ଗଣିଆ,(ନୟାଗଡ଼ ଦର୍ପଣ):- ଗଣିଆ ବ୍ଲକ ଛାମୁଣ୍ଡିଆ ଗ୍ରାମପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ହୋଇଯାଇଛି। ଏହି କାଯ୍ୟକ୍ରମରେ ଦଶପଲ୍ଲା ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ବୃତଙ୍ଗ ନଦୀର ଦକ୍ଷିଣପାର୍ଶ୍ଵ ବନ୍ଧର ସୁରକ୍ଷା ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ପରେ ଡଙ୍କାରିସାହି ମହାନଦୀ ଦକ୍ଷିଣ ପାର୍ଶ୍ଵ ବନ୍ଧର ସୁରକ୍ଷା ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପରେ ଧୋବାବୁରେଇ ଠାରୁ ରାଇଗାଡ଼ିଆ ପଯ୍ୟନ୍ତ ବୃତଙ୍ଗ ନଦୀର ବାମ ପାର୍ଶ୍ଵ ବନ୍ଧର ସୁରକ୍ଷାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ପରେ ଛାମୁଣ୍ଡିଆ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଉଦଘାଟିତ କରିଥିଲେ। ପରେ କୁମ୍ଭୀରଖଣି ଠାରେ କ୍ଲବ ଘରର ଭିତ୍ତିପ୍ରସ୍ତର ସ୍ଥାପନ ଓ ଛାମୁଣ୍ଡିଆ ଠାରେ କ୍ଲବ ଘରର ଭିତ୍ତିଭୂମି ସ୍ଥାପନ କରିଥିଲେ । ଏହି ମାରାଥନ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ…
Read MoreCategory: ନୟାଗଡ଼
୪୮୦ ବୋତଲ କଫ ସିରଫ ଜବତ, ଜଣେ ଗିରଫ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ପୁଲିସ୍ ଜନୈକ କଫ ସିରଫ୍ ବ୍ୟବସାୟୀକୁ ଗିରଫ କରିବା ବହୁ ପରିମାଣର କଫ ସିରଫ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ଶରଣକୁଳ ଥାନା ଗୋଡ଼ିପଡ଼ା ଛୋଟ ତେଲିସାହିର ଲକ୍ଷ୍ମୀଧର ପାତ୍ର। ଗତକାଲି ସେ କଫ ସିରଫ ନେଇ ଓଡ଼ଗାଁ ଅଭିମୁଖେ ଯାଉଥିବା ବେଳେ ତାଙ୍କୁ ପେଟାପଲ୍ଲି ଛକ ନିକଟରୁ ପୁଲିସ ଧରିଥିଲା। ତାଙ୍କ ପାଖରୁ ୪୮୦ ବୋତଲ କଫ ସିରଫ ଜବତ କରାଯାଇଥିବା ବେଳେ ଓଡ଼ଗାଁ ଥାନାରେ ୭୧/୨୧ରେ ଏକ ମାମଲା ରୁଜୁ ହେବା ସହ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି।
Read Moreଜିଲ୍ଲା ପ୍ୟାକ୍ସ ଡାଟାଏଣ୍ଟ୍ରି ଅପରେଟରଙ୍କ ପ୍ରଥମ ସାଙ୍ଗଠନିକ ବୈଠକ ଅନୁଷ୍ଠିତ
