ଓଡ଼ଗାଁ ବ୍ଲକର ବିଭିନ୍ନ ସ୍ଥାନରେ ସେବା ଉତ୍ସବରେ ବସ୍ତ୍ରଦାନ ଓ ରାସନ ବଣ୍ଟନ

ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ ୧୦ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ-୨୦୨୧ ଆଜି ଓଡ଼ଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ସେବା ଉତ୍ସବର କର୍ମକର୍ତ୍ତାମାନେ ଏହି ଅବସରରେ ଓଡ଼ଗାଁ ଏନ.ଏ.ସି ସମେତ ରହିବାଙ୍କ, ବାଘୁଆ, କୁରାଳ, ପାଣ୍ଡିରୀପଡା, ଗିରିଡ଼ିପଲ୍ଲୀ ଓ କୋରାପିଠା ଆଦି ବିଭିନ୍ନ ସ୍ଥାନରେ ଗରିବ, ଅସହାୟ ଲୋକଙ୍କୁ ବସ୍ତ୍ର ଓ ରାସନ ସାମଗ୍ରୀ ସାଙ୍ଗକୁ ଚାରା ବଣ୍ଟନ କରିଥିଲେ । ନୟାଗଡ଼ ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ର, ସମାଜସେବୀ ଅର୍ଜୁନ ସାହୁ ଓ ଶାନ୍ତନୁ ବିଷୋୟୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରିବେଶପ୍ରେମୀ ସୁକାନ୍ତ ଚୌଧୁରୀ, ସମାଜସେବୀ ଦାମୋଦର ସାହୁ, ଜ୍ୟୋତିରଞ୍ଜନ ମହାପାତ୍ର, ପରମେଶ୍ୱର ସାହୁ, ସୌମ୍ୟରଞ୍ଜନ ଦାଶ, ସହଦେଵ ଜେନା, ଆଲୋକ ରଂଜନ ବାରିକ ପ୍ରମୁଖ ସାମିଲ…

Read More

ମହିଂସା ଜଳ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କଲେ କନିଷ୍ଠ ଯନ୍ତ୍ରୀ

ଦଶପଲ୍ଲା,(ନୟାଗଡ଼ ଦର୍ପଣ):- ଦଶପଲ୍ଲା ବ୍ଳକ ସାକେଣି ଗ୍ରାମ ନିକଟରେ ଥିବା ମହିଂସା ଜଳ ପ୍ରକଳ୍ପ ବା ଚେକଡ୍ୟାମରେ ବେଆଇନ ଭାବେ ମାଛଚାଷ କରିବା ସହ ବର୍ଷାଦିନେ ମାଛ ଧରିବା ଉଦ୍ଦେଶ୍ୟରେ ଦୁର୍ବୁର୍ତ୍ତମାନେ ଡ୍ୟାମ ଜଳକୁ ଗେଟ ଖୋଲି ଛାଡିବା ଓ କେନାଲ ବନ୍ଧ ମରାମତିକୁ ନେଇ ସାଧରଣ ଲୋକ, ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ପ୍ରସଙ୍ଗ ଗଣମାଧ୍ୟମରେ ପ୍ରସାରଣ ହେବା ପରେ ସୋମବାର ଦିନ ଦଶପଲ୍ଲା ବ୍ଲକ କ୍ଷୁଦ୍ର ଜଳସେଚନ ବିଭାଗର କନିଷ୍ଟ ଯନ୍ତ୍ରୀ ମନୋଜ କୁମାର ରାଉତ ଡ୍ୟାମ ନିକଟରେ ପହଞ୍ଚି ଡ୍ୟାମ ସ୍ଥିତି ପରଖିବା ସହ ଚାଷୀମାନଙ୍କ ଅସୁବିଧା କଥା ପଚାରି ବୁଝିଥିଲେ। ଏଥିସହ କେନାଲ ବନ୍ଧକୁ ଅଗଷ୍ଟ ୧୫ତାରିଖ ସୁଦ୍ଧା ଜରୁରୀ ଆବଶ୍ୟକ ଥିବା ସ୍ଥାନକୁ ଯଥାଶୀଘ୍ର ମରାମତି କରିବା ସହ ବେଆଇନ ଭାବେ ମାଛଚାଷ କରୁଥିବା ଲୋକଙ୍କ ବିରୁଦ୍ଧରେ…

