ନୀରବ ଶୋଭାଯାତ୍ରାରେ ସେବାୟତଙ୍କ ସହ ସାମିଲ ହେଲେ ନିମନ୍ତ୍ରିତ ଅତିଥି। ସରକାରଙ୍କ ପାତର ଅନ୍ତର ନୀତି ଉପରେ ଗର୍ଜିଲେ ବିରୋଧୀ। ରାଜସୁନାଖଳା,(ନୟାଗଡ଼ ଦର୍ପଣ): ଗୁରୁଦିବସ ଅବସରରେ ନୟାଗଡ଼ ଜିଲ୍ଲା ଶିଵଶକ୍ତି ମନ୍ଦିର ପୂଜକ ସଂଘ ଆନୁକୂଲ୍ୟରେ ରାଜସୁନାଖଳାର କୁମାରୀଛକସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଶିବଶକ୍ତି ମନ୍ଦିର ପୂଜକ ସଂଘର ଏକ ମହା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହିକ୍ରମରେ ସେବାୟତମାନଙ୍କ ପକ୍ଷରୁ ଏକ ନୀରବ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ରାଜସୁନାଖଳା ସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ କାଉଁରୀ ମନ୍ଦିର ପରିସରରେ ମାଆଙ୍କ ନିକଟରେ ପୂଜାର୍ଚ୍ଚନା ପରେ ସମବେତ ସେବାୟତଙ୍କ ସହ ଖଣ୍ଡପଡା ଗଡ଼ଜାତର ରାଜକୁମାର ତଥା ପ୍ରାକ୍ତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂ ମର୍ଦ୍ଧରାଜ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ନୀରବ ଶୋଭାଯାତ୍ରାରେ ରାଜସୁନାଖଳା ବଜାର ପରିକ୍ରମା କରିଥିଲେ।ସେମାନଙ୍କ ସହିତ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟିର…
Read MoreYear: 2021
ପବିତ୍ର ଗୁରୁଦିବସ ଅବସରରେ “ମାତୃଭୂମି” କୁରାଳ ପକ୍ଷରୁ ଗୁରୁପୂଜନ
କୁରାଳ,(ନୟାଗଡ଼ ଦର୍ପଣ):- ପବିତ୍ର ଗୁରୁ ଦିବସ ପାଳନ ଅବସରରେ “ମାତୃଭୂମି” କୁରାଳ ଆନୁକୂଲ୍ୟରେ ଗୁରୁପୂଜନ କାର୍ଯ୍ୟକ୍ରମ କୋଭିଡ କଟକଣାକୁ ଗୁରୁତ୍ୱ ଦେଇ ପାଳନ କରାଯାଇଛି । ଏଥିରେ କୁରାଳ ପଞ୍ଚୟତରେ ଅବସରପ୍ରାପ୍ତ ଏବଂ କାର୍ଯ୍ୟରତ ଥିବା ଶହେ ଜଣ ଗୁରୁ ଗୁରୁମାଙ୍କୁ ମିନି ଅଲମଣ୍ଡା ଫୁଲ ଚାରା ସହିତ କଲମ ଉପହାର ସ୍ୱରୂପ ଦିଆଯାଇଛି। ଏହିକାର୍ଯ୍ୟକୁ କୁରାଳ ପଞ୍ଚୟତରେ ଅବସ୍ଥିତ ମାତୃଭୂମିର କର୍ମକର୍ତ୍ତାମାନେ ସମ୍ପାଦନ କରିଥିଲେ । କାର୍ଯ୍ୟକ୍ରମର ପଶ୍ଚାତରେ ଯେଉଁମାନଙ୍କର ମୁଖ୍ୟଭୂମିକା ରହିଛି, ସେମାନେ ହେଲେ ପୁରୁଷୋତ୍ତମ ପାଣିଗ୍ରାହୀ, ରାମେଶ୍ୱର ପଣ୍ଡା, ସୋମନାଥ ଚୌଧୁରୀ, ଦୁର୍ଗାମାଧଵ ସାହୁ, ମନୋରଞ୍ଜନ ସାହୁ, ବଦ୍ରିନାରାୟଣ ସୁବୁଦ୍ଧି, ଶ୍ରୀମତୀ ରଶ୍ମି ଦାସ, ପ୍ରସନ୍ନ କୁମାର ପାଣିଗ୍ରାହୀ, ତ୍ରିପତି ସୁବୁଦ୍ଧି, ରାମ କୃଷ୍ଣ ସାହୁ, ସତ୍ୟ ନାରାୟଣ ଶତପଥୀ ଓ ଅନ୍ୟମାନେ । ସମାଜରେ ଗୁରୁଶିଷ୍ୟର ସମ୍ପର୍କ, ସମାଜ ସେବାରେ ଶିକ୍ଷକଙ୍କ…
