ରାସୋଳ ଗ୍ରାମବାସୀ ଆୟୋଜନ କଲେ ବନ ମହୋତ୍ସବ

ରଣପୁର,(ନୟାଗଡ଼ ଦର୍ପଣ):- ରଣପୁର ବ୍ଲକ ରାଜସୁନାଖଳା ନିକଟସ୍ଥ ସାନପଦର ଗ୍ରାମ ପଞ୍ଚାୟତ ଅଧୀନ ରାସୋଳ ଗ୍ରାମରେ ମା’ କୁଣ୍ଡାଖାଇ ସେବା ସଂଘ ଏବଂ ଗ୍ରାମବାସୀମାନଙ୍କ ଆୟୋଜନରେ ଅନୁଷ୍ଠିତ ହୋଇଯାଇଛି ବନ ମହୋତ୍ସବ। ଯୁବ ସମାଜସେଵୀ ସତ୍ୟନାରାୟଣ ବାରିକଙ୍କ ତତ୍ୱାବଧାନରେ ଗ୍ରାମର ବାଉତି ଠାକୁରାଣୀଙ୍କ ମନ୍ଦିର ପରିସରରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ସଭାପତି ବିଶ୍ୱନାଥ ବଳିୟାରସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସାନପଦର ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିନିଧି କିଶୋର କୁମାର ସାହୁ, ସାନପଦର ଗ୍ରାମ ପଂଚାୟତର ସମିତି ସଭ୍ୟ ପ୍ରତିନିଧି ଅର୍ଜୁନ ପଟ୍ଟନାୟକ,ମୁଖ୍ୟବକ୍ତା ଭାବେ ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ସମାଜସେବୀ ଜଗନ ନାୟକ, ବିଶ୍ୱନାଥ ବେହେରା, ରାଜସୁନାଖଳା ମହୋତ୍ସବ କମିଟିର ସମ୍ପାଦକ ତଥା ଯୁବ ସମାଜସେବୀ ଚିତ୍ତରଞ୍ଜନ ପ୍ରଧାନ, ଅତିଥି ଭାବେ ସମାଜସେବୀ କିଶୋର ସାହୁ, ବୈକୁଣ୍ଠ…

Read More

ରଣପୁରରେ ଓଡିଶା ବନ୍ଦକୁ ବିପୁଳ ସମର୍ଥନ

ରଣପୁର/ରାଜସୁନାଖଳା,(ନୟାଗଡ଼ ଦର୍ପଣ):- ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦରବୃଦ୍ଧି ନୀତି ବିରୋଧରେ ସି ପି ଆଇ (ଏମ) ସମେତ ବାମପନ୍ଥୀ ଦଳମାନଙ୍କ ଆହ୍ବାନକ୍ରମେ କଂଗ୍ରେସ, ସମାଜବାଦୀ ପାର୍ଟି ଓ ଆମ ଆଦମୀ ପାର୍ଟି ଏବଂ ବିଭିନ୍ନ ଗଣସଙ୍ଗଠନ ସମର୍ଥନ ରେ ଆଜି ୧୫ଜୁଲାଇ “ଓଡିଶା ବନ୍ଦ” କାର୍ଯ୍ୟକ୍ରମକୁ ବିପୁଳ ସମର୍ଥନ ମିଳିଛି। ଏହିକ୍ରମରେ ଆଜି ସମଗ୍ର ରଣପୁରରେ ସରକାରୀ ଅଫିସ, ରାସ୍ତା ଘାଟ ଏବଂ ଦୋକାନ ବଜାର ଗୁଡିକ ସମ୍ପୂର୍ଣ ବନ୍ଦ ଥିଲା। ସକାଳ ୭ଟା ସମୟରୁ ଆରମ୍ଭ ହୋଇଥିବା ଓଡିଶା ବନ୍ଦ କାର୍ଯ୍ୟକ୍ରମରେ ପ୍ରଥମେ ସରକାରୀ ଅଫିସି ଗୁଡିକ ସମ୍ମୁଖରେ ଆନ୍ଦୋଳନ କାରୀ ମାନେ ପିକେଟିଂଙ୍ଗ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ରଣପୁର ପଞ୍ଚୁଦୋଳ ପଡିଆ ଠାରେ ଆନ୍ଦୋଳନ କାରୀ ମାନେ ରାସ୍ତା ଉପରେ ବସି ରହିଥିଲେ। ଦୁଃଶାସନ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ…

