ଭୟରୁ ମୁକ୍ତିିର ପଞ୍ଚସୂତ୍ର

ଭୟରୁ ମୁକ୍ତିିର ପଞ୍ଚସୂତ୍ର
୧- ବିବେକପୂର୍ଣ୍ଣ, ବୁଦ୍ଧି ସଂପନ୍ନ, ସଚେତନ ଓ ତର୍କ ପ୍ରବୀଣ ହୁଅ । ଭୟ ସୃଷ୍ଟିକାରୀ ଶକ୍ତିକୁ ଜାଣ । ପ୍ରବାଦ କିଂବା ଜନଶୃତିକୁ ଗୁରୁତ୍ୱ ଦିଅନାହିଁ । ସର୍ବଦା ସତ୍ୟର ଅନୁସନ୍ଧାନକର ।
୨- ବ୍ୟସ୍ତ କିଂବା ବ୍ୟଗ୍ର ହୁଅନାହିଁ । ମନରେ ଭୀତି ସଞ୍ଚାରକାରୀ ତଥା ଆତଙ୍କପୂର୍ଣ୍ଣ ଖବର ପ୍ରତି ଦୃୃଷ୍ଟି ଦିଅନାହିଁ । ଟେଲିଭିଜନ୍‌ରେ ପ୍ରସାରିତ ହିଂସାକାଣ୍ଡ, ବିସ୍ଫୋରଣ, ହତ୍ୟା, ଅପହରଣ ଦୃଶ୍ୟଠାରୁ ନିଜକୁ ଓ ପରିବାରର ସଦସ୍ୟମାନଙ୍କୁ ଦୂରେଇରଖ ।
୩- ତୁମ କଥା ଶୁଣିବାକୁ ଯିଏ ଆଗ୍ରହୀ, କେବଳ ସେହି ବ୍ୟକ୍ତିଠାରେ ନିଜର ମନ କଥା କୁହ । ଯେଉଁ କାର୍ଯ୍ୟ କିଂବା କେଉଁ କାରଣରୁ ତୁମ ମନରେ ଭୟ ଜାତ ହେଉଛି, ତାହା ପ୍ରକାଶ କର । ମନ ହାଲୁକା ହେବ, ଭୟ ହଟିଯିବ ।
୪- ଭୟ ସୃଷ୍ଟିକାରୀ ସତ୍ତାଗୁଡ଼ିକ ସହ ନିଜକୁ ସାମିଲ କରାଅ । କୌଣସି କାର୍ଯ୍ୟର ଆରମ୍ଭ କିଂବା ସମ୍ମୁଖୀନ ହେବା ପରେ ତାହା ଜଣାପଡ଼େ ।
୫- ଆଶାବାଦୀ ହୁଅ । ସକାରାତ୍ମକ ଚିନ୍ତା କର । ଭବିଷ୍ୟତ ତୁମର ଆୟତ୍ତାଧୀନ ନୁହେଁ; ଏହା ମନେ ରଖ । କେବଳ ନିଜ ଉପରେ ନିୟନ୍ତ୍ରଣ ରଖ । କୌଣସି ସମସ୍ୟା, ସମସ୍ୟା ହୋଇ ରହିବନାହିଁ କି ଭୟ ଲାଗିବନାହିଁ ।

Related posts