ନୟାଗଡ଼,(୧୭/୦୯): ଉଚ୍ଚ ବିଦ୍ୟାଳୟର ଉଚ୍ଚାକାଂକ୍ଷୀ ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ଅନ୍ତର୍ଗତ ବାମନ ଅବକାଶ ଉଚ୍ଚ ବିଦ୍ୟାଳୟ ଇଟାମାଟିକୁ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ସ୍ମାର୍ଟ କ୍ଳାସରୁମ୍, ଇ-ଲାଇବ୍ରେରୀ, ଆଧୁନିକ ବିଜ୍ଞାନାଗାର ପ୍ରଭୂତି ସ୍ଥାପନା ଏବଂ ବିଦ୍ୟାଳୟ ପ୍ରକୋଷ୍ଠ, ସାଇକେଲ ଷ୍ଟାଣ୍ଡ, ଟଏଲେଟ୍ ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଏହି ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଅବସରରେ ୟୁନିସେଫର ଅଧିକାରୀମାନେ ବିଦ୍ୟାଳୟ ପରିଦର୍ଶନ ସହ କାର୍ଯ୍ୟର ଅଗ୍ରଗତିକୁ ସମୀକ୍ଷା କରି ସନ୍ତୋଷ ବ୍ୟକ୍ତ କରିଥିଲେ। ୟୁନିସେଫ୍ ଓଡ଼ିଶା କାର୍ଯ୍ୟାଳୟର ମୁଖ୍ୟ ଫିଲଡ୍ ଅଫିସର ମୋନିକା ଓଲେଡ଼ଜ଼କା ନିଲସେନ, ୟୁନିସେଫ୍ ଶିକ୍ଷା ବିଶେଷଜ୍ଞ ଶ୍ରୀମତୀ ଲଳିତା ପଟ୍ଟନାୟକ, ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକ, ଡି.ଆଇ.ଇ.ଟି ନୟାଗଡ଼ର ବରିଷ୍ଠ ଶିକ୍ଷା ପ୍ରଶିକ୍ଷକ ଡ.ସନ୍ତୋଷ କୁମାର ପରିଡ଼ା, ଅତିରିକ୍ତ ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ ପ୍ରମୁଖ ବିଦ୍ୟାଳୟର ନିର୍ମାଣାଧୀନ ସମସ୍ତ କାର୍ଯ୍ୟ ପରିଦର୍ଶନ କରିଥିଲେ। ଶିକ୍ଷା ବିଶେଷଜ୍ଞ ଶ୍ରୀମତୀ ଲଳିତା ପଟ୍ଟନାୟକ ବିଭିନ୍ନ ଶିକ୍ଷାପଦ୍ଧତି ବିଷୟରେ ଉପସ୍ଥିତ ଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ସରକାରୀ ଶିକ୍ଷକମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ।