Read More

ଓଡ଼ଗାଁ ପୋଲିସ ଦ୍ୱାରା ଦୁଇ ନାବାଳିକାଉଦ୍ଧାର

ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ଓଡ଼ଗାଁ ଥାନା ଅନ୍ତର୍ଗତ ଗିରିଡ଼ିପଲ୍ଲୀ ଗ୍ରାମର ଦୁଇ ଜଣ ନାବାଳିକାଙ୍କୁ ଓଡ଼ଗାଁ ପୁଲିସ ବ୍ରହ୍ମପୁର ରେଳଷ୍ଟେସନରୁ ଉଦ୍ଧାର କରିଛି । ନାବାଳିକା ଦୁଇ ଜଣ ଦୁଇ ଭଉଣୀ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୮ତାରିଖରୁ ସେମାନେ ନିଖୋଜ ହୋଇଥିବା ବେଳେ ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ନାବାଳିକାଙ୍କ ମାଆ ବୁଧବାର ଓଡ଼ଗାଁ ଥାନାରେ ଅଭିଯୋଗ କରିଥିଲେ । କୋୖଣସି ସୂତ୍ରରୁ ଖବର ପାଇ ଓଡ଼ଗାଁ ପୁଲିସ ଆଜି ଉଭୟଙ୍କୁ ବ୍ରହ୍ମପୁର ରେଳଷ୍ଟେସନରୁ ଉଦ୍ଧାର କରିଥିବାନେଇ ଆରକ୍ଷୀ ଅଧିକ୍ଷକ ଟୁଇଟ କରି ସୂଚନା ଦେଇଛନ୍ତି ।

Read More

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଈଶ୍ୱର ବିଶୋଇଙ୍କ ଦେହାନ୍ତରେ ଜିଲ୍ଲାପାଳଙ୍କ ଶୋକ

ନୟାଗଡ଼,(ନୟାଗଡ଼ ଦର୍ପଣ):- ନୟାଗଡ଼ ଜିଲ୍ଲାର ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ଶ୍ରୀ ଈଶ୍ୱର ବିଶୋଇଙ୍କ ଦେହାନ୍ତ ଘଟିଛି । ସେ ରଣପୁର ବ୍ଲକର ମଝିଆଖଣ୍ଡ ଗ୍ରାମରେ ତା. ୧୧.୧୧.୧୯୨୧ରେ ଜନ୍ମ ଗ୍ରହଣ କରିଥିଲେ । ସେ ୧୯୪୩ ମସିହାରେ ଆଜାଦହିନ୍ଦ୍ ଫୌଜରେ ଯୋଗ ଦେଇଥିଲେ । ୧୯୪୫ ମସିହା ମେ ୬ତାରିଖ ଦିନ ତାଙ୍କୁ ବନ୍ଦୀ କରି ଇଂରେଜ ସରକାର ରେଙ୍ଗୁନ୍ ଜେଲରେ ରଖିଥିଲେ ଏବଂ ପରେ ପରେ ରେଙ୍ଗୁନ୍ ସେଂଟ୍ରାଲ ଜେଲରେ ୧୧ମାସ ବନ୍ଦୀ ରହି ୧୯୪୬ ମସିହା ଏପ୍ରିଲ ୨୭ତାରିଖରେ ମୁକ୍ତିଲାଭ କରିଥିଲେ । ୧୯୧୫ ଓ ୨୦୧୮ ମସିହାରେ ସେ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନୀତ ହୋଇଥିଲେ । ଗତବର୍ଷ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ରାନ୍ତି ଦିବସ ଅବସରରେ ଶ୍ରୀ ବିଶୋଇଙ୍କୁ ରାଷ୍ଟ୍ରପତି ପଦତ୍ତ ମାନପତ୍ର ତାଙ୍କ ବାସଭବନରେ ପ୍ରଦାନ କରାଯାଇଥିଲା । ତାଙ୍କ…

