ବର୍ଷାଦିନେ ପରିବାକୁ ପରଖନ୍ତୁ

ବର୍ଷାଦିନେ ପରିବାକୁ ପରଖନ୍ତୁ
ପନିପରିବାରେ ପୋକ ହେବା ଏକ ସାଧାରଣ କଥା । ତେବେ ବର୍ଷାଋତୁରେ ଏହି ପୋକଜୋକ ଅଧିକ ପରିମାଣରେ ହୋଇଥାନ୍ତି । ଏଣୁ ସତର୍କତା ଅବଲମ୍ବନ କରି ରୋଷେଇ କରିବା ଉଚିତ । ଶାଗ, ଫୁଲକୋବି, ବନ୍ଧାକୋବି ଅବା ଅନ୍ୟାନ୍ୟ ପ୍ରକାର ପରିବା, ଏସବୁକୁ ଭଲଭାବେ ଧୋଇବା ସହ ନଖ ଉଷୁମ ପାଣିରେ ଲୁଣ ଓ ହଳଦୀ ମିଶାଇ ସେଥିରେ ପରିବା କିଛି ସମୟ ରଖନ୍ତୁ ଏପରି କଲେ ସେଥିରୁ ପୋକଜୋକ ମରିଯାଇଥାନ୍ତି ।
– ଭଲଭାବେ ପରିବାକୁ ପରିଷ୍କାର ନ କରି ଖାଇଲେ ପେଟ ସଂକ୍ରମଣ ହେବା ସହ ଅନ୍ୟାନ୍ୟ ରୋଗ ହେବାର ଭୟ ବଢ଼ିଥାଏ ।
– ସବୁଜ ରଙ୍ଗର ପୋକ ଆଖିକୁ ମଧ୍ୟ ଦେଖାଯାଏନାହିଁ । ଏଣୁ ପରିବା ସବୁକୁ ଦିନବେଳା ହିଁ କାଟି ପରିଷ୍କାର ପରି ଫ୍ରିଜରେ ରଖିନେବା ଉଚିତ ।
– ରାତିବେଳା ପରିବା କଟାକଟି କରୁଥିଲେ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ ନଚେତ୍‍ତାହାକୁ ରାନ୍ଧି ଖାଇଲେ ତାହା ପେଟରେ ବିଷାକ୍ତ ହେବାର ଆଶଙ୍କା ରହିଛି ।

Related posts