ସ୍ୱର୍ଗକୁ ବାଟ

ଶ୍ରୀଯୁକ୍ତ ହରିଶ୍ ପ୍ରଧାନ(ଗୀତିକଳ୍ପ) ଆମ ସମୟର ଓଡ଼ିଆ ଗୀତିକବିତା ପରିମଣ୍ଡଳରେ ଜଣେ ଅନନ୍ୟ ପ୍ରତିଭା । ଛନ୍ଦ ଓ ଲାବଣ୍ୟ ସହ ପ୍ରାକୃତିକ ଓ ନୈସର୍ଗୀକଶୋଭାରାଜି, ମାନବୀୟ ସମ୍ବେଦନ, ଦାର୍ଶନିକ ଦୃଷ୍ଟିଭଙ୍ଗୀ ତଥା ପ୍ରୀତିମୟତା ତାଙ୍କ ରଚନାର ବୈଶିଷ୍ଟ୍ୟ । ନିଜର ସୃଜନାତ୍ମକ ସୃଷ୍ଟି ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରାମନୋନୀତ ହୋଇ ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ପୁରସ୍କୃତ ଓ ପ୍ରତିଭା ସମ୍ମାନରେ ସମ୍ମାନୀତ ହେବା ସହ ଅନେକ ସାରସ୍ୱତ ଅନୁଷ୍ଠାନରୁ ବହୁ ଉପାଧିରେ ସେବିଭୂଷିତ । ଓଡ଼ିଶାର ସମସ୍ତ ଲବ୍ଧପ୍ରତିଷ୍ଠିତ କଙଋଶିଳ୍ପୀମାନଙ୍କ କଙଋରେ ହରିଶ୍ ପ୍ରଧାନ(ଗୀତିକଳ୍ପ)ଙ୍କ ଗୀତସବୁ କ୍ୟାସେଟ୍‌, ଦୂରଦର୍ଶନ ଓ ଆକାଶବାଣୀରେ ପ୍ରସାରିତହୋଇ ଯଥେଷ୍ଟ ଆଦୃତି ଲାଭ କରିାରିଛି । ତାଙ୍କଦ୍ୱାରା ରଚିତ ନୟାଗଡ଼ ପୁରାଣ, ନୟାଗଡ଼ ଜ୍ଞାନ, ଭୂତ ସହିତ ରାତିଏ, ଅମ୍ଳାନ ସ୍ୱାକ୍ଷର ଆଦି ପୁସ୍ତକ ବେଶ୍‌ଆଦୃତ ହୋଇପାରିଛି ପାଠକମାନଙ୍କ ମଧ୍ୟରେ ।…

Read More

ନାୟିକାର ନାଁ ଲୁସି

ଓଡ଼ିଆ ନାଟ୍ୟ ସାହିତ୍ୟରେ ଚର୍ଚ୍ଚିତ ନାଟ୍ୟକାର ଅଧ୍ୟାପକ ରାମଚନ୍ଦ୍ର ମିଶ୍ର ୧୯୭୦ ଦଶକରୁ ନାଟକ ରଚନା କ୍ଷେତ୍ରରେ ନିଜକୁ ନିମଗ୍ନ ରଖି ଓଡ଼ିଆ ନାଟ୍ୟସାହିତ୍ୟକୁ କରିଛନ୍ତି ଋଦ୍ଧିମନ୍ତ । ଓଡ଼ିଆ ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ନାଟ୍ୟକାର ମିଶ୍ରଙ୍କ ନାଟକଗୁଡ଼ିକ ନାଟ୍ୟଧର୍ମୀ, ନାଟ୍ୟପ୍ରେମୀ ଓ ସମାଲୋଚକଙ୍କଦ୍ୱାରାବେଶ୍ ଆଦୃତି ଲାଭ କରିାରିଛି । ଶୈଳୀ, ପାତ୍ରଚୟନ, ସଂଳାପ ଓ କାହାଣୀ ଦୃଷ୍ଟିରୁ ନାଟ୍ୟକାର ମିଶ୍ରଙ୍କ ସମସ୍ତ ନାଟକ ସ୍ୱତନ୍ତ୍ରତା ଦାବି କରନ୍ତି ।‘ନାୟିକାର ନାଁ ଲୁସି’ ନାଟକଟି ସମସ୍ତଙ୍କୁ ଛୁଇଁବ ନିଶ୍ଚିତ ।ଦର୍ପଣ ପବ୍ଲିକେଶନ

