ଓଡଗାଁ: କୋଭିଡ ନିୟମକୁ ଅବମାନନା କରି ଶରଣକୁଳ ଥାନା ଅନ୍ତର୍ଗତ ଗୋଲଗାଁରେ ବହୁ ଲୋକ ସମାଗମ ହୋଇ ଚାଲିଥିଲା ବାହାଘର ଭୋଜି ଆଉ ଠିକ ସେତିକିବେଳେ ଖବର ପାଇ ଓଡଗାଁ ତହସିଲଦାର ବିଜୟିତା ସାମନ୍ତସିଂହାର, ଅତିରିକ୍ତ ତହସିଲଦାର ନିରଞ୍ଜନ ନାୟକ ଓ ପୁଲିସ ମିଳିତ ଭାବେ ଚଢ଼ଉ କରିଥିଲେ । ଚଢ଼ଉ ଦେଖି ମନୋଜ ପାଇକାରାୟ ଓ ତାଙ୍କ ବାପା ଫେରାର ହୋଇ ଯାଇଥିଲେ । ଘଟଣା ଅତି ଗୁରୁତର ହେବାରୁ ସମ୍ପର୍କିୟ ରବିନ୍ଦ୍ର ଘଡେଇ ୨୫ ହଜାର ଟଙ୍କାର ଜୋରିମାନା ଦେଇଥିଲେ । ଅଧିକାରୀମାନେ ତାଗିଦ କରିବା ସହ ଭୋଜିଭାତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି ।
Read MoreMonth: May 2021
ଅକ୍ଷି ମୁଠି ଅନୁକୁଳ କଲେ ଭାପୁର ବ୍ଲକ୍ ଉପାଧ୍ୟକ୍ଷ ଗୟାଧର ପରିଡ଼ା
ଭାପୁର: ଆଜି ପବିତ୍ର ଅକ୍ଷୟ ତୃତୀୟାରେ ଚାଷି ତାର ବର୍ଷର ଚାଷ କାମ ଅନୁକୁଳ କରିଥାଏ । ଚାଷ କାର୍ଯ୍ୟ ଆରମ୍ଭ କରି ଚାଷି ବର୍ଷ ଯାକର ଖାଦ୍ୟ ସାମଗ୍ରୀ ପାଇଁ ବିଲରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷି ଭଲ ଅମଳ କରିଥାଏ । ଆଜି ଏହି ପବିତ୍ର ଅକ୍ଷୟ ତୃତୀୟାରେ ଭାପୁର ବ୍ଲକ୍ ଉପାଧ୍ୟକ୍ଷ ଗୟାଧର ପରିଡ଼ା ପୂଜାର୍ଚ୍ଚନା କରି ଅଖି ମୁଠି ଅନୁକୁଳ କରିବା ସହିତ ବିଲରେ ହଳ କରିଥିଲେ । କୋଭିଡ୍-୧୯ କଟକଣା ପାଳନ କରି ବ୍ଲକ୍ ଉପାଧ୍ୟକ୍ଷ ଅଖିମୁଠି ଅନୁକୁଳ କରିଛନ୍ତି ।
Read Moreଦୁର୍ଦ୍ଦିନରେ ଅସହାୟଙ୍କୁ ସହାୟ
ନୂଆଗାଁ: ନୂଆଗାଁ ବ୍ଳକ ଦୁର୍ଦ୍ଦୁରା ଗ୍ରାମର ସ୍ଵେଚ୍ଛାସେବୀ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର ଏବଂ ଜିଲ୍ଲାର ବିଶିଷ୍ଟ ସମାଜସେବୀ ଦାମ ସାରଙ୍କ ନେତୃତ୍ୱରେ ନେଳିଵାରି ଗାଁରେ ଘର ପୋଡ଼ି ଯାଇଥିବା ହରିହର ନାହାକଙ୍କ ପାଖରେ ପହଞ୍ଚି ଖାଦ୍ୟ ସାମଗ୍ରୀ ତଥା ଚାଉଳ, ଡାଲି, ବିସ୍କୁଟ, ପନିପରିବା, ସାବୁନ ଇତ୍ୟାଦି ପ୍ରଦାନ କରାଯାଇଥିଲା, କିଭଳି ସରକାର ସହଯୋଗ ପାଇପାରିବେ ସମିତି ସଭ୍ୟ ପ୍ରାର୍ଥୀ ନୃସିଂହ ଚରଣ ପାଢୀଙ୍କୁ ସାକ୍ଷାତରେ ଅନୁଷ୍ଠାନର ସଞ୍ଜୟ କୁମାର ସାହୁ ଅବଗତ କରିଥିଲେ। ତାହା