Read More

ଉଦ୍ଧାର ହେଲା ନାବାଳକ, ଠିକଣା ଖୋଜୁଛି ଚାଇଲଡ ଲାଇନ

ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ଓଡ଼ଗାଁ ଅଞ୍ଚଳରେ ନାବାଳକ ଫସିବା ଖବର ପ୍ରକାଶ ପାଇବା ପରେ ଚାଇଲ୍ଡ ଲାଇନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଚାଇଲ୍ଡ ଲାଇନ ସଦସ୍ୟ ଚନ୍ଦ୍ରଶେଖର ବେହେରା ଓ ଓଡ଼ଗାଁ ପୁଲିସ ଗୈାଡ଼ପୁଟ ପଞ୍ଚାୟତ ଗୁଆନ୍ଦ ଗ୍ରାମରେ ପହଞ୍ଚି ନାବାଳକଙ୍କୁ ଉଦ୍ଧାର କରିଛନ୍ତି। ଛତିଶଗଡ଼ର ଟୋଲା ଅଞ୍ଚଳର ହଟକା ଗ୍ରାମର ରାମ ଲାଲ ଏବଂ କଲେଶ୍ରୀଙ୍କ ପୁଅ ବିରୁ କିଛି ସାଙ୍ଗ ସାଥିଙ୍କ ସହ ଭଦ୍ରକ ଜିଲ୍ଲାକୁ କାମ କରିବାକୁ ଆସିଥିବା ପ୍ରକାଶ କରିଛି। କିନ୍ତୁ ବିରୁ ଭଦ୍ରକରୁ କୈାଣସିମତେ ଆସି ଓଡ଼ଗାଁର ଗୌଡ଼ପୁଟ ଅଞ୍ଚଳରେ ପହଞ୍ଚି ଯାଇଥିଲା। ଗୌଡ଼ପୁଟ ଅଞ୍ଚଳରେ ଏକା ଏକା ବୁଲୁଥିବାବେଳେ ଗୁଆନ୍ଦ ଗ୍ରାମର କୈଳାସ ନାୟକ ବିରୁ ସହ କଥାବାର୍ତ୍ତା କରି ତାକୁ ଗୁଆନ୍ଦକୁ ଆଣି ନିଜଘରେ ୫ଦିନ ହେବ ରଖିଥିଲେ। ଆଜି ନାବାଳକ ଉଦ୍ଧାର ହୋଇଥିବା ବେଳେ…

Read More

ଜୀବନ ରେଖା ପରିଷଦ ପକ୍ଷରୁ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ

ଦଶପଲ୍ଲା,(ନୟାଗଡ଼ ଦର୍ପଣ):- କରୋନା ମହାମାରୀ ସମସ୍ତଙ୍କୁ ଏମିତି ପ୍ରଭାବିତ କରି ଚାଲିଲା ଯେ ପ୍ରତ୍ୟେକ ସ୍ତରର ମଣିଷମାନଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରିବା ସହ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ପ୍ରକାର ଜୀବନ ଜୀବିକା ଠପ୍ କରି ଦେଇଛି। ହେଲେ ଆଜି ଜୀବନରେଖା ପରିଷଦ ପକ୍ଷରୁ ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ତେଣ୍ଡାବାଡି ଗ୍ରାମ ପଞ୍ଚାୟତ ଅଧୀନ ଗୁଣ୍ଠାପାଯୁ, ଖାଲମଡା, ମସାବାଡି, ପଙ୍କୁଆ ଭଳି ଆହୁରି ଅନେକ ଆଦିବାସୀ ବହୁଳ ଗ୍ରାମାଞ୍ଚଳକୁ ଯାଇ ପ୍ରାୟ ପାଞ୍ଚଶହରୁ ସାତଶହ ଅସହାୟ ଗରିବ ଶ୍ରେଣୀର ପରିବାରକୁ ଶୁଖିଲା ଖାଦ୍ୟ ସହ ମାସ୍କ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଦଶପଲ୍ଲା ପଞ୍ଚାୟତ ସମିତିର ଅଧକ୍ଷା ସୁନନ୍ଦା ସାହୁ, ଦଶପଲ୍ଲା ପଞ୍ଚାୟତ…