Read More

ନୟାଗଡ଼ ଜ୍ଞାନ

ନୟାଗଡ଼ ଗଡ଼ଜାତର ତ୍ରୈକାଳିକ ମହିମମୟ ବିସ୍ତୃତି ପ୍ରଖ୍ୟାପନ ଏକ ବିଜ୍ଞାପନ ନୁହେଁ । ଭୂମି-ସଂପ୍ରୀତିବୋଧ ଓ ଐତିହ୍ୟ-ଅସ୍ମିତାର ପୃଷ୍ଠଭୂମିରେ ଜୀବନ୍ୟାସର ସଂସ୍ଥିତି ଅନ୍ୱେଷଣର ପରିପଥରେ ନୟାଗଡ଼ ପଞ୍ଚଭୂତରେ ଏକ ସମ୍ମିଶ୍ରିତ ଚିତ୍ରାର୍ପିତ ଦନ୍ତକଥା ନୁହେଁ । ଧର୍ମୀୟ, ସାଂସ୍କୃତିକ ଓ ନୃତାତ୍ତ୍ୱିକ ପରିଶୀଳନ କ୍ଷେତ୍ରରେ ଏହାର ସମୁଜ୍ୱଳତା ପରିଲକ୍ଷଣୀୟ । ମହାକାଳର ଚୋରାବାଲିରେ କେତେ ବିଲୁପ୍ତି ମଧ୍ୟରେ ବି ଆଲୋକର ଏକ ପ୍ରତୀକ-ସ୍ଥିତି ହେଉଛି ନୟାଗଡ଼ । ରାଜା, ମହାରାଜା, ସ୍ଥପତି, ଭାସ୍କର, କବି-ପୁରୁଷ, ଦାର୍ଶନିକ ବର୍ଗର ବିଭୂତିରେ ନୟାଗଡ଼ ଏକ ଭିନ୍ନ ଚେତନାର ନୈମିଷାରଣ୍ୟ । ଏହା ସହିତ ଜଡ଼ିତ କେତେ ଉପକଥା, ପ୍ରବଚନ, ପ୍ରବାଦ, ରୂଢ଼ି, ଢଗଢମାଳି ଓ ଅତୀତକା । ସାଧରଣ ମଣିଷର ଆବେଗ, ପ୍ରବେଗ, ସଂବେଗ, ନୟାଗଡ଼ ମାଟିର ସ୍ୱପ୍ନ ଓ କଳ୍ପନାରେ ସଦାସର୍ବଦା ଆଣନ୍ତି ବିଭୋରତା ଓ କର୍ମ ପ୍ରବଣତାର…

Read More

ପଦ୍ୟ ନିର୍ମାଲ୍ୟ

କବି ଉମେଶ ଚନ୍ଦ୍ର ମହାପାତ୍ର ୧୯୫୦ ମସିହା ଏପ୍ରଲ୍ ଏକ ତାରିଖ ଦିନ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ବିନାୟକପୁର ଶାସନରେ ଜନ୍ମ ଗ୍ରହଣ କରିଥିଲେ । କବି ଶ୍ରୀଯୁକ୍ତ ମହାପାତ୍ର ନିଜ ଗାଁ ସ୍କୁଲରେ ଶିଶୁ ଶ୍ରେଣୀଠାରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ି ନୟାଗଡ଼ କଲେଜରୁ ବି.ଏ. ପାସ୍ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାରରୁ ରାଜନୀତି ବିଜ୍ଞାନରେ ଏମ୍‌.ଏ. ପାସ୍ କରି ଶରଣକୁଳ କଲେଜରେ ଅଧ୍ୟକ୍ଷ ଭାବେ ଦୀର୍ଘ ନଅ ବର୍ଷ ଧରି କାମ କରିଥିଲେ । କଲେଜ ଗଠନରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିବା ସହିତ ମିରଟ ବିଶ୍ୱବିଦ୍ୟାଳୟରୁ ଏମ୍‌.ଫିଲ୍‌. ପାସ୍ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ରଣପୁର ମହାବିଦ୍ୟାଳୟରେ ୧୧ବର୍ଷ ଧରି ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟଭାବେ କାମ କରିଥିଲେ ଏବଂ କିଛିଦିନ ପାଇଁ ରଣପୁର ମହାବିଦ୍ୟାଳୟରେ ଅଧ୍ୟକ୍ଷଭାବେ କାମ କରିଥିଲେ…