Read Moreକଜଳାଇପଲ୍ଲୀରେ କମ୍ୟୁନିଷ୍ଟ ପାର୍ଟିର ବ୍ରାଞ୍ଚ ସମ୍ମିଳନୀ
ଓଡଗାଁ,(୦୫/୦୯):- ଭାରତ କମ୍ୟୁନିଷ୍ଟ ପାର୍ଟି(ମାର୍କ୍ସବାଦ)ର କଜଳାଇପଲ୍ଲୀ ବ୍ରାଞ୍ଚ ସମ୍ମୀଳନି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମ୍ପାଦକ ମଣ୍ଡଳି ସଭ୍ୟ ସାଥି ସଭ୍ୟ ବିଶ୍ୱନାଥ ମହାପାତ୍ରଙ୍କୁ ସଭାପତିତ୍ୱରେ ଗୋଲକ ବିହାର ମୁଦୁଲି ଉକ୍ତ ପତାକା ଉତ୍ତୋଳନ କଲା ପରେ ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ସାଥି ଗୋଲକ ମୁଦୁଲି ଉଦଘାଟନି ଭାଷଣ ରଖି ଆନୁଷ୍ଠାନିକ ଭାବେ ସମ୍ମୀଳନି ଉଦଘାଟନ କରିଥିଲେ । ଚାଷୀ ଆନ୍ଦୋଳନକୁ ଦୃଢ଼ ସମର୍ଥନ ଦେବା ସହ ଶିକ୍ଷାର ଘରୋଇ କରଣ ନୂତନ ଶିକ୍ଷାନୀତ ୨୦୨୦କୁ ବିରୋଦ୍ଧ ଓ ବିଦ୍ୟୁତର ଘରୋଇ କରଣକୁ ବିରୋଧ କରିବା ନେଇ ଆଲୋଚନା ହୋଇଥିଲା । ଶ୍ରମିକମାନଙ୍କୁ ଅଧିକ ସଂଗଠିତ କରି ଶ୍ରମିକ ବିରୋଧ ଆଇନ ବାତିଲ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ଶେଷରେ ଶାଖାର ନୁତନ ସମ୍ପାଦକ ଭାବେ ବଳରାମ ମହାସଂଘ ନିର୍ବାଚିତ ହୋଇଥିଲେ ।
Read Moreକୁରାଳରେ ଗୁରୁପୂଜନ କାର୍ଯ୍ୟକ୍ରମ
ଓଡ଼ଗାଁ,(୦୫/୦୯):- ଆଜିର ପବିତ୍ର ଗୁରୁଦିବସ ଉପଲକ୍ଷେ ଓଡ଼ଗାଁ ବ୍ଲକ କୁରାଳ ପଞ୍ଚାୟତ ମେଡିକାଲସ୍ଥିତ ନୂତନ କଲ୍ୟାଣ ମଣ୍ଡପରେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୁରାଳ ଅଞ୍ଚଳର ସମସ୍ତ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନେଇ ଗୁରୁପୂଜନ ଉତ୍ସବରେ ପୂର୍ବତନ ସରପଞ୍ଚ ବିଜନ ପାଇକରାୟ ସଭାପତିତ୍ୱ କରିଥିବା ବେଳେ ରଘୁନାଥ ସମବାୟ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ଅଧିବାସ ପଣ୍ଡା ପ୍ରଦୀପ ପ୍ରଜ୍ଵଳନ କରି ଏହାକୁ ଶୁଭାରମ୍ଭ କରିଥିଲେ । ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ,ବିଜେଡି ସଭାପତି ସୂର୍ଯ୍ୟ ନାରାୟଣ ଚୌଧୁରୀ, ନିତ୍ୟାନନ୍ଦ ପ୍ରଧାନ ଉପସ୍ଥିତ ଥିଲେ। ସମାଜସେବୀ ପ୍ରଭାତ ପ୍ରଧାନ, ଶିକ୍ଷକ ରାଜନ ନାୟକ, ଅଶୋକ କଅଂର, ମନୋଜ ଦାସ, ସାମ୍ବାଦିକ ଗଣେଶ୍ୱର ସାହୁ, ଅର୍ଜୁନ ସାହୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଫୁଲ, ଚନ୍ଦନ ସହ ଉତ୍ତରୀୟ ଦେଇ ପୂଜନ କରିଥିଲେ। ଗୁରୁଙ୍କ ଉପଦେଶ ମାନିବା ସହ…