ସହ ଏକତାଳ ଗ୍ରାମର ହରିଜନ ଆଦିବାସୀଙ୍କ ପରିବାର ଦୁର୍ଦ୍ଦିନରେ କାଳାତିପାତ କରୁଥିବା ପରିବାର ନିକଟରେ ପହଞ୍ଚି ବିସ୍କୁଟ, ବସ୍ତ୍ର, ପ୍ରଦାନ କରିବା ସହ ମନୋବଳ ଦେଇଥିଲେ। ସ୍ଵେଚ୍ଛାସେବୀ ପରମେଶ୍ବର ସାହୁ, ସମିତି ସଭ୍ୟ ନୃସିଂହ ଚରଣ ପାଢୀ ଏବଂ ସମାଜସେବୀ ଦାମ ସାରଙ୍କୁ ଅଞ୍ଚଳବାସୀ କୃତଜ୍ଞତା…
Read Moreମାଛ ବରଫ ପେଟିରେ ଦେଶୀ ମଦ, ଜଣେ ଗିରଫ
ରଣପୁର: ମାଛ ବରଫ ପେଟିରେ ଦେଶୀ ମଦ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ୍ କରିଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ରଣପୁର ପୁଲିସ ରଣପୁର ବାଇପାସ୍ ରାସ୍ତାରେ ଚେକିଂ କରୁଥିବା ବେଳେ ଜଣେ ୧୯ବର୍ଷିୟ ଯୁବକ ଲୁନା ଗାଡି ନଂ- ଓଡି ୨୫ଏଲ ୨୫୧୮ରେ ଦୁଇଟି ମାଛ ବରଫ୍ ପେଟି ନେଇ ଯାଉଥିବା ବେଳେ ପୁଲିସ୍ ଅଟକାଇ ପଚରାଉଚକା କଲାବେଳେ ବାଇକ୍ ଛାଡି ଦୌଡି ପଳାଇବାକୁ ଚେଷ୍ଟା କରିଥିଲା । ଦୌଡି ଯିବା ଦେଖି ପୋଲିସର ସନ୍ଦେହ ବଢିଥିଲା ତା’ପରେ ପୁଲିସ୍ ଗୋଡାଇ ଅଭିଯୁକ୍ତ ଯୁବକକୁ ଧରିଥିଲା । ତେବେ ଉକ୍ତ ମାଛ ବରଫ ପେଟିରେ ବରଫ୍ ଫୁଲ୍ ହୋଇ ତଳେ ଦେଶୀ ମଦ ରଖିଥିବା ଜଣା ପଡିବା ପରେ ପୁଲିସ୍ ଗାଦି, ମଦ ଓ ଯୁବକକୁ ଥାନାକୁ…
Read Moreକାପ୍ତାପଲ୍ଲୀ ପଞ୍ଚାୟତରେ କରୋନା ସଚେତନତା କାର୍ଯ୍ୟକ୍ରମ
ନୂଆଗାଁ: ନୂଆଗାଁ ବ୍ଲକ କାପ୍ତାପଲ୍ଲୀ ପଞ୍ଚାୟତରେ ଗାଁ’ ଗାଁ’ ବୁଲି ଡାକବାଜି ଜନ୍ତ୍ରରେ କରୋନା ସଚେତନତା ବାର୍ତ୍ତା ପ୍ରଚାର କରାଯାଉଛି l ଗାଁ ଲୋକମାନେ କିପରି ସଚେତନ ହେବେ, କୌଣସି ଲକ୍ଷଣ ଦେଖାଗଲେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ପରୀକ୍ଷl କରାଇବେ, ମାସ୍କ ବ୍ୟବହାର କରିବେ, ସାମାଜିକ ଦୂରତା ନିୟମ ମାନିବେ ସେ ସମ୍ପର୍କରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ଲଗାତାର ସଚେତନ କରାଯାଉଛି l କାପ୍ତାପଲ୍ଲୀ ଗ୍ରା:ପ ର ଭିଏଲ୍ଡବ୍ଲୁ ସୁକାନ୍ତ ପଟ୍ଟନାୟକ, ଗ୍ରାମ ରୋଜଗାର ସେବକ ଅଶୋକ କୁମାର ପ୍ରଧାନ ଅଟୋରେ ବୁଲି ବୁଲି ଗାଁ ଗାଁ ରେ ସଚେତନ କରାଉଛନ୍ତି l କରୋନାର