ ମାନଙ୍କରେ କୌଣସି ବ୍ଯବସ୍ଥା ହୋଇ ନାହିଁ। ଏହି ପରୀପ୍ରେକ୍ଷୀରେ ନୟାଗଡ଼ସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ପ୍ରାକ୍ତନ ଛାତ୍ରଛାତ୍ରୀ ମାନେ ଏକ ଅନାଥ ଆଶ୍ରମ ଗଢ଼ିବା ପାଇଁ ସଂକଳ୍ପ ନେଇ ଏକ ନିଆରା ଢଙ୍ଗରେ ମୋ ସ୍କୁଲ ଅଭିଯାନକୁ ପାଳନ କରିବାକୁ ପ୍ରୟାସ କରିଛନ୍ତି। ଆଜି ପୂର୍ବାହ୍ନ ୧୧ଟା ସମୟରେ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ତଥା ପ୍ରାକ୍ତନ…
Read Moreନୟାଗଡ଼ ଗାଇଡ଼ାନ୍ସ ପବ୍ଲିକ ସ୍କୁଲରେ ବିଜ୍ଞାନ, ଚିତ୍ର କଳା ଓ ହସ୍ତଶିଳ୍ପ ପ୍ରଦର୍ଶନୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହର ଉପକଣ୍ଠ ବାରମାସୀ ଲେନରେ ଥିବା ଗାଇଡ଼ାନ୍ସ ପବ୍ଲିକ ସ୍କୁଲରେ ୨୦୨୩-୨୪ ପାଇଁ ଏକ ବିଜ୍ଞାନ, ଚିତ୍ର କଳା ଓ ହସ୍ତଶିଳ୍ପ ପ୍ରଦର୍ଶନୀକୁ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ବିଜ୍ଞାନ ବିଭାଗର ଅଧ୍ୟାପକ ରୋଟାରିଆନ ପ୍ରସନ୍ନ କୁମାର ବସନ୍ତିଆ ମୁଖ୍ୟ ଅତିଥି ରୂପେ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ବିଜ୍ଞାନ ପ୍ରଦର୍ଶନୀ ପାଇଁ ବିଚାରକ ଭାବେ ଗୁରୁକୃପା ଯୋଗ ସମିତି, ଖୋର୍ଦ୍ଧା ତଥା ବାଣପୁର ମେଡିକାଲରେ କାର୍ଯ୍ୟରତ ପ୍ରସନ୍ନ କୁମାର ମିଶ୍ର, ବିଜ୍ଞାନ ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଏବଂ ବିଜ୍ଞାନ ଅଧ୍ୟାପକ ବିଶ୍ଵ ମୋହନ ପଣ୍ଡା ପ୍ରକଳ୍ପ ଗୁଡ଼ିକୁ ମୂଲ୍ୟାୟନ କରିଥିବା ବେଳେ ଚିତ୍ର କଳା ଓ ହସ୍ତଶିଳ୍ପ ବିଭାଗରେ ଜଗୁ ନାରାୟଣ ସ୍କୁଲ୍, କୁରାଳର ଶିକ୍ଷକ ରାଜ କିଶୋର ନାୟକ, ଶ୍ରୀ ପଲିଟେକନିକର ଅଧ୍ୟାପକ ଅଜିତ କୁମାର ତ୍ରିପାଠୀ…
Read Moreରେଳ ଘରୋଇକରଣ ପ୍ରତିବାଦରେ ସି.ଆଇ.ଟି.ୟୁ.ର ବିକ୍ଷୋଭ
ନୟାଗଡ଼,(ନୟାଗଡ଼ ଦର୍ପଣ): କେନ୍ଦ୍ର ସରକାରର ରେଳ ବିଭାଗରେ ବ୍ୟାପକ ଘରୋଇକରଣ ଓ ଅବ୍ୟବସ୍ଥା ବିରୁଦ୍ଧରେ ନୟାଗଡ଼ ରେଳଷ୍ଟେସନ ଠାରେ ଶ୍ରମିକ ସଂଗଠନ ସିଆଇଟିୟୁ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଷ୍ଟେସନ ମାଷ୍ଟର ସଞୟକୁମାର ପ୍ରଧାନଙ୍କ ଜରିଆରେ ସ୍ମାରକପତ୍ର ଦିଆଯାଇଛି।ତା୨୩.୧୨.୨୦୨୩ ଅପରାହ୍ନରେ ସିଆଇଟିୟୁ ନେତା ସୁରେଶ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ସଙ୍ଗଠନର ଜିଲ୍ଲା ଆବାହକ ବିଶ୍ଵନାଥ ମହାପାତ୍ର ଉଦବୋଧନ ଦେଇ କହିଥିଲେ ଯେ ମୋଦୀ ଶାସନରେ ଘରୋଇକରଣ ପ୍ରକ୍ରିୟାରେ କର୍ପୋରେଟ ପୁଞ୍ଜି ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହୋଇଛି ଏବଂ ରେଳବାଇ ବିଭାଗ ଏହାର ପ୍ରୟୋଗଶାଳା ପାଲଟିଛି। ରେଳପଥ, ରେଳଗାଡ଼ି, ରେଳ ଷ୍ଟେସନ ଘରୋଇ ମାଲିକଙ୍କ ହାତରେ ଟେକିଦେବାରେ ରେକର୍ଡ ଭାଙ୍ଗିଛନ୍ତି ନରେନ୍ଦ୍ର ମୋଦୀ ନିଜର ଅତ୍ୟନ୍ତ ଅନୁଗତ ଅଶ୍ଵିନୀ ବୈଷ୍ଣବଙ୍କ ସହାୟତାରେ। ରେଳ ଯାତ୍ରାରେ ନିରାପତ୍ତା ଓ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି, ଲଗାତାର…