Read Moreଗୁରୁଦିବସରେ ମାନ୍ୟବର ମନ୍ତ୍ରୀଙ୍କ ଗୁରୁପୂଜନ
ନୟାଗଡ଼,(୦୫ା୦୯):- ପବିତ୍ର ଗୁରୁଦିବସ ଅବସରରେ ଆଜି ଏକ ଗୁରୁପୂଜନ କାର୍ଯ୍ୟକ୍ରମ ଜୁମଆପ୍ ମାଧ୍ୟମରେ ହୋଇଯାଇଛି । ଅବସର ପ୍ରାପ୍ତ ଶିକ୍ଷକ ହରିହର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂମ୍ପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଡ. ପୋମା ଟୁଡୁ, ଜିଲ୍ଲା ଶିକ୍ଷା ଅଧିକାରୀ ଅକୃର ବାରିକ ପ୍ରମୁଖ ଯୋଗ ଦେଇ ଗୁରୁପୂଜନ କାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲେ । ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କର ଅବଦାନ ଅତୁଳନୀୟ । ଶିକ୍ଷା ଭିତ୍ତିଭୂମୀରେ ଅନେକ ବିକାଶ କରାଯାଇଛି । କୋଭିଡ୍ର ତୃତୀୟ ଲହର ପାଇଁ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଛୋଟ ଛୁଆଙ୍କୁ ସଚେତନ…
Read Moreଗୁରୁଦିବସରେ ଡ଼. ଜଗମୋହନଙ୍କୁ ‘ଶ୍ରେଷ୍ଠ ଯୁବ ଶିକ୍ଷକ ସମ୍ମାନ’
ନୟାଗଡ଼(୦୫/୦୯):- ସଂସ୍କୃତ ଭାଷା ସାହିତ୍ୟର ଗବେଷକ, ସୁସାହିତ୍ୟିକ ତଥା ପଶ୍ଚିମବଙ୍ଗର ଖଡ଼ଗପୁର ମହାବିଦ୍ୟାଳୟରେ ସହ-ପ୍ରାଧ୍ୟାପକ ଭାବେ କାର୍ଯ୍ୟକରୁଥିବା ଡ. ଜଗମୋହନ ଆଚାର୍ଯ୍ୟଙ୍କୁ ପବିତ୍ର ଗୁରୁଦିବସରେ “ଶ୍ରେଷ୍ଠ ଯୁବ ଶିକ୍ଷକ ସମ୍ମାନ ” ପ୍ରଦାନ କରାଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଦ୍ୟୁତ ସାମନ୍ତ ସଭାପତିତ୍ବ କରିଥିଲାବେଳେ ଅଜମଲ୍ ହୁସେନ୍ ମୁଖ୍ୟଅତିଥି ଭାବେ ଏବଂ ପ୍ରଫେସର ତପନ୍ ପାଲ୍ , ଡ.ବିମଳକୃଷ୍ଣ ଦାସ, ଡ.ଶୁକ୍ଳାସାହା ମଣ୍ଡଳ, ଡ.ରଂଜିତା ବିଶ୍ୱାସ, ଡ.ବିକାଶ ଘୋଷ, ଡ.ଇନ୍ଦ୍ରାଣୀ ଚକ୍ରବର୍ତ୍ତୀ ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ। ଖଡ଼ଗପୁର ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ସମାରୋହରେ ଡ.ଆଚାର୍ଯ୍ୟଙ୍କୁ ସମ୍ମାନିତ କରାଯାଇଥିଲା ଏଥିରେ ଅତିଥିମାନେ ସମ୍ମାନିତ ପ୍ରତିଭୂଙ୍କ ଆଦର୍ଶ ଶିକ୍ଷକ ଜୀବନ, ଶିକ୍ଷାଦାନକ୍ଷେତ୍ରରେ ଉତ୍ସର୍ଗୀକୃତ ମନୋଭାବ ବିଷୟରେ ଆଲୋକପାତ କରିଥିଲେ।ଜଣେ ଆଦର୍ଶ ଶିକ୍ଷକ ସହ ନିଜ ସାହିତ୍ୟକୃତି ପାଇଁ ମଧ୍ୟ ଜାତୀୟସ୍ତରରେ ବେଶ୍ ପରିଚିତି ଲାଭ କରିପାରିଛନ୍ତି ଡ.ଆଚାର୍ଯ୍ୟ। ତାଙ୍କ…
