ଓଡ଼ଗାଁରେ ଡିଜିଟାଲ ମିଡିଆ ସାମ୍ବାଦିକ ସଂଘର କର୍ମକର୍ତ୍ତାଙ୍କ ଚୟନ

ଓଡ଼ଗାଁ,(୦୧/୦୮)- ଓଡ଼ଗାଁ ବ୍ଲକରେ ଡିଜିଟାଲ ମିଡିଆ କ୍ଷେତ୍ରରେ କାର୍ୟ୍ୟ କରୁଥିବା ସାମ୍ବାଦିକମାନଙ୍କୁ ସଂଗଠିତ କରିବା ନିମନ୍ତେ ନୟାଗଡ ଜିଲ୍ଲା ଡିଜିଟାଲ ମିଡିଆ ସଂଘର ସଭାପତି ଅନୱର ଅଲ୍ଲୀଙ୍କ ଡାକରାରେ ନୂତନ ଓଡ଼ଗାଁ ଡିଜିଟାଲ ମିଡିଆ ସଂଘ ଗଠିତ ହେବାସହ କାର୍ୟ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଓଡ଼ଗାଁ ସହରସ୍ଥିତ ଇନଡୋର ଷ୍ଟାଡିୟମଠାରେ ଆୟୋଜିତ ସଭାରେ ସର୍ବସମ୍ମତି କ୍ରମେ ପ୍ରଦୀପ କୁମାର ରାୟଙ୍କୁ ସଭାପତି ଭାବେ ଚୟନ କରାଯାଇଥିବାବେଳେ ଉପସଭାପତି ଅଶୋକ ଦାସ, ସମ୍ପାଦକ ରିପନ କୁମାର ପଣ୍ଡା, ସହ ସମ୍ପାଦକ ରାକେଶ ରୋଷନ ବେହେରା, କୋଷାଧ୍ୟକ୍ଷ ରବୀନ୍ଦ୍ର କୁମାର ସାହୁ, ଜଗଦୀଶ ପ୍ରଧାନ, ଉପଦେଷ୍ଟା ବିଭୁପ୍ରସାଦ ସାହୁ, ପ୍ରମୋଦ କୁମାର ନାୟକ, ମନୋଜ ସାହୁ, କାର୍ୟ୍ୟକାରୀ ସଭ୍ୟ ପ୍ରକାଶ ଚନ୍ଦ୍ର ମହାପାତ୍ର, ଦିବ୍ୟରଞ୍ଜନ ନାୟକ, ବିଜୟ କୁମାର, ଭାସ୍କର ସ୍ୱାଇଁ, ମନୋରଞ୍ଜନ ପାତ୍ର, ବିପିନ କୁମାର ସେଠି,…

Read More

ଆସିଲା ଅଗଷ୍ଟ ଗାଇଡଲାଇନ୍ସ: ନିୟମ କୋହଳ

କଟକ, ଭୁବନେଶ୍ୱର, ପୁରୀରେ ସପ୍ତାହନ୍ତ ଜାରି୨୭ ଜିଲ୍ଲାରେ କଟକଣା କୋହଳଲାଗୁହେଲା ନୂଆ ମାର୍ଗଦର୍ଶିକାରାଜ୍ୟରେ ଏବେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି। ଜୀବନ ଓ ଜୀବିକା ଉପରେ ସମନ୍ୱୟ ରଖିବା ପାଇଁ ନିତି ନିର୍ଧାରଣ ହୋଇଛି। ଅଗଷ୍ଟ ଗାଇଡ ଲାଇନ୍ସ ଜାରି ହୋଇଛି। ୨୭ଜିଲ୍ଲାରେ ସଂକ୍ରମଣ କମିଛି। ଆଉ ଦୁଇ ଜିଲ୍ଲାରେ ସଂକ୍ରମଣ କମି ନାହିଁ। SRCପ୍ରଦୀପ କୁମାର ଜେନା ଘୋଷଣା କରିଛନ୍ତି।୧ ସାରା ରାଜ୍ୟରେ ସକାଳ ୬ରୁ ରାତ୍ରି ୮ଯାଏ ସବୁ ଦୋକାନ ଖୋଲା ରହିବ୨ କଟକ, ଭୁବନେଶ୍ୱର ଓ ପୁରୀରେ ସପ୍ତାହନ୍ତ ସଟଡାଉନ ଜାରି ରହିବ୩ ସବୁ ମଲ ଖୋଲାଯିବ୪ ହୋଟେଲ, ରେସ୍ତୋରାଁ, ସିନେମା ଖୋଲା ରହିବ୫ ଦୁଇ ଡୋଜ ଟିକକରଣ ପ୍ରମାଣପତ୍ର ଜରୁରୀ୬ ହାଟ ଖୋଲା ରହିବ୭ ରାଜ୍ୟ ଭିତରେ ବସ ଚାଲି ପାରିବ୮ ଧାର୍ମିକ ସ୍ଥଳ ଖୋଲିବା ଦାୟିତ୍ୱ ଜିଲ୍ଲାପାଳ ହାତରେ..୯ ଭକ୍ତ,…