ନୟାଗଡ,(ନୟାଗଡ ଦର୍ପଣ): ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ. ଅଧିନସ୍ତ ୯ଗୋଟି ଶାଖାରେ ୧୪୨ ପ୍ୟାକ୍ସରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର ମାନଙ୍କର ପ୍ରଥମ ବୈଠକ ଭୈରବୀ ପୀଠ ନିକଟରେ ଅନୁଷ୍ଠିତ ହୋଇଯାଇଛି । କୃପାସିନ୍ଦୁ ଭଟ୍ଟଙ୍କ ସଭାପତିତ୍ୱରେ ବୈଠକରେ ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସହ ସମ୍ପାଦକ ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ଯୋଗଦେଇ ସଂଗଠନର ଆବଶ୍ୟକତା ଏବଂ କାର୍ଯ୍ୟକ୍ଷେତ୍ରରେ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟକରିବା ଓ ଉଚିତ ପାରିଶ୍ରମିକ ପାଇବାରେ ସଂଗଠନରେ ସହାୟକ ହେବ ବୋଲି ଶ୍ରୀ ପଟ୍ଟନାୟକ ଉପସ୍ଥିତ ଡାଟାଏଣ୍ଟ୍ରି ଅପରେଟରମାନଙ୍କୁ ପରାମର୍ଶ ଦେଇଥିଲେ । ନୟାଗଡ଼ ଜିଲ୍ଲାର ୮ଟି ବ୍ଲକରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟରମାନେ ବୈଠକରେ ଯୋଗ ଦେଇ ନୟାଗଡ଼ ଜିଲ୍ଲା ଫ୍ୟାକ୍ସ ଡାଟାଏଣ୍ଟ୍ରି ଅପରେଟର ୟୁନିୟନ ଗଠନ କରିବା ପାଇଁ ସର୍ବ ସମ୍ମତ୍ତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।…
Read Moreଦିନରେ ଲଣ୍ଠନ ଧରି ଧାରଣାରେ ବସିଲେ କାଶୀନାଥ
ନୟାଗଡ,(ନୟାଗଡ ଦର୍ପଣ):- ଜମି ମଧ୍ୟସ୍ଥିଙ୍କ ଠାରୁ ଟଙ୍କା ଫେରିବାକୁ ଅଭିନବ ପ୍ରତିବାଦ । ଦିନ ବେଳେ ଲଣ୍ଠନ ଧରି ମଧ୍ୟସ୍ଥିଙ୍କ ଘର ସାମ୍ନାରେ ଧାରଣାରେ ବସିଲେ କାଶୀନାଥ । ଏଭଳି ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ସହର ଟାଉନ ଥାନା ଅନ୍ତର୍ଗତ ସିନ୍ଦୁରିଆ ପଞ୍ଚାୟତର ରତନପୁର ଗାଁରେ । ଏହି ଗାଁର ଜାଗାବାଡ଼ି ବ୍ୟବସାୟ କରୁଥିବା ମଧ୍ୟସ୍ଥି ଲକ୍ଷ୍ମୀଧର ବର୍ଦ୍ଧନଙ୍କ ଘର ସାମ୍ନାରେ ଲଣ୍ଠନ ଧରି ବସିଛନ୍ତି ମାନଧାତାପୁର ଗାଁର କାଶୀନାଥ ମିଶ୍ର। ଗତ ୫ ବର୍ଷ ତଳେ କାଶୀନାଥ ଏକ ଘର ବାରି ଜାଗା କିଣିବା ପାଇଁ ଲକ୍ଷ୍ମୀଧରଙ୍କୁ ୭ଲକ୍ଷ ଟଙ୍କା ଦେଇଥିଲେ ଏବଂ ମଧ୍ୟସ୍ଥି ଲକ୍ଷ୍ମୀଧର ମଧ୍ୟ ଜାଗା ମାଲିକଙ୍କ ଜମିକୁ କାଶୀନାଥଙ୍କ ନାମରେ ରେଜିଷ୍ଟ୍ରି କରାଇଥିଲେ l ମାତ୍ର ରେଜିଷ୍ଟ୍ରର କିଛି ଦିନ ପରେ ଦାଖଲ ଖାରଜ ସମୟରେ ଏକ…
Read Moreଅରୋମିରା ଟ୍ରଷ୍ଟ ଓ ସବୁଜ ସାଥି କୁରାଳ ଦ୍ଵାରା ବନ କର୍ମଚାରୀ ସମ୍ବର୍ଦ୍ଧିତ
