“ମହାବୀର ଅସହାୟଙ୍କୁ ସାହାଯ୍ୟ ସଂଗଠନ ” ତରଫରୁ ଭୋକିଲା ମୁହଁରେ ଦାନା

ଦଶପଲ୍ଲା: ସରକାରଙ୍କ ଲକଡାଉନ, ସଟଡାଉନ୍ ସମୟରେ ମଣିଷ ମାନେ ଗୃହ ବନ୍ଦୀ ହୋଇ ଯାଇଥିବା ବେଳେ ନିଜ ପାଇଁ ଦୁଇଓଳା ଖାଦ୍ୟ ଯୋଗାଡ କରିବା ସମ୍ଭବ ହେଉ ନାହିଁ । ଏଭଳି ସ୍ଥିତିରେ ଗାଈଗୋରୁ, ଅନ୍ୟ ଜୀବଜନ୍ତୁଙ୍କ କଥା ପଚାରେ କିଏ। ତେବେ ଦଶପଲାର କିଛି ଯୁବକ ନିଜ ଉଦ୍ୟମରେ ଆରମ୍ଭ କରିଛନ୍ତି ଗୋଟିଏ ସଂଘ ଯାହାର ନାଁ “ମହାବୀର ଅସହାୟଙ୍କୁ ସାହାଯ୍ୟ ସଂଗଠନ”। ଏହି ସଂଗଠନ ମାଧ୍ୟମରେ ଭୋକିଲା ଗାଈଗୋରୁ , କୁକୁର ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ଅଟୋରେ ରନ୍ଧା ଖାଦ୍ୟ ନେଇ ଖାଇବାକୁ ଦେଉଛନ୍ତି । ସେମାନଙ୍କର ଏହି ଜୀବେଦୟା କାର୍ଯ୍ୟ ଯୋଗୁଁ ସାଧାରଣରେ ପ୍ରଶଂସା ଭାଜନ ହୋଇ ପାରିଛନ୍ତି । ଗତ ବର୍ଷ ଏଇ କରୋନା ସମୟରେ ତାଙ୍କର ଏଇ ସହାୟତା ପାଇଁ ପ୍ରେସ୍ କ୍ଳବ ଦଶପଲା ତାଙ୍କୁ ସମ୍ବର୍ଦ୍ଧିତ କରିଥିଲା । ସଂଗଠନର ପ୍ରମୁଖ ରାଜେନ୍ଦ୍ର ପ୍ରସାଦ ଦାଶ, ମନୋରଞ୍ଜନ ବେହେରା, ଅଜୟ କୁମାର ବେହେରା, ଚନ୍ଦନ ବେହେରା, ସନ୍ତୋଷ କୁମାର ପଣ୍ଡା, ଅଟୋ ସେବା ଡ୍ରାଇଭର ବାଇଧର ସାହୁ ପ୍ରଭୃତି କୁହନ୍ତି ଏହା ଦ୍ବାରା ଆମକୁ ଯେଉଁ ଆତ୍ମତୃପ୍ତି ମିଳୁଛି ତାହା ଅବନର୍ଣ୍ଣୀୟ। କରୋନା ଶେଷ ହେବା ପର୍ଯ୍ୟନ୍ତ ଏ କାର୍ଯ୍ୟ ଚାଲୁ ରହିବ ବୋଲି ସଂଗଠନ ପକ୍ଷରୁ ଜଣାଯାଇଛି ।

Related posts