Read More

ସମ୍ବାଦ ସାହିତ୍ୟ ଘର ନୟାଗଡ଼ ଶାଖା ତରଫରୁ ବୃକ୍ଷରୋପଣ

ନୟାଗଡ଼,(୩୧/୭):- ବିଶ୍ୱ ତଥା ପ୍ରକୃତିର ସଂରକ୍ଷଣ କରିବା ଲକ୍ଷରେ ଆଜି ସକାଳ ୧୦ଘଟିକା ସମୟରେ ନୟାଗଡ଼ ବ୍ଲକ ଅନ୍ତର୍ଗତ କ୍ରିଦାଶପୁର ମାଳବନ୍ଧ ପରିସରରେ ସମ୍ବାଦ ସାହିତ୍ୟ ଘର ନୟାଗଡ଼ ଶାଖା ତରଫରୁ ବୄକ୍ଷରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ ଜିଲ୍ଲା ପ୍ରତିନିଧି ତଥା ସାହିତ୍ଯ ଘରର ସଂଯୋଜକ ରିତେନ୍ଦ୍ର ଛାଟୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ କାର୍ୟ୍ୟକ୍ରମରେ ନୟାଗଡ଼ ବନଖଣ୍ଡ ଅଧିକାରୀ ଏଚଡି ଧନରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସାହିତ୍ୟ ଘର ସଭାପତି ବିଜୟ ଚୌଧୁରୀ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ସାହିତ୍ୟିକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ବାସୁଦେବ ମହାନ୍ତି, ଗଜେନ୍ଦ୍ର ମହାରଣା ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରଜାତିର ୧୫୭ଟି ବୃକ୍ଷ ରୋପଣ କରିଥିଲେ।

Read More

ବିଧାୟକଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଲେ ରାଉତପଡ଼ା ଗ୍ରାମବାସୀ

ନୟାଗଡ଼,(ନୟାଗଡ଼ ଦର୍ପଣ):- ଗଣିଆ ଥାନା ଅନ୍ତର୍ଗତ ରାଉତପଡା ଗ୍ରାମର ପ୍ରାୟ ଶତାଧିକ ପୁରୁଷ ଓ ମହିଳା ଆଜି ୧୧ଘଟିକା ସମୟରେ ଗଣିଆସ୍ଥିତ ମା ବୁଢାବୁଢ଼ୀ ଠାକୁରାଣୀଙ୍କ ନିକଟରୁ ଶହ ଶହ ପୁରୁଷ ମହିଳା ଏକ ଶୋଭାଯାତ୍ରା ବାହାରି ଗଣିଆ ଥାନା ସମୁଖକୁ ଆସି ଧାରଣାରେ ବସିଥିଲେ। ଯାହାଫଳରେ ଗଣିଆ-ଛାମୁଣ୍ଡିଆ ମୁଖ୍ୟ ରାସ୍ତାରେ ଜାନ ବାହାନ ଚଳାଚଳରେ ବାଧାପ୍ରାପ୍ତ ସୃଷ୍ଟି ହୋଇଥିଲା। ଖବର ପାଇ ଗଣିଆ ତହସିଲଦାର କିଶୋର କୁମାର ପଣ୍ଡାଙ୍କ ଉପସ୍ଥିତିରେ ବ୍ଳକ ଉନ୍ନୟନ ଅଧିକାରୀ ସିରିଏଲ ଶୁଭ୍ର ପଟେଲ, ଅତିରିକ୍ତ ତହସିଲଦାର ବନମାଳୀ ପରିଡା, ଥାନା ଅଧିକାରୀ ବିମଳ କୁମାର ମଲ୍ଲିକ, ଏ.ସ. ଆଇ ପ୍ରମୋଦ କୁମାର ନନ୍ଦ ଘଟଣା ସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝା ବୁଝି କରିଥିଲେ ମଧ୍ୟ ଲୋକମାନେ ସେମାନଙ୍କ ଜିଦିରେ ଅଟଳ ଥିଲେ । ସୂଚନାଅନୁସାରେ, ରାଉତପଡ଼ା କେଉଟସାହିର ବୀରବର…