ଓଡଗାଁ,(ନୟାଗଡ ଦର୍ପଣ): ଓଡଗାଁ ରେଞ୍ଜ କାର୍ୟ୍ୟାଳୟ ପରିସରରେ ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ମୁଖ୍ୟଅତିଥି ଭାବେ ଏସିଏଫ୍ ଅରବିନ୍ଦ ମହାନ୍ତି, ମୁଖ୍ୟ ବକ୍ତା ବନାଞ୍ଚଳ ଅଧିକାରୀ ଅମ୍ରିତ୍ କୁମାର ସାହୁ, ସମ୍ମାନିତ ଅତିଥି ପ୍ରକୃତିବନ୍ଧୁ ରଞ୍ଜନ କୁମାର ଦାଶ, ଶିକ୍ଷକ ପଞ୍ଚାନନ ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ସୁକାନ୍ତ ଚୌଧୁରୀ ଉପସ୍ଥିତ ଥିଲେ। କୁରାଳ ଅରୋମିରା ଟ୍ରଷ୍ଟ ଓ ସବୁଜ ସାଥି କୁରାଳ ତରଫରୁ ବନପାଳ ଜ୍ୟୋତିରଞ୍ଜନ ମାନସିଂହ, ସରିତା ବରାଳ, ବନରକ୍ଷୀ ସନ୍ତୋଷ କୁମାର ପରିଡ଼ା ଓ ଜିତେନ୍ଦ୍ର କୁମାର ବେହେରାଙ୍କୁ ଉପଢୌକନ ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରଯାଇଥିଲା। ବନକର୍ମଚାରୀଙ୍କ ସହିତ ଗ୍ରାମବାସୀଙ୍କ ସାହାଯ୍ୟ ସହଯୋଗ ରହିଲେ ଜଙ୍ଗଲ ସୁରକ୍ଷା ସମ୍ଭବ ବୋଲି ଅମ୍ରିତ୍ କୁମାର ସାହୁ ବକ୍ତବ୍ୟ ରଖିଥିଲେ। ପ୍ରକୃତିବନ୍ଧୁ ରଞ୍ଜନ…
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ବନମହୋତ୍ସବରେ ବୃକ୍ଷ ରୋପଣ
ନୟାଗଡ଼,(ନୟାଗଡ଼ ଦର୍ପଣ):- ବନ ମହୋତ୍ସବ ଅବସରରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ତରଫରୁ ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ହାଉସିଂ ବୋର୍ଡ ନିକଟରେ ଗଢ଼ି ଉଠିଥିବା ବିଦ୍ଯାଳୟର ନିଜସ୍ବ ଯାଗାରେ ଏହି ଗଛଲଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆମ୍ବ, କଦଳୀ, ବେଲ, ସଜନା, ଡାଳିମ୍ବ, ପଣସ, ତୁଳସୀ, ଟଗର ଆଦି ବିଭିନ୍ନ ବୃକ୍ଷରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ଯାଳୟର ଉପଦେଷ୍ଟା ଶିକ୍ଷାବିତ୍ ହରିହର ପାତ୍ର, ଟ୍ରଷ୍ଟି ପ୍ରସନ୍ନ କୁମାର ବସନ୍ତିଆ, ଗାୟତ୍ରୀ ମହାପାତ୍ର, ଜଗତ କଲ୍ଯାଣ କାଶ୍ଯପ, ପ୍ରିୟମ୍ବଦା ମହାପାତ୍ର, ଶୋଭାରାଣୀ ସାହୁ, ଅର୍ଚ୍ଚନା ରଥ, ସୁନିତା ସାହୁ, ଅନ୍ନପୂର୍ଣ୍ଣା ସାହୁ, ପୁଷ୍ପିତା ରଥ, ସରୋଜିନୀ ଦାଶ, ଚନ୍ଦ୍ର ମୋହନ ମିଶ୍ର, ପ୍ରକାଶ କୁମାର ସାହୁ, କାଳିଚରଣ ଡାକୁଆଙ୍କ ସହ ବହୁ ସଭ୍ଯ ଓ ଗୁରୁଜୀ ଗୁରୁମା ଯୋଗଦେଇଥିଲେ।…