Read More

ଘର ଭିତରୁ ମା’ ଓ ୩ବର୍ଷୟ ପୁଅର ଶବ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଇଟାମାଟି,(ନୟାଗଡ଼ ଦର୍ପଣ):- ଘର ଭିତରୁ ମା’ ପୁଅଙ୍କ ଶବ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ। ଏଭଳି ଏକ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଛି ଇଟାମାଟି ଥାନା ଶଙ୍ଖେଇ ଗ୍ରାମରୁ। ଶଙ୍ଖେଇ ଗାଁ’ର ପ୍ରସନ୍ନ କୁମାର ସାହୁଙ୍କ ପତ୍ନୀ ମିଲି ସାହୁ ଏବଂ ତାଙ୍କର ୩ବର୍ଷର ପୁଅର ମୃତଦେହ ଘରେ ପଡିଥିବା ଦେଖିବାକୁ ମିଳିଛି । ତେବେ କେଉଁ କାରଣରୁ ମୃତ୍ୟୁ ହୋଇଛି ସେ ନେଇ ସଠିକ ତଥ୍ୟ ମିଳିପାରୁ ନାହିଁ । ଖବର ପାଇ ଇଟାମାଟି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପୁଅକୁ ମାରିଦେଇ ମା ଆତ୍ମହତ୍ୟା କରିଥିବା ଆଲୋଚନା ହେଉଥିବା ବେଳେ ପୁଅର ଦୁଷ୍ଟାମୀ ରୋକିବାକୁ ମାଡ଼ ମାରିବା ବେଳେ ପୁଅର ମୃତ୍ୟୁ ହୋଇଯିବା ପରେ ମା’ ଆତ୍ମହତ୍ୟା କରିଥିବା କଥା ଚର୍ଚ୍ଚା ହେଉଛି । ତେବେ…

Read More

ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ପକ୍ଷରୁ ଭ୍ରାମ୍ୟମାଣ ଚାରାବଣ୍ଟନ

ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଇଟାମାଟି ଓ ପବ୍ଲିକ ରାଇଟସ ଆସୋସିଏସନ ଓଡ଼ଗାଁ ତରଫରୁ ଆଜି ସକାଳ ୯ଘଟିକା ସମୟରେ ଶ୍ରୀ ରଘୁନାଥ ମନ୍ଦିର ପରିସରରୁ ଭ୍ରାମ୍ୟମାଣ ଚାରାବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନର ସଭାପତି ମନୋଜ କୁମାର ସାହୁ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ସମାଜସେବୀ ବସନ୍ତ କର, ସନ୍ତୋଷ କୁମାର ମିଶ୍ର, ବିଭୁତିଭୂଷଣ ସାହୁ, ବସନ୍ତ କୁମାର ସାହୁ, ଖଣ୍ଡପଡାର ସମାଜସେବୀ ବିନୋଦିନୀ ମହାନ୍ତି ଏବଂ ପବ୍ଲିକ ରାଇଟସ ଆସୋସିଏସନ ଓଡ଼ଗାଁ ବ୍ଲକ ସଭାପତି ବିଦ୍ୟାଧର ଦାଶ, ସଂପାଦକ ଭାଗିରଥି ଜେନା, ମହିଳା ଶାଖା ସଭାନେତ୍ରୀ ଜଲି ଦାଶ, ଉପସଭାନେତ୍ରୀ ରାଜଲକ୍ଷ୍ମୀ ସେନାପତି, ସଂପାଦିକା ନମିତା ଜେନା ଓ ନଳିନୀ ସାହୁ, ଶାନ୍ତିଲତା ଜେନା, କ୍ଷେତ୍ରବାସୀ ଜେନା, ମାଳତି ସାହୁ, ବବିତା ବେହେରା ଓ ଲକ୍ଷ୍ମୀ…