Read More

କର୍କଟ ରୋଗରେ ସ୍ୱାମୀଙ୍କ ମୃତ୍ୟୁ ପରେ ଲଷ୍ମୀପ୍ରିୟାଙ୍କୁ ମିଳିଲା ସହାୟତା

ଗଣିଆ: ଗଣିଆ ଦଶିପୁର ଗ୍ରାମର ଜଣେ ପରିବାର ମୁଖ୍ୟଙ୍କ କର୍କଟରେ ମୃତ୍ୟୁ ପରେ ଛୋଟ ଛୋଟ ଝିଅଙ୍କୁ ନେଇ ମୃତକଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଅଭାବରେ ଦିନ କାଟୁଥିବା ବେଳେ ମିଳିଲା ସହାୟତାର ହାତ। କର୍କଟରେ ପରିବାର ମୁଖ୍ୟଙ୍କ ମୃତ୍ୟୁ ପରେ ଲଷ୍ମୀପ୍ରିୟା ଅଭାବ ଅନଟନରେ ଚଳୁଥିବା ସମ୍ପର୍କରେ ଏକ ଦୈନିକ ଖବର କାଗଜରେ ଖବର ପ୍ରକାଶିତ ହେବା ପରେ ବିଭିନ୍ନ ସଂଗଠନ, ସାମାଜିକ କର୍ମୀ ଓ ଗ୍ରାମବାସୀ ଉକ୍ତ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି। ଏହି କ୍ରମରେ ଗଣିଆ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ବ୍ଲକ ଅଧକ୍ଷ ଶେଷଦେବ ସ୍ବାଇଁ, ସାମାଜିକ କର୍ମୀ ଅଜୟ କୁମାର ଲେଙ୍କା ଓ ଦଣ୍ଡଧର ଦାସ ପ୍ରମୁଖ ଦଶୀପୁର ଗ୍ରାମରେ ପହଞ୍ଚି ଯୋଗାଡ଼ କରିଥିବା ୨୦ ହଜାର ଟଙ୍କା ଅର୍ଥ ମୃତକଙ୍କ ପତ୍ନୀକୁ…

Read More

ଏହି ଉପାୟରେ ବଢ଼ାନ୍ତୁ ନିଜର ରୋଗ ପ୍ରତିରୋଧକ ଶକ୍ତି: ଆୟୁଷ ମନ୍ତ୍ରଣାଳୟର ଉପାୟ

କରୋନା ଭୂତାଣୁ ଠାରୁ ନିଜକୁ ରକ୍ଷା କରିବାକୁ ବିଶେଷଜ୍ଞ ବିଭିନ୍ନ ପରାମର୍ଶ ଦେଉଛନ୍ତି। ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅନେକ ନିୟମାବଳୀ ପାଳନ କରାଯାଉଛି। ଏହାବ୍ୟତୀତ ସଂକ୍ରମଣକୁ ଏଡାଇବାକୁ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଅନେକ ଉପାୟ ଜଣାଇଛନ୍ତି। ଏଭଳି ସମୟରେ ଆୟୁଷ ମନ୍ତ୍ରାଳୟ ଦ୍ୱାରା ବିଭିନ୍ନ ଉପାୟ ଜାରି କରାଯାଇଛି।– ନିୟମିତ ଉଷୁମ ପାଣି ପିଅନ୍ତୁ। ଏହାସହ ଉଷୁମ ପାଣିରେ ଅଳ୍ପ ଲୁଣ ଓ ହଳଦୀଗୁଣ୍ଡ ପକାଇ ଗାରଗେଲ କରନ୍ତୁ।– ଘରେ ପ୍ରସ୍ତୁତ ସତେଜ ଖାଦ୍ୟ ଖାଆନ୍ତୁ। ଯେଉଁ ଖାଦ୍ୟ ସହଜରେ ହଜମ ହୋଇପାରୁ ଥିବ। ଏହାସହ ଖାଦ୍ୟରେ ହଳଦୀ, ଜିରା, ଅଦା, ଧନିଆରେ ପ୍ରୟୋଗ କରିବା ସହ ଅଁଳାର ନିୟମିତ ସେବନ କରନ୍ତୁ।ପ୍ରତିଦିନ ୩୦ ମିନିଟ ଯାଏଁ ଯୋଗ , ପ୍ରାଣାୟାମ, ଧ୍ୟାନ କରିବା ସହ ୭ ରୁ ୮ ଘଣ୍ଟା ନିଶ୍ଚୟ ଶୁଅନ୍ତୁ।–…

