ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଈଶ୍ୱର ବିଶୋଇଙ୍କ ଦେହାନ୍ତରେ ଜିଲ୍ଲାପାଳଙ୍କ ଶୋକ

ନୟାଗଡ଼,(ନୟାଗଡ଼ ଦର୍ପଣ):- ନୟାଗଡ଼ ଜିଲ୍ଲାର ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ଶ୍ରୀ ଈଶ୍ୱର ବିଶୋଇଙ୍କ ଦେହାନ୍ତ ଘଟିଛି । ସେ ରଣପୁର ବ୍ଲକର ମଝିଆଖଣ୍ଡ ଗ୍ରାମରେ ତା. ୧୧.୧୧.୧୯୨୧ରେ ଜନ୍ମ ଗ୍ରହଣ କରିଥିଲେ । ସେ ୧୯୪୩ ମସିହାରେ ଆଜାଦହିନ୍ଦ୍ ଫୌଜରେ ଯୋଗ ଦେଇଥିଲେ । ୧୯୪୫ ମସିହା ମେ ୬ତାରିଖ ଦିନ ତାଙ୍କୁ ବନ୍ଦୀ କରି ଇଂରେଜ ସରକାର ରେଙ୍ଗୁନ୍ ଜେଲରେ ରଖିଥିଲେ ଏବଂ ପରେ ପରେ ରେଙ୍ଗୁନ୍ ସେଂଟ୍ରାଲ ଜେଲରେ ୧୧ମାସ ବନ୍ଦୀ ରହି ୧୯୪୬ ମସିହା ଏପ୍ରିଲ ୨୭ତାରିଖରେ ମୁକ୍ତିଲାଭ କରିଥିଲେ ।

୧୯୧୫ ଓ ୨୦୧୮ ମସିହାରେ ସେ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନୀତ ହୋଇଥିଲେ । ଗତବର୍ଷ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ରାନ୍ତି ଦିବସ ଅବସରରେ ଶ୍ରୀ ବିଶୋଇଙ୍କୁ ରାଷ୍ଟ୍ରପତି ପଦତ୍ତ ମାନପତ୍ର ତାଙ୍କ ବାସଭବନରେ ପ୍ରଦାନ କରାଯାଇଥିଲା । ତାଙ୍କ ବିୟୋଗରେ ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁ ଅତ୍ୟନ୍ତ ମର୍ମାହତ ସହିତ ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Related posts