ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ପ୍ରାକ୍ତନ ଛାତ୍ରଛାତ୍ରୀ ସମାବେଶ

ନୟାଗଡ଼, (ନୟାଗଡ଼ ଦର୍ପଣ): ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ପ୍ରାକ୍ତନ ଛାତ୍ରଛାତ୍ରୀ ସମାବେଶ। ବିଦ୍ଯାଳୟର ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନିଜ ବିଦ୍ଯାଳୟର ସର୍ବାଙ୍ଗୀନ ଉନ୍ନତି ଏବଂ ବିକାଶ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ରାଜ୍ଯ ସରକାର ଆରମ୍ଭ କରିଥିବା “ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମ କେବଳ ସରକାରୀ ବିଦ୍ଯାଳୟ ମାନଙ୍କରେ ଚାଲିଥିବା ବେଳେ ବେସରକାରୀ ବା ଘରୋଇ ବିଦ୍ଯାଳୟ ମାନଙ୍କରେ କୌଣସି ବ୍ଯବସ୍ଥା ହୋଇ ନାହିଁ। ଏହି ପରୀପ୍ରେକ୍ଷୀରେ ନୟାଗଡ଼ସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ପ୍ରାକ୍ତନ ଛାତ୍ରଛାତ୍ରୀ ମାନେ ଏକ ଅନାଥ ଆଶ୍ରମ ଗଢ଼ିବା ପାଇଁ ସଂକଳ୍ପ ନେଇ ଏକ ନିଆରା ଢଙ୍ଗରେ ମୋ ସ୍କୁଲ ଅଭିଯାନକୁ ପାଳନ କରିବାକୁ ପ୍ରୟାସ କରିଛନ୍ତି। ଆଜି ପୂର୍ବାହ୍ନ ୧୧ଟା ସମୟରେ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ତଥା ପ୍ରାକ୍ତନ ଛାତ୍ରଛାତ୍ରୀ ସମାବେଶରେ ଏକ ଶହରୁ ଉର୍ଦ୍ଧ୍ବ ପ୍ରାକ୍ତନ ଛାତ୍ରଛାତ୍ରୀ ଯୋଗଦେଇ ଥିଲେ। ଠାକୁର ଶ୍ରୀରାମକୃଷ୍ଣଙ୍କ ଭାବଧାରା ଓ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଦ୍ଯାଳୟ ପରିଚାଳନା ହେଉଥିବାରୁ ଛାତ୍ରଛାତ୍ରୀ ମାନଙ୍କ ଉପରେ ଏହା ବେଶ୍ ପ୍ରଭାବ ପକାଉଛି ବୋଲି ପ୍ରାକ୍ତନ ଛାତ୍ରଛାତ୍ରୀ ମାନେ ନିଜ ନିଜ ବକ୍ତବ୍ଯରେ କହିଥିଲେ। ପ୍ରାକ୍ତନ ଛାତ୍ରଛାତ୍ରୀ ମାନଙ୍କର ବିଦ୍ଯାଳୟ ପ୍ରତିଥିବା ମମତ୍ବବୋଧକୁ ସଂପାଦକ ଶ୍ରୀଯୁକ୍ତ ସାହୁ ଓ ସମସ୍ତ ଗୁରୁଜୀ ଗୁରୁମା ମାନେ ସାଧୁବାଦ ଜଣାଇ ଥିଲେ। ଛାତ୍ରଛାତ୍ରୀ ମାନେ ଭୋଜିଭାତର ମଜା ନେଇଥିଲା ବେଳେ ହ୍ରୁଦ୍ଯନ୍ତ ଜ୍ଯୋତି ପ୍ରକାଶ, କାର୍ତ୍ତିକେଶ୍ବର ମିଶ୍ର,ଅଭିଲିପ୍ସା ସାହୁ,ବିଦ୍ଯାବିଜିତା ମହାନ୍ତି,ଅନୁଭବ ସାହୁ,ଯତିନପ୍ରସାଦ ଡାକୁଆ,ବିଜୟ କୁମାର ସ୍ବାଇଁ, ଇଶାନ୍ତ ମହାପାତ୍ର ଅତୀତ ଦିନର ସ୍ମୃତି ସାଉଁଟିବା ସହିତ କାର୍ଯ୍ୟକ୍ରମ ବିଷୟରେ ନିଜ ନିଜର ମତାମତ ରଖିଥିଲେ।

Related posts