Read More

ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ

ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ପରିବେଶ ସନ୍ତୁଳନ ସମଗ୍ର ବିଶ୍ବ ପାଇଁ ଏକ ଆହ୍ୱାନ ରୂପେ ଉଭା ହୋଇଅଛି। ଏହାର ସର୍ବୋତ୍ତମ ପ୍ରତିକାର ବ୍ୟାପକ ବୃକ୍ଷ ରୋପଣ ଓ ଜଙ୍ଗଲ ସୃଷ୍ଟି। ଏହି ବିଚାରକୁ ଆଧାର କରି ଆଜି ଅରୋମିରା ଟ୍ରଷ୍ଟ, କୁରାଳ ତରଫରୁ ଶ୍ରୀ ଅରବିନ୍ଦଙ୍କ ଶହେ ପଚାଶତମ ଜନ୍ମ ବାର୍ଷିକୀ ଉପଲକ୍ଷେ ସ୍ଥାନୀୟ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ ପରିସର ମଧ୍ୟରେ ବୃକ୍ଷ ରୋପଣ କରାଯାଇଥିଲା। ଅରୋମୀରା ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ତଥା ସାମାଜିକ ଓ ପରିବେଶ କର୍ମୀ ସୁକାନ୍ତ ଚୌଧୁରୀ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ମୀରା, ଶ୍ରୀମାଙ୍କ ନାମରେ ଗୋଟିଏ ବୃକ୍ଷ ଧୂପ ଅର୍ପଣ କରି ଭକ୍ତି ପୂର୍ବକ ରୋପଣ କରିଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷ ରୋପଣ ଓ ଯତ୍ନ ସମ୍ବନ୍ଧେ ସଚେତନ କରାଇବା ସହିତ ନିଜର ଅଞ୍ଚଳର କିମ୍ବା ଗାଁ’ରେ ଖାଲିଥିବା ସର୍ବ…

Read More

ନିରବ ହୃଦ୍‌ଘାତ ପୂର୍ବରୁ ଜାଣିରଖନ୍ତୁ ଏ ସଙ୍କେତ

ପ୍ରତିି ୧୫ ଜଣରେ ୫ଜଣ ହୃଦ୍‌ଘାତରେ ପ୍ରାଣ ହରାଉଛନ୍ତି ସର୍ବେକ୍ଷଣରୁ ପ୍ରକାଶିତ । ବର୍ତମାନ ପୁରୁଷଙ୍କ ତୁଳନାରେ ଅଧିକ ସଂଖ୍ୟାରେ ମହିଳା ହୃୃଦ୍‌ରୋଗରେ ଆକ୍ରାନ୍ତ ହେଉଛନ୍ତି । ବିଶେଷଜ୍ଞଙ୍କ ମତରେ ଏବେର ପରିସ୍ଥିତିରେ ମହିଳାଙ୍କ ଉପରେ କାମର ଚାପ ବଢ଼ୁଥିବାରୁ ସେମାନେ ହୃଦ୍‌ଘାତର ଶିକାର ହେଉଛନ୍ତି । ୩୦ ବର୍ଷ ଅତିକ୍ରମ କରିବା ପରେ ମହିଳାମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଆବଶ୍ୟକ । ନିରବ ହୃଦ୍‌ଘାତ ହେବା ପୂର୍ବରୁ କୌଣସି ସଂକେତ ଜଣାପଡ଼ି ନଥାଏ । ଡାକ୍ତରୀ ଭାଷାରେ ଏହାକୁ ‘ସାଇଲେଂଟ ମାୟୋକାର୍ଡିଆଲ୍ ଇନଫାର୍କସନ୍ କୁହାଯାଏ । ଏହି ରୋଗରେ ହୃଦ୍‌ଯନ୍ତ୍ରଣା ଆଦୌ ହୋଇନଥାଏ । ଶବ ବ୍ୟବଚ୍ଛେଦରେ ହିଁ ହୃଦ୍‌ଘାତ ହୋଇଥିବାର ଜଣାପଡ଼େ । ଉଭୟ ପୁରୁଷ ଓ ମହିଳା ନିଜ ଖାଦ୍ୟପାନୀୟ ତଥା ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ନିତାନ୍ତ ଆବଶ୍ୟକ…

