ରଣପୁର,(ନୟାଗଡ଼ ଦର୍ପଣ):- ରଣପୁର ବ୍ଲକ ରାଜସୁନାଖଳା ନିକଟସ୍ଥ ସାନପଦର ଗ୍ରାମ ପଞ୍ଚାୟତ ଅଧୀନ ରାସୋଳ ଗ୍ରାମରେ ମା’ କୁଣ୍ଡାଖାଇ ସେବା ସଂଘ ଏବଂ ଗ୍ରାମବାସୀମାନଙ୍କ ଆୟୋଜନରେ ଅନୁଷ୍ଠିତ ହୋଇଯାଇଛି ବନ ମହୋତ୍ସବ। ଯୁବ ସମାଜସେଵୀ ସତ୍ୟନାରାୟଣ ବାରିକଙ୍କ ତତ୍ୱାବଧାନରେ ଗ୍ରାମର ବାଉତି ଠାକୁରାଣୀଙ୍କ ମନ୍ଦିର ପରିସରରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ସଭାପତି ବିଶ୍ୱନାଥ ବଳିୟାରସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସାନପଦର ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିନିଧି କିଶୋର କୁମାର ସାହୁ, ସାନପଦର ଗ୍ରାମ ପଂଚାୟତର ସମିତି ସଭ୍ୟ ପ୍ରତିନିଧି ଅର୍ଜୁନ ପଟ୍ଟନାୟକ,ମୁଖ୍ୟବକ୍ତା ଭାବେ ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ସମାଜସେବୀ ଜଗନ ନାୟକ, ବିଶ୍ୱନାଥ ବେହେରା, ରାଜସୁନାଖଳା ମହୋତ୍ସବ କମିଟିର ସମ୍ପାଦକ ତଥା ଯୁବ ସମାଜସେବୀ ଚିତ୍ତରଞ୍ଜନ ପ୍ରଧାନ, ଅତିଥି ଭାବେ ସମାଜସେବୀ କିଶୋର ସାହୁ, ବୈକୁଣ୍ଠ ସ୍ୱାଇଁ, ଶିବୁ ଦାସ, ଉଦ୍ୟନ ବିଭାଗର ପରାମର୍ଶଦାତା ପ୍ରଦୀପ କୁମାର ପାଲଟାସିଂହ, ମନୋଜ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଅତିଥିମାନେ ଗ୍ରାମବାସୀଙ୍କୁ ବୃକ୍ଷର ମହାତ୍ମା ସମ୍ପର୍କରେ ସଚେତନ କରାଇବା ସହିତ ପ୍ରତ୍ୟେକ ବ୍ୟକ୍ତି ଅନ୍ତତଃ ୫ଟି ଲେଖାଁଏ ଗଛ ଲଗାଇବା ପାଇଁ କହିଥିଲେ। ଗ୍ରାମରେ ହୋଇଥିବା ବନୀକରଣର ସୁରକ୍ଷା କରାଇବା ସମ୍ପର୍କରେ ଅତିଥିମାନେ ମତ ପ୍ରକାଶ କରିଥିଲେ। ଗ୍ରାମବାସୀଙ୍କୁ ସଚେତନ କରାଇବା ଉଦେଶ୍ୟରେ ଗ୍ରାମରେ ଏକ ସଚେତନ ରାଲି କରାଯାଇଥିଲା। “ଗଛ ଲଗାଅ ଜୀବନ ବଞ୍ଚାଓ ” ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରାଯାଇଥିଲା । ପରେ ଗ୍ରାମର ଉପକଣ୍ଠରେ ସମସ୍ତ ଅତିଥିମାନେ ଖାଲି ପଡ଼ିଆରେ ବୃକ୍ଷରୋପଣ କରାଯାଇଥିଲା। ଗ୍ରାମ୍ୟ ଚତୁଃପାର୍ଶ୍ୱରେ ସବୁଜ ବନାନୀରେ ପରିଣତ କରିବା ପାଇଁ ସମସ୍ତେ ଶପଥ ନେଇଥିଲେ। ହରିଡ଼ା, ବାହାଡା, ଅଁଳା, ମେହେଗାନି ଆଦି ବୃକ୍ଷରୋପଣ କରାଯାଇଥିଲା। ରାସୋଳ ଗ୍ରାମବାସୀ ଓ ମା କୁଣ୍ଡାଖାଇ ସେବା ସଂଘର ସମସ୍ତ ସଭ୍ୟଙ୍କ ଉପସ୍ଥିତିରେ ଏହି ବନ ମହୋତ୍ସବ କାର୍ଯ୍ୟକ୍ରମରେ ଆୟୋଜିତ ହୋଇଥିଲା। ପବିତ୍ର ବେହେରା, କିଶୋର ଦାସ, ପ୍ରତାପ କିଶୋର ଚମ୍ପତି, ବୁଦ୍ଧିନାଥ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଦୀପ କୁମାରୀ ପାଲଟାସିଂହ ସଭା ପରିଚାଳନା କରିଥିବା ବେଳେ ଗ୍ରାମ୍ୟ କମିଟି ସଭାପତି ବିଶ୍ୱନାଥ ବଳିୟାର ସିଂହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