Read More

ରଣପୁର ଅଞ୍ଚଳରେ ଇଟାଭାଟି ଯୋଗୁଁ ବାୟୁମଣ୍ଡଳ ଦୂଷିତ

ରଣପୁର: ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଚାଲିଥିବା ବେଳେ ସେଥିପାଇଁ ଦେଖାଯାଉଛି ଅମ୍ଳଜାନର ଅଭାବ । ବାୟୁମଣ୍ଡଳ ରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳ ସନ୍ତୁଳିତ ହେଉଅଛି। ରଣପୁର ତହସିଲର ରଣପୁର, ବାଉଁଶଗଡ ଓ ରାଜସୁନାଖଳା ରାଜସ୍ୱ ଅଂଚଳରେ ରାସ୍ତାକଡ ମାନଙ୍କରେ ଶହ ଶହ ଇଟାଭାଟି ଦେଖାଯାଉଛି । ଇଟାଭାଟି ଗୁଡିକରୁ ବାହାରୁଥିବା ଧୂଆଁ ଯୋଗୁଁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବଢିବାରେ ଲାଗିଛି । ଯାହାଫଳରେ ଆଖ ପାଖ ଅଂଚଳରେ ଛୋଟ ଶିଶୁଙ୍କ ସମେତ ବୁଢା ବୁଢି ମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଭୋଗ କରୁଛନ୍ତି । ରାଜସ୍ୱ କର୍ମଚାରୀ ମାନେ ଲୋକ ଦେଖାଣିଆ ଇଟାଭାଟି ମାଲିକଙ୍କ ନିକଟକୁ ଆସି କିଛି ଫାଇନ୍ ଆଦାୟ କରିବା ବଦଳରେ ପକେଟ ଗରମ କରି ଚୁପ୍ ଚାପ୍ ଚାଲି ଯାଉଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି।

Read More

ରଣପୁରରେ ମିଳୁନି କୋଭିଡ ଟୀକା

ରଣପୁର: ସାରା ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଭୟାଭୟ ରୂପ ନେଇ ଆସୁଥିବା ବେଳେ ସେଥିରୁ ବାଦ୍ ପଡିନି ରଣପୁର ଅଞ୍ଚଳ । କିନ୍ତୁ କରୋନା ସଂକ୍ରମଣରୁ ମଣିଷ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଟିକାକରଣ କରାଯାଉଥିବା ବେଳେ ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳରେ ଟିକାକରଣ ବନ୍ଦ ହୋଇ ଯାଇଛି । ଯାହା ଫଳରେ ସାଧାରଣ ଲୋକମାନେ ହନ୍ତସନ୍ତ ହେଉଛନ୍ତି। କରୋନା ଦ୍ୱିତୀୟ ସଂକ୍ରମଣରେ ଏ ଯାବତ୍ ୬୫୦୦ବ୍ୟକ୍ତିଙ୍କୁ କରୋନା ପରୀକ୍ଷଣ କରାଯାଇଅଛି । ସମୁଦାୟ ୩୭୭ଜଣଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଇଅଛି ।ସେଥି ମଧ୍ୟରୁ ୨୦୨ଜଣ କରୋନାରେ ଆକ୍ଟିଭ୍ ଥିବା ଜଣାପଡିଛି । ଏ ପର୍ଯ୍ୟନ୍ତ ରଣପୁରକୁ ୧୭୮୮୬ ଟିକା ଆସିଅଛି । ପ୍ରଥମ ଡୋଜ୍ ୧୬୮୩୬ ଜଣ ନେଇଥିବା ବେଳେ ଦ୍ୱିତୀୟ ଡୋଜ୍ ୧୦୫୦ ଜଣ ନେଇଛନ୍ତି। ଯାହାଫଳରେ ୧୫୦୦୦…