Read Moreଭାରତ ବିକାଶ ପରିଷଦ ନୟାଗଡ଼ ଶାଖା ତରଫରୁ ବୃକ୍ଷ ରୋପଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂ ବୋର୍ଡ ନିକଟରେ ଗଢି ଉଠିଥିବା ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଭାରତ ବିକାଶ ପରିଷଦ ନୟାଗଡ଼ ଶାଖା ତରଫରୁ ଶାଖା ଅଧ୍ଯକ୍ଷ ପ୍ରାଧ୍ୟାପକ ହରେକୃଷ୍ଣ ସାହୁଙ୍କ ନେତୃତ୍ବରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପେସ୍ତା, ପଣସ, ଜାମୁ, ଖଇର, ଲେମ୍ବୁ, ଡାଳିମ୍ବ, ଅମ୍ରୁତଭଣ୍ଡା, ପିଜୁଳି ଆଦି ଅନେକ ବୃକ୍ଷ ରୋପଣ କରାଯାଇଥିବା ବେଳେ ଗଛ ଗୁଡିକର ରକ୍ଷଣାବେକ୍ଷଣ ଆଦି ସମ୍ପୂର୍ଣ୍ଣ ଦାୟିତ୍ୱ ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁ ଆନନ୍ଦ ସହକାରେ ଗ୍ରହଣ କରିଛନ୍ତି। ଆଜିର ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ପରିଷଦର କ୍ଷେତ୍ରୀୟ ସଚିବ ଶ୍ରୀଧର ସାହୁ, ପ୍ରାକ୍ତନ ଶାଖା ସଚିବ ପ୍ରଦୀପ କୁମାର ସାହୁ, ଶାଖା ସଚିବ ଅନାଦି ଚରଣ ମହାନ୍ତି, ଅର୍ଥ ସଚିବ ପ୍ରଫୁଲ୍ଲ କୁମାର ନାୟକ,ସଂଗଠନ ସଚିବ କାମାକ୍ଷା ପ୍ରସାଦ ଦାସ, ସେବା ସଚିବ ଦୁର୍ଯ୍ୟୋଧନ ସାହୁ,…
Read Moreନୟାଗଡ଼ ମଞ୍ଚ ନାଟକର ସ୍ଥିତି ଓ ପ୍ରଗତି ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ଦର୍ପଣ):- ମଞ୍ଚ ନାଟକ କ୍ଷେତ୍ରରେ ନୟାଗଡ଼ର ସମୃଦ୍ଧ ପରମ୍ପରା ରହିଆସିଛି। ବହୁବର୍ଷ ପୂର୍ବେ ନୟାଗଡ଼ର ଗ୍ରାମାଞ୍ଚଳରେ ମୁଠିଚାଉଳ ସଂଗ୍ରହ ତଥା ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ପ୍ରାୟ ପ୍ରତ୍ୟେକ ଗାଁରେ ନାଟକ ମଂଚସ୍ଥ ହେଉଥିଲା।ସମୟାନୁକ୍ରମେ ନାଟକରେ ଅନେକ ପରିବର୍ତ୍ତନ ଆସିବାସହ ସଂପ୍ରତି ନୟାଗଡ଼ର ମଞ୍ଚ ନାଟକ ଓଡ଼ିଶାରେ ସ୍ୱତନ୍ତ୍ର ସ୍ଥାନ ଦାବି କରିବାରେ ସମର୍ଥ ହୋଇଛି ବୋଲି ନୟାଗଡ଼ର ନାଟକ ଓ ସଂଗୀତ ଅନୁଷ୍ଠାନ ରାଗେଶ୍ରୀ ନିଳୟମ ତରଫରୁ ଅନ୍ ଲାଇନ୍ ମାଧ୍ୟମରେ ଆୟୋଜିତ ନାଟ୍ୟ ଆଲୋଚନାଚକ୍ରରେ ଯୋଗଦେଇଥିବା ଅତିଥି ଏବଂ ନାଟ୍ୟକର୍ମୀ ମତପ୍ରକାଶ କରିଥିଲେ। ଅନୁଷ୍ଠାନର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଓ ଅଭିନେତା ପବିତ୍ର ମହାନ୍ତି ଯୋଗଦେଇ ନୟାଗଡ଼ ମଞ୍ଚ ନାଟକର ସାଂପ୍ରତିକ ସ୍ଥିତି ଉପରେ ଆଲୋକପାତ କରିବାସହ ନାଟକ ସଂପର୍କ ଦୃଢ଼ୀଭୂତ କରିବାର…