Read More

ବର୍ଷାଦିନେ ପରିବାକୁ ପରଖନ୍ତୁ

ବର୍ଷାଦିନେ ପରିବାକୁ ପରଖନ୍ତୁ ପନିପରିବାରେ ପୋକ ହେବା ଏକ ସାଧାରଣ କଥା । ତେବେ ବର୍ଷାଋତୁରେ ଏହି ପୋକଜୋକ ଅଧିକ ପରିମାଣରେ ହୋଇଥାନ୍ତି । ଏଣୁ ସତର୍କତା ଅବଲମ୍ବନ କରି ରୋଷେଇ କରିବା ଉଚିତ । ଶାଗ, ଫୁଲକୋବି, ବନ୍ଧାକୋବି ଅବା ଅନ୍ୟାନ୍ୟ ପ୍ରକାର ପରିବା, ଏସବୁକୁ ଭଲଭାବେ ଧୋଇବା ସହ ନଖ ଉଷୁମ ପାଣିରେ ଲୁଣ ଓ ହଳଦୀ ମିଶାଇ ସେଥିରେ ପରିବା କିଛି ସମୟ ରଖନ୍ତୁ ଏପରି କଲେ ସେଥିରୁ ପୋକଜୋକ ମରିଯାଇଥାନ୍ତି । – ଭଲଭାବେ ପରିବାକୁ ପରିଷ୍କାର ନ କରି ଖାଇଲେ ପେଟ ସଂକ୍ରମଣ ହେବା ସହ ଅନ୍ୟାନ୍ୟ ରୋଗ ହେବାର ଭୟ ବଢ଼ିଥାଏ । – ସବୁଜ ରଙ୍ଗର ପୋକ ଆଖିକୁ ମଧ୍ୟ ଦେଖାଯାଏନାହିଁ । ଏଣୁ ପରିବା ସବୁକୁ ଦିନବେଳା ହିଁ କାଟି ପରିଷ୍କାର ପରି ଫ୍ରିଜରେ ରଖିନେବା…

Read More

ଆସନ୍ତୁ ଜାଣିବା ଆଇସ୍‍କ୍ରିମ୍‍ ବିଷୟରେ

ଆସନ୍ତୁ ଜାଣିବା ଆଇସ୍‍କ୍ରିମ୍‍ ବିଷୟରେ କିଛି ଜଣା ଅଜଣା କଥା– କୁହାଯାଏ ଆଇସ୍‍କ୍ରିମ୍‍ର ପ୍ରଚଳନ ଖ୍ରୀ.ପୂ ୪ର୍ଥ ଶତାବ୍ଦୀରୁ ହୋଇଥିଲା। ରୋମ୍‍ର ସମ୍ରାଟ ନିରୋ ପ୍ରଥମେ ବରଫ, ମହୁ ଓ ଫଳରସରୁ ଏହାକୁ ପ୍ରସ୍ତୁତ କରି ବ୍ୟବହାର କରୁଥିଲେ । ଆମେରିକାରେ ଏକ ନିର୍ଦ୍ଦିଷ୍ଟ ଭେରାଇଟିକୁ ଇସ୍‍କ୍ରିମ୍‍ କୁହାଯାଉଥିବା ବେଳେ ଇଟାଲୀରେ ସବୁପ୍ରକାରକୁ ସେଇ ଗୋଟିଏ ନାମ ଆଇସ୍‍କ୍ରିମ ଦିଆଯାଇଥାଏ । ବିଭିନ୍ନ ସ୍ୱାଦର ଆଇସ୍‍କ୍ରିମ ମଧ୍ୟରୁ ଭାନିଲା ଏବଂ ଚକୋଲେଟ୍‍ ଫ୍ଲେଭର ମୁଖ୍ୟଅଟେ। ୟୁରୋପ ଓ ବ୍ରିଟେନ୍‍ର ଆଇସ୍‍କ୍ରିମ ସର୍ବାଧିକ ବ୍ୟବହୃତ ହୁଏ । ଏଠାରେ ବର୍ଷକୁ ଜଣପିଛା ପ୍ରାୟ ୮ଲିଟର ବ୍ୟବହାର କରାଯାଏ । କୋନ୍‍ ଆକାରରେ ମିଳୁଥିବା ଆଇସ୍‍କ୍ରିମ୍‍ର ବ୍ୟବହାର ୧୯୦୪ ମସିହାରେ ସେଣ୍ଟଲୁଇସ୍‍ଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ମେଳାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିଲା । ୧୯୮୮ ମସିହାରେ କାନାଡ଼ାର ଆଲବଟା ସ୍ଥିତ ଏଡ଼୍‍ମଂଟନରେ…

Read More

ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ତରଫରୁ ଶରଣକୁଳରେ ଚାରା ବଣ୍ଟନ କାର୍ଯ୍ୟକ୍ରମ