Read Moreବିଜେପି ସରକାର ୧୪୬ସାଂସଦଙ୍କୁ ସଂସଦରୁ କଲେ ନିଲମ୍ବନ, ନୟାଗଡ଼ରେ ଇଣ୍ଡିଆ ମେଣ୍ଟର ନେତୃବୃନ୍ଦ କଲେ ବିକ୍ଷୋଭ
ନୟାଗଡ଼, (ନୟାଗଡ଼ ଦର୍ପଣ): କେନ୍ଦ୍ର ବିଜେପି ସରକାର ୧୪୬ ବିରୋଧୀ ଦଳ ସାଂସଦ ମାନଙ୍କୁ ସଂସଦରୁ ଅଗଣତାନ୍ତ୍ରିକ ଭାବେ ନିଲମ୍ବିତ କରିଛନ୍ତି। ଭାରତୀୟ ଗଣତନ୍ତ୍ର ଉପରେ ବିଜେପି ବିଜେପି ସରକାରଙ୍କ ଏଭଳି ଆକ୍ରମଣକୁ ବିଶ୍ୱ ବ୍ୟାପି ସବୁ ସ୍ତରରେ ନିନ୍ଦା କରାଯାଉଛି। ଗଣତାନ୍ତ୍ରିକ ନୀତିନିୟମକୁ ହତ୍ୟା କରାଯାଉଥିବାରୁ ଆମର ସଂସଦୀୟ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଏଆଇସିସି ସଭାପତି ତଥା ଇଣ୍ଡିଆ ମେଣ୍ଟର ପ୍ରମୁଖ ନେତା ଶ୍ରୀ ମଲ୍ଲୀକାର୍ଜୁନ ଖଡ଼ଗେ ଜୀଙ୍କ ନେତୃତ୍ୱରେ ଶୁକ୍ରବାର ଦିନ ଦିଲ୍ଲୀ ସମେତ ଦେଶବ୍ୟାପି ବିକ୍ଷୋଭ କରାଯାଇଛି । ଏହି ଅବସରରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଇଣ୍ଡିଆ ଗଠବନ୍ଧନ ନେତୃବୃନ୍ଦ ସହ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଅଗଣତାନ୍ତ୍ରିକ ନିଷ୍ପତିର ପୁନଃରୁଦ୍ଧାର କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ…
Read Moreତୃତୀୟ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷାରେ ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ଛାତ୍ର ଅରଜିତ୍ ମହାପାତ୍ର ବ୍ଳକରେ ପ୍ରଥମ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଳକର ୩ୟ ଓ ୫ମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷା- ୨୦୨୨-୨୩ ର ରେଜଲ୍ଟ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ନୟାଗଡ଼ ସାମନ୍ତମାର୍ଗ ସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପ୍ରତିବର୍ଷ ପରି ଏ ବର୍ଷ ମଧ୍ଯ ବାଜିମାତ କରି ଏକ ନୂଆ ଇତିହାସ ରଚନା କରିଛି । ବିଦ୍ଯାଳୟର ୩ୟ ଶ୍ରେଣୀରେ ମେଧାବୃତ୍ତି ପରୀକ୍ଷା ଦେଇଥିବା କ୍ଷିତିପ୍ରଭା ଦଳବେହେରା ଓ ଅନୁଷ୍କା ବିଶ୍ବାଳ ମେଧାବୃତ୍ତି ପାଇ ଥିଲାବେଳେ ଅରଜିତ୍ ମହାପାତ୍ର ନୟାଗଡ଼ ବ୍ଳକରେ ମେରିଟ୍ ଲିଷ୍ଟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ୫ମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଦେଇଥିବା ଶ୍ରଦ୍ଧା ସୁମନ,କେ ଦେବସ୍ମିତା ଓ ଗୌରବ ମହାରଣା ମେଧାବୃତ୍ତି ହାସଲ କରି ବିଦ୍ଯାଳୟ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି। ଏହି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଅଭିନନ୍ଦନ ସମାରୋହ…
Read Moreନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଚରମ ଚେତାବନୀ
୧୦ ସୁଦ୍ଧା ଦଶପଲ୍ଲାକୁ ଟ୍ରେନ ନଗଡ଼ିଲେ ୧୪ରୁ ରେଳ ରୋକ ସହିତ ଜୋରଦାର ଆନ୍ଦୋଳନ ନୟାଗଡ଼, (ନୟାଗଡ଼ ଦର୍ପଣ): ଆସନ୍ତା ଜାନୁଆରୀ ୧୦ ସୁଦ୍ଧା ଦଶପଲ୍ଲାକୁ ରେଳ ନଗଡ଼ିଲେ ୧୪ ତାରିଖରୁ ରେଳ ରୋକ ସହିତ ଜୋରଦାର ଆନ୍ଦୋଳନର ଚେତାବନୀ ଦେଇଛି ନୟାଗଡ଼ ନାଗରିକ ମଞ୍ଚ । ପୂର୍ବ ନିଷ୍ପତ୍ତି ମୁତାବକ ଆଜି ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଦଶପଲ୍ଲାକୁ ତୁରନ୍ତ ଟ୍ରେନ ଚଳାଚଳ ଦାବିରେ ନୟାଗଡ଼ ଟାଉନ ଷ୍ଟେସନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ଦଶପଲ୍ଲା ସଚେତନଶୀଳ ନାଗରିକ ମଞ୍ଚ ମଧ୍ୟ ସାମିଲ ହୋଇଥିଲା । ସୂଚନା ଯୋଗ୍ୟ ଯେ ଦଶପଲ୍ଲା ରେଳ ଷ୍ଟେସନର ନିର୍ମାଣ କାର୍ଯ୍ୟ ଗତ ୫ମାସ ତଳୁ ସମ୍ପୁର୍ଣ୍ଣ ହୋଇ ସାରିଥିବା ବେଳେ ଅଦ୍ୟାବଧି ରେଳ ଚଳାଚଳ ହେଉନାହିଁ । ଏ ନେଇ ଗତ ଜୁଲାଇ ମାସରେ ମଞ୍ଚ ପକ୍ଷରୁ…
Read Moreଜନସାଧାରଣଙ୍କ ସ୍ବପ୍ନକୁ ବାସ୍ତବରେ ପରିଣତ କରିଛନ୍ତି ଦଶପଲ୍ଲା ବିଧାୟକ
ନୂଆଗାଁ,(ନୟାଗଡ଼ ଦର୍ପଣ): ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ଵରେ ଦିନକୁ ଦିନ ବିକାଶ ପଥରେ ଆଗେଇ ଚାଲିଛି ସମଗ୍ର ଦଶପଲ୍ଲା ନିର୍ବାଚନ ମଣ୍ଡଳୀ । ଅନୁରୂପ ଭାବେ ଆଜି ନୂଆଗାଁ ବ୍ଲକ ଅନ୍ତର୍ଗତ ମହିପୁର ଠାରେ ୧୧ କୋଟି ଉର୍ଦ୍ଧ୍ବ ବ୍ୟୟ ଅଟକଳରେ ମହିପୁର ଠାରୁ ଲିଙ୍ଗିରିବାରି ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣକୁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା। ଏଥିରେ ହଜାର ହଜାର ସଂଖ୍ୟକ ବିଜେଡ଼ିର ଛାମୁଆ କର୍ମୀ ଉପସ୍ଥିତ ଥିଲେ । ସେଠାରୁ ବିଧାୟକ ଶ୍ରୀ ବେହେରା ନିଜ ସମର୍ଥକଙ୍କୁ ଧରି ଏକ ବିଶାଳ ଶୋଭାଯାତ୍ରାରେ ବାହାରି ମା ରାମଚଣ୍ଡୀ ଠାକୁରାଣୀଙ୍କୁ ଦର୍ଶନ କରିବା ସହ ମହିପୁର ମା ରାମଚଣ୍ଡୀ କଲ୍ୟାଣ ମଣ୍ଡପରେ ପହଞ୍ଚିଥିଲେ। ତତ୍ ସହିତ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଦଳ କିପରି…
Read More