Read More

ବିଶିଷ୍ଟ ସମାଜସେବୀ ଗୋବର୍ଦ୍ଧନ ସାହୁଙ୍କ ଦେହାନ୍ତ

ବରିଷ୍ଠ ଉପଦେଷ୍ଟାଙ୍କୁ ହରାଇଲା ରାଜସୁନାଖଳା ମହୋତ୍ସଵ କମିଟି ରାଜସୁନାଖଳା,(ନୟାଗଡ଼ ଦର୍ପଣ):- ଯାହାଙ୍କର ମୁହଁରେ ରହିଥିଲା ରକ୍ତମାଟି ରାଜରଣପୁରର ରକ୍ତିମ ଇତିହାସ। ଅନର୍ଗଳ କହି ପାରୁଥିଲେ ମାଆ, ମାଟି, ରାଜସୁନାଖଳାର ଭୂତ, ଭବିଷ୍ୟ ଆଉ ବର୍ତ୍ତମାନ । ଯିଏ ତନ୍ନତନ୍ନ କରି ପଢ଼ିଥିଲେ ରଣପୁର ଗେଜେଟକୁ।ଆତ୍ମୀୟତାର ନିରୁତା ବନ୍ଧନରେ ବାନ୍ଧି ରଖିଥିଲେ କୋମଳମତି ଶିଶୁ ଠାରୁ ବୃଦ୍ଧ ପର୍ଯ୍ୟନ୍ତ। ବୟସର ଅପରାହ୍ନରେ ବି ତାଙ୍କଠି ବାରିହେଇ ପଡୁଥିଲା ଯୁବସୁଲଭ ଗୁଣାବଳୀ। ରାଜସୁନାଖଳା ମହୋତ୍ସବ କମିଟି, ରାଜସୁନାଖଳାର ବରିଷ୍ଠ ମାର୍ଗଦର୍ଶକ ଭାବେ ଯୋଗଦେଇ ମହୋତ୍ସବକୁ ରାଜ୍ୟସ୍ତରୀୟ ମହୋତ୍ସବର ମାନ୍ୟତା ଆଣିବାରେ ସହାୟ ହୋଇଥିଲେ। ତେବେ ଏଭଳି ଜଣେ ମାନଵବାଦୀ ମଣିଷଙ୍କୁ ହରାଇ ଅଞ୍ଚଳବାସୀ ଦୁଃଖ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି, ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଗୋପୀନାଥପୁର ସାହିର ବିଶିଷ୍ଟ ସମାଜସେବୀ ତଥା ଓଡ଼ିଆ ଭାଷା ସାହିତ୍ୟକୁ ମନଭରି…

Read More

ଓଡ଼ଗାଁ ଶିକ୍ଷା ଅଧିକାରିଣୀଙ୍କୁ ଘରୋଇ ବିଦ୍ୟାଳୟ ସଂଘର ଦାବିପତ୍ର ପ୍ରଦାନ

ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ଓଡ଼ଗାଁ ବ୍ଲକର ସମସ୍ତ ଘରୋଇ ବିଦ୍ୟାଳୟର କର୍ମକର୍ତ୍ତାଙ୍କୁ ନେଇ କାର୍ଯ୍ୟକାରୀ ସଭାପତି ଅବିନାଶ ସାହୁଙ୍କ ଆବାହକତ୍ୱରେ ଓଡ଼ଗାଁ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ଗୀତାଞ୍ଜଳି ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କୋଭିଡ ପାଇଁ ସମସ୍ତ ବେସରକାରୀ ବିଦ୍ୟାଳୟର ଅବସ୍ଥା ଭଲ ନଥିବାବେଳେ ଏଥିରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀମାନେ ପ୍ରାୟ ଦେଢ଼ ବର୍ଷ ହେଲା କୌଣସି ଆର୍ଥିକ ସହଯୋଗ ପାଉନଥିବାବେଳେ ସେମାନଙ୍କ ପରିବାର ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଚଳୁଥିବା ଜଣାପଡ଼ିଛି। ସେମାନଙ୍କୁ ସରକାର ସାହାଯ୍ୟ ସହଯୋଗ କରିବା ପାଇଁ ଦାବିପତ୍ରରେ ଦ୍ୱାରା ଜଣାଇ ଦିଆଯାଇଛି। ଏହି ସମୟରେ ବିନା ଟି.ସିରେ ବ୍ଲକର ପ୍ରାୟ ସମସ୍ତ ସରକାରୀ ବିଦ୍ୟାଳୟରେ ନାମ ଲେଖା ଚାଲିଛି ତେଣୁ ଏଭଳି ପରିସ୍ଥିତିରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଟି.ସି ନେଇ ନାମ ଲେଖାଇବା…