Read More

ଲକଡାଉନକୁ କଡ଼ାକଡ଼ି କଲା ଗଣିଆ ପୋଲିସ

ଗଣିଆ: କରୋନାର ଦ୍ୱିତୀୟ ଲହରକୁ ରୋକିବା ପାଇଁ ସରକାରଙ୍କ ଗାଇଡ଼ଲାଇନକୁ ମାନି ଚଳିତ ବର୍ଷର ପ୍ରଥମ ଲକଡାଉନକୁ ଗଣିଆରେ କଡ଼ାକଡ଼ି କରାଯାଇଥିଲା। ଗଣିଆ ପୋଲିସ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ପାଇଁ ସଚେତନ କରିଥିବା ବେଳେ ସାମାଜିକ ଦୂରତା ରଖି ନିଜ ନିଜର ସଉଦା କିଣିବା ପାଇଁ ସକାଳ ୬ଟାରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଗ୍ରୋସରି, ପରିବା ଦୋକାନ ଖୋଲା ଯାଇଥିଲା। ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଗଣିଆ ବଜାର ସମେତ ମୁଖ୍ୟ ମୁଖ୍ୟ ସ୍ଥାନମାନଙ୍କରେ ପୋଲିସ ବନ୍ଧୁ ସଜାଗ ଥିଲେ।    ସୂଚନା ଅନୁସାରେ, ମେ ୫ରୁ ୧୯ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ ରହିବ ଏହି ସମୟରେ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିବ। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ସରକାରଙ୍କ ଗାଇଡ଼ଲାଇନ…

Read More

ଖଣ୍ଡପଡା କୋଭିଡ କେୟାର ସେଣ୍ଟର ପକ୍ଷରୁ ୨୪ଘଣ୍ଟିଆ ଫୋନ ନମ୍ବର ଜାରି

ଖଣ୍ଡପଡା: ସାରା ଭାରତରେ କରୋନାର ଦ୍ୱିତୀୟ ଲହର ଭୟାନକ ଭାବେ ମାଡି ଚାଲି ଥିବାବେଳେ ସେଥିରୁ ବାଦ ପଡ଼ିନି ଆମ ରାଜ୍ୟ ପୁଣି ସେଥିରେ ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରୋଗୀମାନଙ୍କ ସୁବିଧା ପାଇଁ ଖଣ୍ଡପଡ଼ା କୋଭିଡ କେୟାର ସେଣ୍ଟରରେ ୨୪ ଘଣ୍ଟିଆ ହେଲ୍ପଡେସ୍କ ଖୋଲାଯାଇଛି । ସକାଳ ୯ଘଟିକାରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ସୁନୀତା ସ୍ୱାଇଁ ଫୋନ ମାଧ୍ୟମରେ ପରାମର୍ଶ ଦେବାକୁ ଥିବା ବେଳେ ରାତ୍ରି ୯ରୁ ସକାଳ ୯ଟା ପର୍ଯ୍ୟନ୍ତ ପ୍ରଦ୍ୟୁମ୍ନ ସ୍ୱାଇଁ ପରାମର୍ଶ ଦେବେ। କୋଭିଡ କେୟାର ସେଣ୍ଟର ପକ୍ଷରୁ ଏକ ଟେଲିଫୋନ ନମ୍ବର- ୯୩୪୮୯୬୧୮୪୮ ଜାରି କରାଯାଇଛି ।

Read More