ନୟାଗଡ଼,(ନୟାଗଡ଼ ଦର୍ପଣ):- ଆସନ୍ତା ୨୫ତାରିଖ ଦିନ ହେବାକୁ ଥିବା ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ କନିଷ୍ଠ ବର୍ଗ ଏବଂ ବରିଷ୍ଠ ବର୍ଗ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, କବିତା ଆବୃତ୍ତି ଓ ସାହିତ୍ୟ ସଂପର୍କିତ ସାଧାରଣ ଜ୍ଞାନ ପ୍ରତିଯୋଗିତା ଆଦି ଭର୍ଚୁଆଲ ମୋଡରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ପ୍ରାଧ୍ୟାପକ ଅଶୋକ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଦୁଇଟି ବର୍ଗ, ତିନୋଟି ବିଭାଗ ଏବଂ ୬ଗୋଟି ପର୍ଯ୍ୟାୟରେ ଆୟୋଜିତ ପ୍ରତିଯୋଗିତାରେ ଜିଲ୍ଲରୁ ପ୍ରାୟ ପାଞ୍ଚଶହରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବକୃତା ପ୍ରତିଯୋଗୀତାର କନିଷ୍ଠ ବର୍ଗରେ ରେଶ୍ମା ସ୍ୱାଇଁ ପ୍ରଥମ, ସ୍ୱର୍ଣ୍ଣପ୍ରଦା ସାମଲ ଦ୍ୱିତୀୟ, ଶକ୍ତି ପ୍ରସାଦ ରଣା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସହଯୋଗରେ ଅନୁଷ୍ଠିତ ଏହି ପ୍ରତିଯୋଗିତାକୁ ସାହିତ୍ୟିକ, ଅନୁବାଦକ ତଥା ନାଟ୍ୟକାର ଶରତ ଚନ୍ଦ୍ର ଆଚାର୍ଯ୍ୟ ସଂଯୋଜନା କରିଥିଲେ । ବିଚାରକ ଭାବେ ଅଧ୍ୟାପକ ମହମ୍ମଦ ଉମର ମଲ୍ଲିକ, ଡ. ଗଣେଶ ମିଶ୍ର, ଡ.ଆଶୁତୋଷ ମିଶ୍ର, ବ୍ୟଙ୍ଗ କବି ରବିନ୍ଦ୍ର ରାଉତ, ଅଧ୍ୟାପିକା ସ୍ମିତା ସ୍ୱାଇଁ, ଅଧ୍ୟାପକ ଗୁଣନିଧି ମହାପାତ୍ର, କବୟିତ୍ରୀ ସବିତା ଶୁକ୍ଳା, ଗାଳ୍ପିକ ହାଡିବନ୍ଧୁ ମହାକୁଡ଼ ଅଂଶଗ୍ରହଣ କରି ପ୍ରତିଯୋଗୀମାନଙ୍କର ପ୍ରତିଭାକୁ ମୂଲ୍ୟାୟନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଜିଲ୍ଲା ଶିକ୍ଷା ନିରିକ୍ଷକ ଶରତ ଚନ୍ଦ୍ର ସାହୁ ଜିଲ୍ଲାର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଏ ପ୍ରତିଯୋଗିତର ପରିସର ଭୁକ୍ତ କରିବାକୁ ସଫଳ ସହଯୋଗ କରିଥିଲେ । ଉଭୟ କନିଷ୍ଠ ଏବଂ ବରିଷ୍ଠ ବର୍ଗର ପ୍ରତ୍ୟେକ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆସନ୍ତା ୨୦ ତାରିଖରେ ଭର୍ଚୁଆଲ ମାଧ୍ୟମରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଜିଲ୍ଲା ସଦସ୍ୟ ପ୍ରଧ୍ୟାପକ ଶ୍ରୀ ଅଶୋକ କୁମାର ନାୟକ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମକୁ କବି ନିକୁଳ ପବ୍ଲିକେଶନର ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାହୁ ପରିଚାଳନା କରିଥିଲେ।
Related posts
-
ମାଟ୍ରିକର ୮୪ବ୍ୟାଚ ସହପାଠୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି
ନୟାଗଡ଼,(ନୟାଗଡ଼ ଦର୍ପଣ): ମାଟ୍ରିକର ୮୪ବ୍ୟାଚର ସହପାଠୀ ତଥା ଆଦର୍ଶ ଶିକ୍ଷକ କିଶୋର ଚନ୍ଦ୍ର ସେନାପତିଙ୍କ ଆକସ୍ମିକ ବିୟୋଗରେ ଏକ ଶୋକ ତଥା... -
ନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିରରେ ବାର୍ଷିକ କ୍ରୀଡା
ନୟାଗଡ଼, (ନୟାଗଡ଼ ଦର୍ପଣ): ଗତ ଦୁଇଦିନ ଧରି ନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା PTS ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ... -
ଭଏସ୍ ଅଫ୍ ନୟାଗଡ଼ ସିଜିନ-୫
ଚଳିତ ବର୍ଷ ନଭେମ୍ବର ୨୪ ତାରିଖ ରବିବାର ଠାରୁ ଆରମ୍ଭ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ଏକ ଅନନ୍ଯ ଅନୁଷ୍ଠାନ ନୟାଗଡ଼...