Read Moreନୟାଗଡ଼ ରୋଟାରୀ କ୍ଳବର ୩୨ତମ ଅଧିଷ୍ଠାନ ଉତ୍ସବ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ):- ନୟାଗଡ଼ ରୋଟାରୀ କ୍ଲବର ୩୨ତମ ଅଧିଷ୍ଠାନ ଉତ୍ସବ ଆଜି ପାଳିତ ହୋଇଯାଇଛି । ସଭାପତି ନିରୂପମା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୈାରନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ଏବଂ ତାଙ୍କ ଧର୍ମପତ୍ନୀ ଡ. ରୋମା ଦାଶ ଅତିଥିଭାବେ ଯୋଗଦେଇଥିଲେ। ନୀରିହ, ନିଷ୍ପେଷିତ ଓ ଅଭାବୀ ମଣିଷଙ୍କ ସେବା କରିବା ପାଇଁ ରୋଟାରିଆନମାନେ ସଦା ସର୍ବଦା ଜାଗ୍ରତ ବୋଲି ମୁଖ୍ୟ ଅତିଥି କହିଥିବା ବେଳେ ସେବା ମନ୍ତ୍ର ସମସ୍ତଙ୍କୁ ଅଭିମନ୍ତ୍ରୀତ କରୁ ବୋଲି ଆହ୍ୱାନ ଦେଇଥିଲେ । ଆଜିର ଏହି ଉତ୍ସବରେ କ୍ଲବର ନୂତନ ସଭାପତି ଭାବେ ରୋଟାରିଆନ ଧୀରେନ୍ଦ୍ର ପଟ୍ଟନାୟକ ଏବଂ ସମ୍ପାଦକ ଭାବେ ମିହିର ରଞ୍ଜନ ନାୟକ ଦାୟିତ୍ୱ ଗ୍ରହଣ କରିଥିଲେ। ବରିଷ୍ଠ ରୋଟାରିଆନ ପ୍ରମୋଦ ପଟ୍ଟନାୟକ ଉତ୍ସବ ସମ୍ପର୍କିତ ସୂଚନା ପ୍ରଦାନ କରିବା ସହ…
Read Moreକୋମଣ୍ଡ ପଞ୍ଚାୟତ ପରିସରରେ ‘ମିଶନ ଶକ୍ତି’ ଗୃହପାଇଁ ଭୂମିପୂଜନ ଉତ୍ସବ ଅନୁଷ୍ଠିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କ ବିକାଶ ପାଇଁ ମିଶନଶକ୍ତି ମାଧ୍ୟମରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରୁଥିବାବେଳେ ମହିଳାମାନଙ୍କ ସ୍ୱତନ୍ତ୍ର ଗୃହ ପାଇଁ ଆଜି ଓଡ଼ଗାଁ ବ୍ଲକ କୋମଣ୍ଡ ପଞ୍ଚାୟତ ପରିସରରେ “ମିଶନ ଶକ୍ତି” ଗୃହର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନବନିଯୁକ୍ତ ବିଜେଡି ଜିଲ୍ଲା ମହିଳା ସଭାନେତ୍ରୀ ବିରାଜଲକ୍ଷ୍ମୀ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଭୂମିପୂଜନ କରିଥିବା ବେଳେ ୨ନଂ ଜୋନର ଜିଲ୍ଲା ପରିଷଦ ବିଭୁପ୍ରସାଦ ସାହୁ ନିମନ୍ତ୍ରିତ ଅତିଥିଭାବେ ଯୋଗଦେଇଥିଲେ।ଏହି ପଞ୍ଚାୟତର ମହିଳାମାନେ ଉପସ୍ଥିତ ରହି ହୁଳହୁଳି ମାଧ୍ୟମରେ ମହିଳା ସଭାନେତ୍ରୀଙ୍କୁ ସ୍ୱାଗତ କରିଥିବା ବେଳେ ପଞ୍ଚାୟତର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। କୋମଣ୍ଡ ସରପଞ୍ଚ ସୁଶାନ୍ତ କୁମାର ଦଳେଇ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Read More