ରେଳ ଘରୋଇକରଣ ପ୍ରତିବାଦରେ ସି.ଆଇ.ଟି.ୟୁ.ର ବିକ୍ଷୋଭ

ନୟାଗଡ଼,(ନୟାଗଡ଼ ଦର୍ପଣ): କେନ୍ଦ୍ର ସରକାରର ରେଳ ବିଭାଗରେ ବ୍ୟାପକ ଘରୋଇକରଣ ଓ ଅବ୍ୟବସ୍ଥା ବିରୁଦ୍ଧରେ ନୟାଗଡ଼ ରେଳଷ୍ଟେସନ ଠାରେ ଶ୍ରମିକ ସଂଗଠନ ସିଆଇଟିୟୁ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଷ୍ଟେସନ ମାଷ୍ଟର ସଞୟକୁମାର ପ୍ରଧାନଙ୍କ ଜରିଆରେ ସ୍ମାରକପତ୍ର ଦିଆଯାଇଛି।ତା୨୩.୧୨.୨୦୨୩ ଅପରାହ୍ନରେ ସିଆଇଟିୟୁ ନେତା ସୁରେଶ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ସଙ୍ଗଠନର ଜିଲ୍ଲା ଆବାହକ ବିଶ୍ଵନାଥ ମହାପାତ୍ର ଉଦବୋଧନ ଦେଇ କହିଥିଲେ ଯେ ମୋଦୀ ଶାସନରେ ଘରୋଇକରଣ ପ୍ରକ୍ରିୟାରେ କର୍ପୋରେଟ ପୁଞ୍ଜି ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହୋଇଛି ଏବଂ ରେଳବାଇ ବିଭାଗ ଏହାର ପ୍ରୟୋଗଶାଳା ପାଲଟିଛି। ରେଳପଥ, ରେଳଗାଡ଼ି, ରେଳ ଷ୍ଟେସନ ଘରୋଇ ମାଲିକଙ୍କ ହାତରେ ଟେକିଦେବାରେ ରେକର୍ଡ ଭାଙ୍ଗିଛନ୍ତି ନରେନ୍ଦ୍ର ମୋଦୀ ନିଜର ଅତ୍ୟନ୍ତ ଅନୁଗତ ଅଶ୍ଵିନୀ ବୈଷ୍ଣବଙ୍କ ସହାୟତାରେ। ରେଳ ଯାତ୍ରାରେ ନିରାପତ୍ତା ଓ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି, ଲଗାତାର ରେଳ ଦୁର୍ଘଟଣା ଏହାର ଜ୍ଵଳନ୍ତ ଉଦାହରଣ। ରେଳ ବିଭାଗର ଘରୋଇକରଣ ବନ୍ଦ କରିବା, ରେଳସେବାର ମାନବୃଦ୍ଧି କରିବା, ଖୋର୍ଦ୍ଧା ରୋଡ଼ ବଲାଙ୍ଗୀର ରେଳପଥ ସମୟଭିତ୍ତିକ ଭାବେ ଶେଷ କରିବା, ନଗଦଭାବେ ଦଶପଲ୍ଲା ପର୍ଯ୍ୟନ୍ତ ରେଳଗାଡ଼ି ଚଳାଚଳ ସୁନିଶ୍ଚିତ କରିବା ପାଇଁ ଦାବି କରିଛନ୍ତି। ଶ୍ରମିକ ନେତା ପବିତ୍ର ଇନ୍ଦ୍ରଜିତ, ଚାପଧାରୀ ରାଉତ, ସଞ୍ଜୁକ୍ତା ସେଠୀ, ନଳିନୀ ଦାଶ ପ୍ରମୁଖ ଏହି ବିକ୍ଷୋଭର ନେତୃତ୍ବ ନେଇଥିଲେ।

Related posts