ପ୍ରତିି ୧୫ ଜଣରେ ୫ଜଣ ହୃଦ୍ଘାତରେ ପ୍ରାଣ ହରାଉଛନ୍ତି ସର୍ବେକ୍ଷଣରୁ ପ୍ରକାଶିତ । ବର୍ତମାନ ପୁରୁଷଙ୍କ ତୁଳନାରେ ଅଧିକ ସଂଖ୍ୟାରେ ମହିଳା ହୃୃଦ୍ରୋଗରେ ଆକ୍ରାନ୍ତ ହେଉଛନ୍ତି । ବିଶେଷଜ୍ଞଙ୍କ ମତରେ ଏବେର ପରିସ୍ଥିତିରେ ମହିଳାଙ୍କ ଉପରେ କାମର ଚାପ ବଢ଼ୁଥିବାରୁ ସେମାନେ ହୃଦ୍ଘାତର ଶିକାର ହେଉଛନ୍ତି । ୩୦ ବର୍ଷ ଅତିକ୍ରମ କରିବା ପରେ ମହିଳାମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଆବଶ୍ୟକ । ନିରବ ହୃଦ୍ଘାତ ହେବା ପୂର୍ବରୁ କୌଣସି ସଂକେତ ଜଣାପଡ଼ି ନଥାଏ । ଡାକ୍ତରୀ ଭାଷାରେ ଏହାକୁ ‘ସାଇଲେଂଟ ମାୟୋକାର୍ଡିଆଲ୍ ଇନଫାର୍କସନ୍ କୁହାଯାଏ । ଏହି ରୋଗରେ ହୃଦ୍ଯନ୍ତ୍ରଣା ଆଦୌ ହୋଇନଥାଏ । ଶବ ବ୍ୟବଚ୍ଛେଦରେ ହିଁ ହୃଦ୍ଘାତ ହୋଇଥିବାର ଜଣାପଡ଼େ । ଉଭୟ ପୁରୁଷ ଓ ମହିଳା ନିଜ ଖାଦ୍ୟପାନୀୟ ତଥା ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ନିତାନ୍ତ ଆବଶ୍ୟକ ।
– ନିୟମିତ ଭାବେ ସିଝା ଖାଦ୍ୟ ଖାଇବାର ଅଭ୍ୟାସ ଆରମ୍ଭ କରନ୍ତୁ । ସୁଆ ସୁଆଦିଆ ଖାଦ୍ୟ ପ୍ରତି ମୋହ ସମସ୍ତଙ୍କର ଥାଏ । ହେଲେ ଏହାକୁ ନିୟମିତ ଅଭ୍ୟାସରେ ନ ପକାଇ ସପ୍ତାହକୁ ଥରେ କିମ୍ବା ମାସକୁ ୨-୩ଥର ଖାଆନ୍ତୁ ।
– ମୃଦୁପାନୀୟ (କୋଲ୍ଡ-ଡ୍ରିଙ୍କସ୍) ଠାରୁ ନିଜକୁ ଦୂରେଇ ରଖିବାର ପ୍ରତିଜ୍ଞା କରନ୍ତୁ । ଏବର କର୍ମଜୀବୀ ମହିଳା ଏଇ ସବୁ ପାନୀୟ ପିଇ ହିଁ ନିଜ ସ୍ୱାସ୍ଥ୍ୟର ଅବନତି କରୁଥିବା ପରୀକ୍ଷାରୁ ଜଣାପଡ଼ିଛି । ମୃଦୁପାନୀୟରେ ମିଶିଥିବା ବିଭିନ୍ନ ଆମ ଶରୀରର ଅଙ୍ଗପ୍ରତ୍ୟଙ୍ଗକୁ କ୍ଷତି ପହଂଚାଇଥାଏ ।
– ମାନସିକ ଚାପରୁ ମଧ୍ୟ ନିରବ ହୃଦଘାତ ହୋଇଥାଏ । ଜୀବନ ଖୁବ୍ ସଂକ୍ଷପ୍ତ- ଏହି ଉକ୍ତିକୁ ମନରେ ରଖି ପ୍ରତି ମୁହୂର୍ତକୁ ଉପଭୋଗ କରିବାକୁ ଚେଷ୍ଟା କରିବା ଉଚିତ ।
ନିରବ ହୃଦ୍ଘାତ ପୂର୍ବରୁ ଜାଣିରଖନ୍ତୁ ଏ ସଙ୍କେତ