ନୟାଗଡ,(ନୟାଗଡ଼ ଦର୍ପଣ):- ବଂଶୀଧର ଇଣ୍ଟରନ୍ୟାଶନାଲ ଫାଉଣ୍ଡେସନର ସଭାପତି ମନୋଜ କୁମାର ସାହୁଙ୍କ ତତ୍ଵାବଧାନରେ ଶରଣକୁଳ ଠାରେ ଜନ ସଚେତନତା କରିବା ସହ ସହର ପରିକ୍ରମା କରାଯାଇ ପ୍ରତ୍ୟେକ ପରିବାରକୁ ଚାରା ବଣ୍ଟନ କରାଯାଇଛି। ତତ ସହିତ ‘ମୁଁ ଗଛ କହୁଛି’ ଲିଫ୍ଲେଟ ମାଧ୍ୟମରେ ଗଛର ମହତ୍ୱ ଉପରେ ଜନସଧାରଣଙ୍କର ଦୃଷ୍ଟି ଆକର୍ଷଣ କରାଯିବା ସହ ସହର ଏବଂ ଗ୍ରାମ ବୁଲି ସାରିବା ପରେ ଏକ ସଭାର ଆୟୋଜନ କରାଯାଇଥିଲା। ଶତାଧିକ ଗଛ ତଥା ପରିବେଶ ପ୍ରେମୀଙ୍କ ଗହଣରେ ସଭାପତି ବିମଳ କୁମାର ଦାସଙ୍କ ଦ୍ଵାରା ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସମାଜସେବୀ ବସନ୍ତ କୁମାର କର ସଭା ପରିଚାଳନା କରିଥିଲେ। ବଂଶୀଧର ଫାଉଣ୍ଡେସନର ସମ୍ପାଦକ ଉମେଶ ଚନ୍ଦ୍ର ପଟ୍ଟନାୟକ “ମୁଁ ଗଛ କହୁଛି” ଶିଷର୍କ ଉପରେ ନିଜର ମନ୍ତବ୍ୟ ମାଧ୍ୟମରେ କିଭଳି ଅମ୍ଳଜାନ ଅଭାବରୁ ମନୁଷ୍ୟ ଜୀବନ ମୁର୍ତ୍ୟୁ…

Read More

ଓଡଗାଁ ସମ୍ବାଦ ସାହିତ୍ୟ ଘର ସଦସ୍ୟଙ୍କ ଦ୍ଵାରା ବୃକ୍ଷରୋପଣ

ଓଡ଼ଗାଁ,(ନୟାଗଡ ଦର୍ପଣ):- ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଅବସରରେ ଆଜି ସକାଳ ୮ ଘଟିକା ସମୟରେ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଦଣ୍ଡୋର ଗ୍ରାମ ସ୍ଥିତ ମାଆ ପାଣି ଷଣ୍ଢ ମନ୍ଦିର ପରିସର, ପୋଖରୀ ହୁଡ଼ା ଏବଂ ରାସ୍ତା ପାର୍ଶ୍ଵରେ ସମ୍ବାଦ ସାହିତ୍ୟ ଘର ଓଡ଼ଗାଁ ଶାଖା ତରଫରୁ ବୄକ୍ଷରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଂବାଦ ପ୍ରତିନିଧି ତଥା ସାହିତ୍ଯ ଘରର ସଂଯୋଜକ ସୁନିଲ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ କାର୍ୟ୍ୟକ୍ରମରେ ସାହିତ୍ୟ ସଭାପତି ଦିବାକର ନାୟକ, ସମ୍ପାଦକ ରଞ୍ଜନ କୁମାର ଦାଶ, କୋଷାଧ୍ୟକ୍ଷ ପଞ୍ଚାନନ ପଣ୍ଡାଙ୍କ ସମେତ ଯଶୋବନ୍ତ ପଟ୍ଟନାୟକ, ରବୀନ୍ଦ୍ର କୁମାର ଘଡେଇ, ଶରତଚନ୍ଦ୍ର ଷଡ଼ଙ୍ଗୀ, ଶାନ୍ତନୁ ବିଶୋଇ, ପରମାନନ୍ଦ ସ୍ୱାଇଁ, ପ୍ରଦୋଷ କୁମାର ରାଉତ, ଦେବୀ ପ୍ରସାଦ ସାହାଣି, ନାରାୟଣ ରାଉତ, ଆଶିଷ କୁମାର ପରିଡ଼ା ପ୍ରମୁଖ ଯୋଗଦେଇ ପଣସ , ଓଉ, ଅଶୋକ,…

Read More