ନୟାଗଡ଼ ଗାଇଡ଼ାନ୍ସ ପବ୍ଲିକ ସ୍କୁଲରେ ବିଜ୍ଞାନ, ଚିତ୍ର କଳା ଓ ହସ୍ତଶିଳ୍ପ ପ୍ରଦର୍ଶନୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହର ଉପକଣ୍ଠ ବାରମାସୀ ଲେନରେ ଥିବା ଗାଇଡ଼ାନ୍ସ ପବ୍ଲିକ ସ୍କୁଲରେ ୨୦୨୩-୨୪ ପାଇଁ ଏକ ବିଜ୍ଞାନ, ଚିତ୍ର କଳା ଓ ହସ୍ତଶିଳ୍ପ ପ୍ରଦର୍ଶନୀକୁ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ବିଜ୍ଞାନ ବିଭାଗର ଅଧ୍ୟାପକ ରୋଟାରିଆନ ପ୍ରସନ୍ନ କୁମାର ବସନ୍ତିଆ ମୁଖ୍ୟ ଅତିଥି ରୂପେ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ବିଜ୍ଞାନ ପ୍ରଦର୍ଶନୀ ପାଇଁ ବିଚାରକ ଭାବେ ଗୁରୁକୃପା ଯୋଗ ସମିତି, ଖୋର୍ଦ୍ଧା ତଥା ବାଣପୁର ମେଡିକାଲରେ କାର୍ଯ୍ୟରତ ପ୍ରସନ୍ନ କୁମାର ମିଶ୍ର, ବିଜ୍ଞାନ ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଏବଂ ବିଜ୍ଞାନ ଅଧ୍ୟାପକ ବିଶ୍ଵ ମୋହନ ପଣ୍ଡା ପ୍ରକଳ୍ପ ଗୁଡ଼ିକୁ ମୂଲ୍ୟାୟନ କରିଥିବା ବେଳେ ଚିତ୍ର କଳା ଓ ହସ୍ତଶିଳ୍ପ ବିଭାଗରେ ଜଗୁ ନାରାୟଣ ସ୍କୁଲ୍, କୁରାଳର ଶିକ୍ଷକ ରାଜ କିଶୋର ନାୟକ, ଶ୍ରୀ ପଲିଟେକନିକର ଅଧ୍ୟାପକ ଅଜିତ କୁମାର ତ୍ରିପାଠୀ ଓ ସୁଶାନ୍ତ କୁମାର ସାଥୁଆ ପ୍ରକଳ୍ପ ଗୁଡ଼ିକୁ ମୂଲ୍ୟାୟନ କରିଥିଲେ। ଅନୁଷ୍ଠାନର ଚେୟାରମ୍ୟାନ ଅବିନାଶ ସାହୁଙ୍କ ପ୍ରତ୍ୟକ୍ଷ ତତତ୍ଵାବଧାନରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏହି ପ୍ରଦର୍ଶନୀକୁ ସଫଳ କରାଇଥିଲେ । ପ୍ରଦର୍ଶନୀରେ ବିଜ୍ଞାନ ବିଭାଗରେ ୮୨ ପ୍ରକଳ୍ପ , ଚିତ୍ର କଳା ବିଭାଗରେ ୩୬ ଟି ପ୍ରକଳ୍ପ ଏବଂ ହସ୍ତଶିଳ୍ପ ବିଭାଗରେ ୭୮ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲ । ଶିକ୍ଷୟତ୍ରୀ ଶ୍ରୀମତି ମଧୁମିତା ମିଶ୍ରଙ୍କ ସହଯୋଗରେ ପ୍ରଦର୍ଶନୀଟି ଅନୁଷ୍ଠିତ ହୋଇଥିଲା । ଏହି ପ୍ରଦର୍ଶନୀରେ ମୋଟ ୪୨ଜଣ ଛାତ୍ର ଓ ଛାତ୍ରୀ ଉତ୍ତିର୍ଣ୍ଣ ହୋଇଛନ୍ତି ସେମାନଙ୍କୁ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ଚେୟାରମ୍ୟାନଙ୍କ ସୂଚନା। ପରିଶେଷରେ ଅନୁଷ୍ଠାନର କଳ୍ପନାରାଣୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Related posts