Read More

ପ୍ରତାପ ପ୍ରସାଦରେ ଘର ଘର ବୁଲି ସଚେତନ କଲେ ସରପଞ୍ଚ

ଇଟାମାଟି,(ନୟାଗଡ଼ ଦର୍ପଣ):- ବିଶ୍ଵ ମହାମାରୀ କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରତାପ ପ୍ରସାଦ ଗାଁ କଲ୍ୟାଣ ସମିତି ପକ୍ଷରୁ ଘର ଘର ବୁଲି ସଚେତନ କରାଯାଇଛି । ସୂଚନାନୁସାରେ, ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ଇଟାମାଟି ପଞ୍ଚାୟତର ସରପଞ୍ଚ ସୋନାଲିକା ମନ୍ଥନଙ୍କ ପରାମର୍ଶ କ୍ରମେ ଆଜି ପ୍ରତାପ ପ୍ରସାଦ ଗାଁ କଲ୍ୟାଣ ସମିତି ପକ୍ଷରୁ ପ୍ରତାପ ପ୍ରସାଦ ଗାଁ’ର ଘରକୁ ଘର ବୁଲି ମହାମାରୀ କରୋନାର ତୃତୀୟ ଲହର ବିଷୟରେ ସଚେତନ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସରପଞ୍ଚଙ୍କ ସହ ଅଙ୍ଗନବାଡ଼ି କର୍ମୀ ରଞ୍ଜୁଲତା ମହାପାତ୍ର, ଯାଞ୍ଚ କମିଟିର ସଭାପତି ସତ୍ୟବାଦୀ ଜଗତ ସିଂ, ଆଶାକର୍ମୀ ସବିତା ବଳିଆର ସିଂ, ୱାର୍ଡସଭ୍ୟା ବାସନ୍ତୀ ବାରିକ ଓ ପ୍ରଦ୍ମାବତୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Read More

୫ମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ ଉଦଘାଟିତ

ନୟାଗଡ଼, :- ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ ୧୦ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ-୨୦୨୧ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ନୟାଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ଗରିବ ଓ ଅସହାୟ ଲୋକଙ୍କୁ ବସ୍ତ୍ର ଓ ମାସ୍କ ବଣ୍ଟନ କରାଯାଇଥିଲା। ନୟାଗଡ଼ ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଦାମୋଦର ସାହୁ, ସମାଜସେବୀ ଭାଗିରଥି ବାଇ, ସ୍ବେଛାସେବୀ ପରମେଶ୍ୱର ସାହୁ, ନରେନ୍ଦ୍ର ବେହେରା, ଶିବଶଙ୍କର ମହାନ୍ତି, ଜ୍ୟୋତିରଞ୍ଜନ ମହାପାତ୍ର, ଆଲୋକ ବରାଡ଼, ସୋମେଶ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ। ଦେଶର ଯୁବ ପିଢିଙ୍କୁ ସେବା ଧର୍ମରେ ବ୍ରତୀ କରିବା ସହ ଗରିବ ଓ ଅସହାୟଙ୍କୁ ସହାୟତାରେ ହାତ ବଢାଇବା ପାଇଁ ଗତ ଚାରି ବର୍ଷ ଧରି ନୟାଗଡ଼ ଜିଲ୍ଲାରେ ଅନୁଷ୍ଠିତ ହେଉଥିବା ଏହି…

