ରଣପୁରରେ ଓଡିଶା ବନ୍ଦକୁ ବିପୁଳ ସମର୍ଥନ

ରଣପୁର/ରାଜସୁନାଖଳା,(ନୟାଗଡ଼ ଦର୍ପଣ):- ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦରବୃଦ୍ଧି ନୀତି ବିରୋଧରେ ସି ପି ଆଇ (ଏମ) ସମେତ ବାମପନ୍ଥୀ ଦଳମାନଙ୍କ ଆହ୍ବାନକ୍ରମେ କଂଗ୍ରେସ, ସମାଜବାଦୀ ପାର୍ଟି ଓ ଆମ ଆଦମୀ ପାର୍ଟି ଏବଂ ବିଭିନ୍ନ ଗଣସଙ୍ଗଠନ ସମର୍ଥନ ରେ ଆଜି ୧୫ଜୁଲାଇ “ଓଡିଶା ବନ୍ଦ” କାର୍ଯ୍ୟକ୍ରମକୁ ବିପୁଳ ସମର୍ଥନ ମିଳିଛି। ଏହିକ୍ରମରେ ଆଜି ସମଗ୍ର ରଣପୁରରେ ସରକାରୀ ଅଫିସ, ରାସ୍ତା ଘାଟ ଏବଂ ଦୋକାନ ବଜାର ଗୁଡିକ ସମ୍ପୂର୍ଣ ବନ୍ଦ ଥିଲା।

ସକାଳ ୭ଟା ସମୟରୁ ଆରମ୍ଭ ହୋଇଥିବା ଓଡିଶା ବନ୍ଦ କାର୍ଯ୍ୟକ୍ରମରେ ପ୍ରଥମେ ସରକାରୀ ଅଫିସି ଗୁଡିକ ସମ୍ମୁଖରେ ଆନ୍ଦୋଳନ କାରୀ ମାନେ ପିକେଟିଂଙ୍ଗ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ରଣପୁର ପଞ୍ଚୁଦୋଳ ପଡିଆ ଠାରେ ଆନ୍ଦୋଳନ କାରୀ ମାନେ ରାସ୍ତା ଉପରେ ବସି ରହିଥିଲେ। ଦୁଃଶାସନ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ହରିଶ୍ଚନ୍ଦ୍ର ମିଶ୍ର, ନିତ୍ୟାନନ୍ଦ ପରିଡା, ସୁରେଶ ସ୍ବାଇଁ, ଭିକାରୀ ସାହୁ, ସବ୍ୟସାଚୀ ସେନାପତି, ସୁଶୀଲ ମହାନ୍ତି, ଗଦାଧର ପ୍ରଧାନ, ସଂଯୁକ୍ତା ସେଠୀ, ପୂର୍ଣ୍ଣିମା ମହାପାତ୍ର, ଶାନ୍ତିଲତା ରଗଡ, ରଜତ ଜେନା ଓ କୁଳମଣି ପଳେଇ ପ୍ରମ୍ମୁଖ ବକ୍ତବ୍ୟ ଦେଇ କେନ୍ଦ୍ର ମୋଦୀ ସରକାରଙ୍କ ଆକାଶ ଛୁଆଁ ଦରବୃଦ୍ଧି ନୀତିକୁ ତୀବ୍ର ନିନ୍ଦା କରିଥିଲେ। ଶହେ ଦିନରେ ଦର ଦାମ କମେଇବା କହି କରୋନା ଆତଙ୍କ ସମୟରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦର ଵୃଦ୍ଧି ଯୋଗୁଁ ସାଧାରଣ ଲୋକେ ଆଜି ନାହିଁ ନ ଥିବା ହଇରାଣ ହେଉଛନ୍ତି ବୋଲି ବକ୍ତାମାନେ କହିଥିଲେ।ଗରୀବଙ୍କୁ ଲୁଟି ପୁଞ୍ଜିପତିଙ୍କ ପକେଟ ଭରୁଥିବା ସରକାରଙ୍କ ବିରୋଧରେ ପ୍ରବଳ ବର୍ଷିଥିଲେ ବକ୍ତା ମାନେ।ସରକାର ତୁରନ୍ତ ଦରବୃଦ୍ଧି ନୀତି ପ୍ରତ୍ୟାହାର କରିବା ସହ ସମସ୍ତଙ୍କୁ ମାଗଣା କରୋନା ଟୀକା ଯୋଗାଇଦେବା, ଗରୀବ ପରିବାରକୁ ୧୦କେଜି ଚାଉଳ /ଗହମ ଓ ଆୟକର ଦେଉ ନଥିବା ପରିବାରକୁ ମାସିକ ୭,୫୦୦.୦୦ଟଙ୍କା ସହାୟତା ଯୋଗାଇ ଦେବାକୁ ଆନ୍ଦୋଳନ କାରୀ ସଂଗଠନ ମାନେ ଦାବୀ କରିଥିଲେ। ପରେ ଆନ୍ଦୋଳନକାରୀମାନେ ଏକ ଶୋଭାଯାତ୍ରାରେ ବାହାରି ବଜ଼ାର ପରିକ୍ରମା କରିଥିଲେ ।ଆନ୍ଦୋଳନକୁ ରଣପୁରବାସୀ ସଫଳ କରିଥିବାରୁ ପାର୍ଟି ତରଫରୁ ଧନ୍ୟବାଦ ଦେଇଥିଲେ।
ପ୍ରଦୀପ କୁମାର ରଣା
ଆ,ପ୍ର/ରାଜସୁନାଖଳା
ମୋ-୯୯୩୮୬୮୮୪୩୨

Related posts