Read More

ଅନନ୍ୟା ଫାଉଣ୍ଡେସନ୍ ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ

ନୟାଗଡ଼,(ନୟାଗଡ଼ ଦର୍ପଣ):- ଅନନ୍ୟା ଫାଉଣ୍ଡେସନ୍ ତରଫରୁ ଆଜି ପାଣିପୋଇଲାସ୍ଥିତ ମଦର ଆବାସିକ ବିଦ୍ୟାଳୟର ଅନାଥ ଆଶ୍ରମରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ଏନସିସି-୧୧ର ସହଯୋଗ ରହିଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ଅନନ୍ୟା ଫାଉଣ୍ଡେସନ ସଦସ୍ୟଙ୍କ ତରଫରୁ ଆଶ୍ରମରେ ରହୁଥିବା ପିଲାମାନଙ୍କ ଭିତରେ କିଛି ମନୋରଞ୍ଜନ କାର୍ଯ୍ୟକ୍ରମ କରା ଯାଇଥିଲା ଓ ପରେ ଆଶ୍ରମର ଅନ୍ତେବାସୀଙ୍କ ସହ ଅନନ୍ୟା ଫାଉଣ୍ଡେସନର ସଦସ୍ୟମାନେ ମିଶି ମଧ୍ୟାହ୍ନ ଭୋଜନ କରିଥିଲେ। ସୂଚନାଯୋଗ୍ୟ ଯେ ଗତ କିଛି ସପ୍ତାହ ଧରି ଅନନ୍ୟା ଫାଉଣ୍ଡେସନ ତରଫରୁ ବିଭିନ୍ନ ବୃଦ୍ଧାଶ୍ରମ ଓ ଅନାଥ ଆଶ୍ରମରେ ଖାଦ୍ୟ ବଣ୍ଟନ ଜାରି ରହିଛି। ପୂର୍ବ ସପ୍ତାହରେ ପଥରା ଓ ସୁନାଖଳା ବୃଦ୍ଧାଶ୍ରମରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା। ଆଗାମୀ ଦିନରେ ମଧ୍ୟ ନୟାଗଡ଼ର ସମସ୍ତ ବୃଦ୍ଧାଶ୍ରମ ଓ ଅନାଥ ଆଶ୍ରମରେ ରନ୍ଧା ଖାଦ୍ୟ ବଣ୍ଟନ…

