ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ଓଡ଼ଗାଁ ବ୍ଲକର ସମସ୍ତ ଘରୋଇ ବିଦ୍ୟାଳୟର କର୍ମକର୍ତ୍ତାଙ୍କୁ ନେଇ କାର୍ଯ୍ୟକାରୀ ସଭାପତି ଅବିନାଶ ସାହୁଙ୍କ ଆବାହକତ୍ୱରେ ଓଡ଼ଗାଁ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ଗୀତାଞ୍ଜଳି ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କୋଭିଡ ପାଇଁ ସମସ୍ତ ବେସରକାରୀ ବିଦ୍ୟାଳୟର ଅବସ୍ଥା ଭଲ ନଥିବାବେଳେ ଏଥିରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀମାନେ ପ୍ରାୟ ଦେଢ଼ ବର୍ଷ ହେଲା କୌଣସି ଆର୍ଥିକ ସହଯୋଗ ପାଉନଥିବାବେଳେ ସେମାନଙ୍କ ପରିବାର ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଚଳୁଥିବା ଜଣାପଡ଼ିଛି। ସେମାନଙ୍କୁ ସରକାର ସାହାଯ୍ୟ ସହଯୋଗ କରିବା ପାଇଁ ଦାବିପତ୍ରରେ ଦ୍ୱାରା ଜଣାଇ ଦିଆଯାଇଛି। ଏହି ସମୟରେ ବିନା ଟି.ସିରେ ବ୍ଲକର ପ୍ରାୟ ସମସ୍ତ ସରକାରୀ ବିଦ୍ୟାଳୟରେ ନାମ ଲେଖା ଚାଲିଛି ତେଣୁ ଏଭଳି ପରିସ୍ଥିତିରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଟି.ସି ନେଇ ନାମ ଲେଖାଇବା ପାଇଁ ଅନୁରୋଧ କରାଯାଇଥିଲା। ଏହି ଦାବିପତ୍ର ପ୍ରଦାନ ବେଳେ ଓଡ଼ଗାଁ ଘରୋଇ ବିଦ୍ୟାଳୟ ସଙ୍ଘର ସମ୍ପାଦିକା ରଞ୍ଜିତା ରାଣୀ ଷଡ଼ଙ୍ଗୀ ଏବଂ ବ୍ଲକର ସମସ୍ତ ବେସରକାରୀ ବିଦ୍ୟାଳୟର କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ଓଡ଼ଗାଁ ଶିକ୍ଷା ଅଧିକାରିଣୀଙ୍କୁ ଘରୋଇ ବିଦ୍ୟାଳୟ ସଂଘର ଦାବିପତ୍ର ପ୍ରଦାନ