Read More

ବିଭିନ୍ନ ଅତ୍ୟାବଶକୀୟ ଦ୍ରବ୍ୟର ଦରବୃଦ୍ଧି ପ୍ରତିବାଦରେ ବିଭିନ୍ନ ଦଳର ବନ୍ଦ ପାଳନ

ଦଶପଲ୍ଲା,(ନୟାଗଡ଼ ଦର୍ପଣ):- ସାରା ରାଜ୍ୟରେ ଏବେ କରୋନା ମହାମାରୀ ତାର କାୟା ବିସ୍ତାର କରି ଚାଲିଥିବାବେଳେ, ଓଡ଼ିଶାର ଅର୍ଥନୀତି ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଖାଇବା ତେଲ ଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଦରଦାମ ବୃଦ୍ଧିକୁ ନେଇ ବିଭିନ୍ନ ବାମଦଳ ପକ୍ଷରୁ ଆଜି ଦଶପଲ୍ଲା ବ୍ଲକ୍ ସାମ୍ନାରେ ସକାଳ ୬ଘଣ୍ଟିକା ଠାରୁ ମଧ୍ୟାହ୍ନ ୧୨ଘଣ୍ଟିକା ପର୍ଯ୍ୟନ୍ତ ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଥିଲା । ବାମଦଳ ଗୁଡ଼ିକ ହେଲେ ସିପିଆଇ, ସିପିଏମ, ସିପିଆଇଏମଏଲ, ଫରୱାର୍ଡ ବ୍ଲକ୍ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବାବେଳେ ଏହି ଦଳ ଗୁଡ଼ିକୁ କଂଗ୍ରେସ ଦୃଢ଼ ସମର୍ଥନ କରି ରାଜରାସ୍ତାକୁ ଓହ୍ଲାଇବା ସହ ଦୋକାନ ବଜାର ବନ୍ଦ କରି ବିଭିନ୍ନ ପେଟ୍ରୋଲ ପମ୍ପ ଓ ବଜାରର ମୁଖ୍ୟ ଛକ ଗୁଡିକରେ ବିକ୍ଷୋଭ ପଦର୍ଶନ କରିଥିଲା। ଦଳ ତରଫରୁ ସାଧାରଣ ଲୋକଙ୍କୁ ପେଟ୍ରୋଲ…

Read More

ଅସହାୟ ନିରାଶ୍ରୟଙ୍କୁ ସହାୟତାର ହାତ ବଢ଼େଇଲା ‘ରାଇଟ ଟୁ ୱାର୍କ କ୍ୟାମ୍ପେନ’

ଗଣିଆ,(ନୟାଗଡ଼ ଦର୍ପଣ):- ସାରା ବିଶ୍ବରେ ତାଣ୍ଡବ ଚଳେଇଥିବା ମହାମାରି କରୋନା ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଲକଡାଉନ ସଟଦଉନରେ ଅନେକ ଗରିବ ଅସହାୟ ପରିବାର ଦିଓଳି ଦି ମୁଠା ଖାଇବା ପାଇଁ ସଂଘର୍ଷ କରୁଛନ୍ତି। ଏହି ସମୟରେ ସେମାନଙ୍କୁ ସହଯୋଗର ହାତ ବଢାଇଛନ୍ତି ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ରାଇଟ ଟୁ ୱାର୍କ କ୍ୟାମ୍ପେନ’। ଗଣିଆ ବ୍ଲକର ବହୁ ଗରିବ, ଅସହାୟ , ନିରାଶ୍ରୟ ପରିବାରଙ୍କୁ ଚାଉଳ, ଅଟା, ବିସ୍କେଟ, ତେଲ ଓ ଅନ୍ୟାନ୍ୟ ରାସନ ସାମଗ୍ରୀ କିଟ ବଣ୍ଟନ ଜାରିରହିଥିବା ବେଳେ ବୁଧବାର ଅପରାହ୍ନରେ କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ରଙ୍କ ନେତୃତ୍ୱରେ ଗଣିଆ ବ୍ଲକ ଅନ୍ତର୍ଗତ ଆଡକଟା ପଞ୍ଚାୟତ ଅଧିନସ୍ଥ ସିତୁଳିଆ ସାହିରେ ରହୁଥିବା ନିରାଶ୍ରୟ ଓ ଅସହାୟ ଗରିବ ପରିବାରବର୍ଗଙ୍କୁ ସୁଖିଲା ଖାଦ୍ୟ…

Read More