ଦ୍ୱିତୀୟ ଲହରୀର ଭୟାବହତା ଏବଂ ଆବଶ୍ୟକୀୟ ସତର୍କତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଊଛନ୍ତି l ଏହି କାର୍ଯ୍ୟକ୍ରମ ଅବସରରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ରଶ୍ମିତା ଯାନୀ ଏବଂ କିଛି ଗଣମାଧ୍ୟମ ପ୍ରତିନିଧି…
Read Moreବାଣିଗୋଛା ନିକଟରେ ସଡକ ଦୁର୍ଘଟଣା, ୨ ଗୁରୁତର
ଦଶପଲ୍ଲା: ଦଶପଲ୍ଲା ବ୍ଲକ୍ ବାଣିଗୋଛା ଓ କାମିଟି ପଙ୍ଗା ମଧ୍ୟସ୍ଥଳରେ ଘଟିଛି ଏକ ସଡକ ଦୁର୍ଘଟଣା । ସୂଚନା ଅନୁସାରେ, କୁଜାମେଣ୍ଢି ପଞ୍ଚାୟତ ଅନ୍ତର୍ଗତ ସରୁପଡା ଗ୍ରାମର ଶିକ୍ଷକ ବିପ୍ରଚରଣ ଜାନୀ ଓ ବାଣିଗୋଛା ଥାନା ଗ୍ରାମରକ୍ଷୀ ପଦ୍ମଚରଣ ନାୟକଙ୍କ ମଧ୍ୟରେ ମୋଟର ସାଇକେଲ ସାମ୍ନାସାମ୍ନି ଧକ୍କା ହେବାଯୋଗୁଁ , ଦୁଇ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ଲୋକେ 108 ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବାଣିଗୋଛା ମେଡିକାଲ, ପରେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଶିକ୍ଷକ ବିପ୍ର ଚରଣ ଜାନୀଙ୍କର ସ୍ବାସ୍ଥ୍ୟ ଗୁରୁତର ହେବାରୁ, ତାଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଏହି ସ୍ଥାନରେ ବାରମ୍ବାର ସଡକ ଦୁର୍ଘଟଣା ଘଟି ବହୁ ଧନ ଜୀବନ ହାନି ଘଟୁଥିବାବେଳେ , ପ୍ରଶାସନ ଏହି ସ୍ଥାନକୁ ଆକ୍ସିଡେଣ୍ଟ ଜୋନ୍ ଭାବେ…
Read Moreଇଦ୍ ମୁବାରକ
ଇଦ୍ ମୁବାରକ୍ଇଦ୍ ମୁବାରକ୍ ତୁମକୁ ଭାଇଇଦ୍ ମୁବାରକ୍ ତୁମକୁ ଭାଇପ୍ରଥମ ଜହ୍ନର ଅବଲୋକନରେ ହସନ୍ତି ଜଗତ ଜନ,ସେହିପରି ଶିହରଣ ଆଣୁଥାଏ ପାର୍ବଣର ରମଜାନ ।କଳାବଉଦରେ ଲୁଚିଲୁଚି ଆସେ ରମଜାନ ରୂପେଲି ଜହ୍ନ,ମକା ମଦିନାର ଚୂଳ ଛୁଇଁଯାଏ ରଖିଛି ଜାତିର ମାନ ।ଆମେନା ନନ୍ଦନ ଇସଲାମର ଜ୍ୟୋତି କରିଗଲେ କେତେ ପଣ,ବିଜୟ କରିଲେ ଜଗତର ମନ ପରାଣେ ତୋଳି ସ୍ପନ୍ଦନ ।କିଶୋର କିଶୋରୀ ମେହେନ୍ଦି ସଜାଇ ମୁବାରକ ଉଚ୍ଚାରଣେ,ଶୁଭାଶିଷ ଦିଆନିଆ ଚାଲିଥାଏ ଏହି ମଧୁ ପାରବଣେ ।ହେ ଜଗତଜିତା ତୁମେ ପରମାତ୍ମା ସଂସାରରେ ପଏଗମ୍ବରତୁମ ଚଲାପଥ ଆଦରି ନେଇଛୁ ତୁମେ ଏକା ଆପଣାର ।ଇଦ୍ ମୁବାରକ୍ ତୁମକୁ ଭାଇଇଦ୍ ମୁବାରକ୍ ତୁମକୁ ଭାଇ ।। (ଏମ.ଆଉରଙ୍ଗଜେବ)
