ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ଓଡ଼ଗାଁ ଥାନା ଅନ୍ତର୍ଗତ ଗିରିଡ଼ିପଲ୍ଲୀ ଗ୍ରାମର ଦୁଇ ଜଣ ନାବାଳିକାଙ୍କୁ ଓଡ଼ଗାଁ ପୁଲିସ ବ୍ରହ୍ମପୁର ରେଳଷ୍ଟେସନରୁ ଉଦ୍ଧାର କରିଛି । ନାବାଳିକା ଦୁଇ ଜଣ ଦୁଇ ଭଉଣୀ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୮ତାରିଖରୁ ସେମାନେ ନିଖୋଜ ହୋଇଥିବା ବେଳେ ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ନାବାଳିକାଙ୍କ ମାଆ ବୁଧବାର ଓଡ଼ଗାଁ ଥାନାରେ ଅଭିଯୋଗ କରିଥିଲେ । କୋୖଣସି ସୂତ୍ରରୁ ଖବର ପାଇ ଓଡ଼ଗାଁ ପୁଲିସ ଆଜି ଉଭୟଙ୍କୁ ବ୍ରହ୍ମପୁର ରେଳଷ୍ଟେସନରୁ ଉଦ୍ଧାର କରିଥିବାନେଇ ଆରକ୍ଷୀ ଅଧିକ୍ଷକ ଟୁଇଟ କରି ସୂଚନା ଦେଇଛନ୍ତି ।
ଓଡ଼ଗାଁ ପୋଲିସ ଦ୍ୱାରା ଦୁଇ ନାବାଳିକାଉଦ୍ଧାର