Read Moreଟାଉନଥାନା ପୁଲିସ ଦ୍ୱାରା ଦେଶୀ ମଦ ଜବତ, ୩ ଗିରଫ
ନୟାଗଡ଼(୦୫/୦୯): ନୟାଗଡ଼ ଟାଉନଥାନା ପୁଲିସ ଦ୍ୱାରା ୨୬୦ ଲିଟରରୁ ଊର୍ଦ୍ଧ୍ଵ ଦେଶୀ ମଦ ଜବତ, ୩ଜଣଙ୍କୁ ଗିରଫ କରାଯାଇଛି । ସୂଚନାନୁସାରେ, ବୈଦ୍ଧ ଜିଲ୍ଲା ପୁରୁଣାକଟକ ଅଞ୍ଚଳର ଆଡ଼େଣିଗଡ଼ର ମୁନା ବାଘ, ମୁକ୍ତିକାନ୍ତ ସାହୁ, ସୁନୀଲ ମୁଖି ଏକ ଇଣ୍ଡିକା କାର ଯୋଗେ ଦେଶୀ ମଦ ନେଇ ନୟାଗଡ଼ ସଦରଥାନା ଅଞ୍ଚଳକୁ ଆସୁଥିଲେ । ପୁଲିସ ପ୍ରେଟୋଲିଂ କରୁଥିବା ସମୟରେ ନୟାଗଡ଼ ଖଣ୍ଡପଡ଼ା ରାସ୍ତାରେ ଉକ୍ତ ଗାଡ଼ିକୁ ଅଟକାଇଥିଲା । ଉକ୍ତ ଗାଡ଼ିରୁ ୨୦୦ ଏମ୍ଏଲ୍ ୧୦୨୫ଟି ପାଉଚ ପ୍ଯାକେଟ ଏବଂ ଗାଡ଼ି ଟ୍ୟୁବରେ ୬୦ ଲିଟର ମଦ ରହିଥିବା ଦେଖାଯାଇଥିଲା । ପୁଲିସ ଉକ୍ତ କାର ଏବଂ ଦେଶୀମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତି ସୂଚନା ଦେଇଛନ୍ତି।
Read Moreଜିଲ୍ଲା ପୁଲିସ ବିଭାଗରେ ଅଦଳବଦଳ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପୁଲିସ ବିଭାଗରେ ଆଜି ଏକ ଅଦଳବଦଳ ହୋଇଥିବା ସୂଚନା ମିଳିଛି । ଇଟାମାଟି ଥାନା ଭାରପ୍ରାପ୍ତ ଅଧିକାରୀ ବସନ୍ତ କୁମାର ସାହୁଙ୍କୁ ନୂଆଗାଁ ଥାନାକୁ ବଦଳି କରାଯାଇଥିବା ବେଳେ ନୂଆଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ରମେଶ କୁମାର ଦେବତାଙ୍କୁ ଇଟାମାଟି ଥାନାକୁ ବଦଳି କରାଯାଇଛି । ସେହିଭଳି ଭାବେ ଖଣ୍ଡପଡ଼ା ଥାନା ଏସ୍ଆଇ ଶ୍ରଦ୍ଧା ନାୟକଙ୍କୁ ଫତେଗଡ଼ ଥାନାକୁ, ଫତେଗଡ଼ ଥାନା ଏସ୍ଆଇ ରାଇବାରି ତିରିଆଙ୍କୁ ଇଟାମାଟି ଥାନାକୁ, ଇଟାମାଟି ଥାନା ଏଏସ୍ଆଇ ଦିଲ୍ଲୀପ କୁମାର ସେଠୀଙ୍କୁ ମଧ୍ୟଖଣ୍ଡ ଫାଣ୍ଡି, ଦଶପଲ୍ଲା ଥାନା ଏଏସ୍ଆଇ ସାଇନୁଲ୍ ଖାନ୍ଙ୍କୁ ଜଗନ୍ନାଥପ୍ରସାଦ ଫାଣ୍ଡିକୁ, ଦଶପଲ୍ଲା ଥାନା ଏଏସ୍ଆଇ ଜି.ଡି ମିଶ୍ରଙ୍କୁ ଇଟାମାଟି ଥାନାକୁ, ମଧ୍ୟଖଣ୍ଡ ଫାଣ୍ଡି ଅଧିକାରୀ ଅପର୍ତୀ ସାହୁଙ୍କୁ ଖଣ୍ଡପଡ଼ା ଥାନାକୁ, ଓଡ଼ଗାଁ ଥାନା ଏଏସ୍ଆଇ ଯୁଗଳ କିଶୋର ନାୟକଙ୍କୁ ଖଣ୍ଡପଡ଼ା ଥାନାକୁ,…
Read Moreଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା
ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ନୟାଗଡ଼ ଜିଲ୍ଲାରେ ଅବସ୍ଥିତ ୧୫ ଗୋଟି ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାନଙ୍କୁ ନେଇ ଏକ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ପରିବେଶବିତ, ସାମାଜିକ କର୍ମୀ ସୁକାନ୍ତ ଚୌଧୁରୀଙ୍କ ସଭାପତିତ୍ବରେ ବନମାଳୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଖେଡପଡ଼ାଠାରେ ଅନୁଷ୍ଠିତ ଉକ୍ତ ସଭାରେ ଶିକ୍ଷକ ପରିବାରର ଜିଲ୍ଲା ସଭାପତି ଯୁଧିଷ୍ଠିର ପ୍ରଧାନ ଉଦବୋଧନ ଦେବା ସହିତ ସମ୍ପାଦକ ନୀଳାଦ୍ରି ବିହାରୀ ସୁବୁଦ୍ଧି ସଙ୍ଘୀୟ ବାର୍ତ୍ତା ପ୍ରଦାନ କରିଥିଲେ।ଗୋବର୍ଦ୍ଧନ ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ବାଘୂଆପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଭାପୁର, ନିତ୍ୟାନନ୍ଦ ବିଷୋୟୀ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ, ଖୁଣ୍ଟୁବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନୂଆଗାଁ ବ୍ଲକ ଓ ଶରତ ଚନ୍ଦ୍ର ନାୟକ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ, ପଞ୍ଚାୟତ ଉଚ୍ଚ…
Read Moreଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ସ୍ୱର୍ଗତ ବିଶ୍ୱନାଥ ମିଶ୍ରଙ୍କ ସ୍ମୃତିଚାରଣ ସଭା
ନୟାଗଡ଼,(ନୟାଗଡ଼ ଦର୍ପଣ): ଦଶପଲ୍ଲା ବ୍ଲକ ରାଧାମୋହନ ଜୀୟୁ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ସ୍ୱର୍ଗତ ବିଶ୍ୱନାଥ ମିଶ୍ରଙ୍କ ଏକାଦଶାହ ଦିବସରେ ଓଷ୍ଟା ଦଶପଲ୍ଲା ବ୍ଲକ ପକ୍ଷରୁ ରାଧାମୋହନ ଜୀୟୁ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ଠାରେ ଅଦ୍ୟ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇ ଯାଇଛି । ଦଶପଲ୍ଲା ଓଷ୍ଟାର ବ୍ଲକ ସଭାପତି ଶରତ ଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶ୍ରଧାଞ୍ଜଳୀ ସଭାରେ ଶିକ୍ଷକନେତା କିଶୋର ଚନ୍ଦ୍ର ପରମଗୁରୁ, ସି.ପି.ଆଇ.ଏମ୍ ନେତା ଶରତ ଚନ୍ଦ୍ର ବେହେରା, ଓଷ୍ଟାର ଜିଲ୍ଲା ସଭାପତି ଅଯୋଧ୍ୟା ନାଥ ନାୟକ ଓ ସମ୍ପାଦକ ମାଣିକେଶ୍ୱର ସ୍ୱାଇଁ,ରାଜ୍ୟ ସମ୍ପାଦକ ବିନାୟକ ପରିଡ଼ା, ପ୍ରଧାନ ଶିକ୍ଷକ ଦିଲ୍ଲିପ କୁମାର ନାୟକ ଓ ପ୍ରଣତି ପଟ୍ଟନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । ଉକ୍ତ ସଭାରେ ଦଶପଲ୍ଲା ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ…
Read More