Read Moreସମ୍ମୁଖ ଯୋଦ୍ଧା ଭାବେ ଆସିଲେ ବିଭିନ୍ନ ବର୍ଗର କର୍ମଚାରୀ, ନେବେ କରୋନା ଟୀକା
ନୟାଗଡ଼: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି। ଟୀକା ପାଇଁ ସମ୍ମୁଖ ଯୋଦ୍ଧା ଭାବେ ରାଜ୍ୟରେ ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ସାମିଲ କରାଯାଇଛି। ବନ ଅଧିକାରୀ, ଫରେଷ୍ଟ ଗାର୍ଡ, ବ୍ୟାଙ୍କ କର୍ମଚାରୀ, ବୀମା କମ୍ପାନୀ କର୍ମଚାରୀ, ଏଟିଏମ ଦାୟିତ୍ଵରେ ଥିବା କର୍ମଚାରୀ, ଫିଲିଂ ଷ୍ଟେସନ, କଷ୍ଟମର କେୟାର କର୍ମଚାରୀ, ରେଲୱେ କର୍ମଚାରୀ, ଅମ୍ଳଜାନ ପ୍ଳାଣ୍ଟ କର୍ମଚାରୀ, ଜିଲ୍ଲା ଶିଶୁ ସୁରକ୍ଷା କର୍ମଚାରୀ, ୧୦୮ ହେଲ୍ପ ଲାଇନ ନମ୍ବର କର୍ମଚାରୀ ଏବଂ କଲ୍ ସେଣ୍ଟରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଟୀକା ପାଇଁ ସମ୍ମୁଖ ଯୋଦ୍ଧା ତାଲିକାରେ ସାମିଲ କରାଯାଇଛି। ଏନେଇ ସବୁ ଜିଲ୍ଲାପାଳ ଏବଂ ପୌରାଞ୍ଚଳ କମିଶନରଙ୍କୁ ଚିଠି ଲେଖି ଏସିଏସ ନିର୍ଦ୍ଦେଶ ଦେଇଛନ୍ତି।
Read Moreବୁଲା ଜୀବଜନ୍ତୁଙ୍କୁ ମୁଁହରେ ଦାନା ଦେଖନ୍ତୁ ଭିଡିଓ
ଭୟରୁ ମୁକ୍ତିିର ପଞ୍ଚସୂତ୍ର
ଭୟରୁ ମୁକ୍ତିିର ପଞ୍ଚସୂତ୍ର୧- ବିବେକପୂର୍ଣ୍ଣ, ବୁଦ୍ଧି ସଂପନ୍ନ, ସଚେତନ ଓ ତର୍କ ପ୍ରବୀଣ ହୁଅ । ଭୟ ସୃଷ୍ଟିକାରୀ ଶକ୍ତିକୁ ଜାଣ । ପ୍ରବାଦ କିଂବା ଜନଶୃତିକୁ ଗୁରୁତ୍ୱ ଦିଅନାହିଁ । ସର୍ବଦା ସତ୍ୟର ଅନୁସନ୍ଧାନକର ।୨- ବ୍ୟସ୍ତ କିଂବା ବ୍ୟଗ୍ର ହୁଅନାହିଁ । ମନରେ ଭୀତି ସଞ୍ଚାରକାରୀ ତଥା ଆତଙ୍କପୂର୍ଣ୍ଣ ଖବର ପ୍ରତି ଦୃୃଷ୍ଟି ଦିଅନାହିଁ । ଟେଲିଭିଜନ୍ରେ ପ୍ରସାରିତ ହିଂସାକାଣ୍ଡ, ବିସ୍ଫୋରଣ, ହତ୍ୟା, ଅପହରଣ ଦୃଶ୍ୟଠାରୁ ନିଜକୁ ଓ ପରିବାରର ସଦସ୍ୟମାନଙ୍କୁ ଦୂରେଇରଖ ।୩- ତୁମ କଥା ଶୁଣିବାକୁ ଯିଏ ଆଗ୍ରହୀ, କେବଳ ସେହି ବ୍ୟକ୍ତିଠାରେ ନିଜର ମନ କଥା କୁହ । ଯେଉଁ କାର୍ଯ୍ୟ କିଂବା କେଉଁ କାରଣରୁ ତୁମ ମନରେ ଭୟ ଜାତ ହେଉଛି, ତାହା ପ୍ରକାଶ କର । ମନ ହାଲୁକା ହେବ, ଭୟ ହଟିଯିବ ।୪- ଭୟ ସୃଷ୍ଟିକାରୀ…
Read More