Read More

ଟାଉନ ପୋଲିସ ଦ୍ୱାରା ଗଞ୍ଜେଇ ଜବତ, ୨ଗିରଫ

ନୟାଗଡ଼,(ନୟାଗଡ଼ ଦର୍ପଣ):- ନୟାଗଡ଼ ଜିଲ୍ଲା ଟାଉନଥାନା ପୁଲିସ ଆଜି ଏକ ବୋଲେରୋ ପିକଅପ OD05E9298 ଗାଡ଼ିରୁ ସକାଳ ୭.୧୫ ସମୟରେ ନୟାଗଡ଼ ଦୁର୍ଗାପ୍ରସାଦ ନିକଟ ଟିଭିଏସ ସୋରୁମ ପାଖରୁ ୫୨କେଜି ୮୫୦ଗ୍ରାମ ଗଞ୍ଜେଇ ଜବତ କରି ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ରାତିଙ୍ଗିଆ ଗ୍ରାମର ପ୍ରମେଶ ପ୍ରଧାନ ଓରଫ ରାନୀ (୨୧) ଏବଂ କେ. ନୂଆଗାଁ ଥାନା କୁଦୁପକିଆ ଗ୍ରାମର ଲଳିତ ଦିଗାଲ(୨୫) ବୋଲି ଜଣାଯାଇଛି । ଏମାନେ ଏକ ପିକଅପ୍ ଭ୍ୟାନ ଯୋଗେ କନ୍ଧମାଳରୁ ଭୁବନେଶ୍ୱର ଗଞ୍ଜେଇ ନେଇ ଯାଉଥିବା ବେଳେ ନୟାଗଡ଼ ପୋଲିସ ୧୫୧/୨୧ରେ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛି ।

Read More

ନୟାଗଡ଼ କ୍ଳବର ସାଧାରଣ ଅଧିବେଶନ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ):- ସ୍ଥାନୀୟ ଡିଆରଡିଏ ସଭାକକ୍ଷରେ ନୟାଗଡ଼ କ୍ଳବ୍ ର ସାଧାରଣ ଅଧିବେଶନ କ୍ଳବର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ମାନ୍ଯବର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ କ୍ଳବ୍ ର ମୂଳ ଲକ୍ଷ୍ଯ ଓ ଆଭିମୁଖ୍ୟ ବିଷୟରେ ସମସ୍ତ ସଦସ୍ଯ ପ୍ରଥମେ ଜାଣିବା ପାଇଁ ପରାମର୍ଶ ଦେଇଥିଲେ। ସମସ୍ତ ସଦସ୍ଯ ମାନେ ନିଷ୍ଠାର ସହିତ କାମକଲେ କ୍ଳବ୍ ର ଉନ୍ନତି ନିଶ୍ଚୟ ହେବ ବୋଲି ବକ୍ତବ୍ଯ ରଖିଥିଲେ। ଏହି ସଭାରେ କ୍ଳବ୍ ର ଉପସଭାପତି ଅରୁଣ କୁମାର ମହାନ୍ତି, ସଂପାଦକ ମିହିର ରଂଜନ ନାୟକ ମଞ୍ଚାସୀନ ଥିଲା ବେଳେ କ୍ଳବର କୋଷାଧ୍ୟକ୍ଷ ଶ୍ରୀଧର ସାହୁ, ଯୁଗ୍ମ ସଂପାଦକ ହିମାଂଶୁ ପଟ୍ଟନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼…

Read More

ଓଡ଼ିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ ଆନୁକୁଲ୍ୟରେ ଭାଟସାହିରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ):- ଓଡ଼ିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ ଆନୁକୁଲ୍ୟରେ ଆଜି ୧୩ ନଂ ଜିଲ୍ଲା ପରିଷଦ ଜୋନ ପକ୍ଷରୁ ରକ୍ତଦାନ ଶିବିର ଭାଟସାହିଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ଗୁରୁପ୍ରସାଦ ଜେନା, ଭାଟସାହି ସରପଞ୍ଚ କିଶୋର ସାହୁ, ବ୍ଲକ ବିଜେଡି ଯୁବ ସଭାପତି ଦୁର୍ଯ୍ୟୋଧନ ବେହେରା, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ଭାଟସାହି ବିଜେଡି ସଭାପତି ବିଜୟ ମିଶ୍ର, ସମିତି ସଭ୍ୟ ପବିତ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ନୟାଗଡ଼ ରକ୍ତ ଭଣ୍ଡାର କର୍ମଚାରୀମାନେ ଉପସ୍ଥିତ ରହି ବର୍ତ୍ତମାନ ସୁଦ୍ଧା ୩୫ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି ।

Read More