ନୟାଗଡ: ନୟାଗଡ ଜିଲ୍ଲାର ବିଶିଷ୍ଟ ଶ୍ରମିକ ନେତା ଯୋଗେନ୍ଦ୍ର ଖୁଣ୍ଟିଆଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଭରଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାର ଜଣେ ବିଶିଷ୍ଠ ଗାନ୍ଧୀବାଦୀ, ନୟାଗଡ଼ ଚିନିକଳର ପୂର୍ବତନ ଶ୍ରମିକ ନେତା ସ୍ବର୍ଗତ ଖୁଣ୍ଟିଆଙ୍କ ଅବଦାନକୁ ଏହି ଅବସରରେ ସ୍ମୃତି ଚାରଣ କରାଯାଇଥିଲା l ନୟାଗଡ଼ ଚିନିକଳକୁ ପୁନଃ ଚାଲୁକରିବା ଦାବିରେ ସ୍ବର୍ଗତ ଖୁଣ୍ଟିଆଙ୍କ ସଂଗ୍ରାମକୁ ଜିଲ୍ଲା ବାସୀ ସଦାସର୍ବଦା ମାନେ ରଖିବେ ବୋଲି ଏହି ଅବସରରେ ଉପସ୍ଥିତ ଅତିଥି ମାନେ ମତ ରଖିଥିଲେ l ନିଜର ଗାନ୍ଧୀବାଦୀ ଜୀବନ ଦର୍ଶନ ପାଇଁ ନୟାଗଡ଼ର ଗାନ୍ଧୀଭାବେ ସ୍ବର୍ଗତ ଖୁଣ୍ଟିଆବାବୁଙ୍କ ବେଶ ଖ୍ୟାତି ଥିଲା ବୋଲି ଏହି ଅବସରରର ମତ ପ୍ରକାଶ ପାଇଥିଲା l ନୟାଗଡ଼ ଚିନିକଳ କ୍ରିୟାନୁଷ୍ଠାନର ସଦସ୍ୟ ଶିବରାମ ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ଚିନିକଳ କର୍ମଚାରୀ ସଙ୍ଘ ସଭାପତି ସନ୍ତୋଷ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ l ନୟାଗଡ଼ ବିଶିଷ୍ଠ ସମାଜସେବୀ ପ୍ରମୋଦ କୁମାର ପଟନାୟକ, ପ୍ରଦୀପ କୁମାର ସାହୁ, କଂଗ୍ରେସ ନେତା ମନୋଜ କୁମାର ସାହୁ, ଶ୍ରମିକ ନେତା ସଞ୍ଜୟ ନାୟକ ଏବଂ ସମାଜସେବି ଚିତ୍ତରଞ୍ଜନ ପ୍ରଧାନ ପ୍ରମୁଖ ଏହି ଅବସରରେ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ଖୁଣ୍ଟିଅlଙ୍କର ସ୍ମୃତି ଚାରଣ କରିଥିଲେ l ଆଜିର କାର୍ଯ୍ୟକ୍ରମକୁ ସ୍ବର୍ଗତ ଖୁଣ୍ଟିଙ୍କର ସୁପୁତ୍ର ଜ୍ୟୋତିଲାଲ ମାର୍ଥା ପରିଚାଳନା କରିଥିଲେ l
ଶ୍ରମିକ ନେତା ଯୋଗେନ୍ଦ୍ର ଖୁଣ୍ଟିଆଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଭର୍ଚୁଆଲରେ ଅନୁଷ୍ଠିତ
