ନୟାଗଡ଼,(୨୭/୦୯): ବର୍ଷକୁ ଦୁଇକୋଟି ଯୁବକଙ୍କୁ କର୍ମନିଯୁକ୍ତି ଦିଆଯିବାର ସମ୍ପ୍ରତି ଯୁବତୀମାନଙ୍କୁ ନିଯୁକ୍ତି ଦେବା ପରିବର୍ତ୍ତେ ବେରୋଜଗାରୀ ବୃଦ୍ଧି କରିବା ପ୍ରତିବାଦରେ ଆଜି ରାଷ୍ଟ୍ରୀୟ ଯୁବ କଂଗ୍ରେସ ଦେଶବ୍ୟାପି ବେରୋଜଗାରୀ ଦିବସ ଭାବେ ପାଳନ କରିଛନ୍ତି । ବେକାର ଯୁବକଯୁବତୀ ମାନେ ସର୍ବସାଧାରଣରେ ଜୋତା ପଲିସ ସହ ଚା ବିକି ଅଭିନବ ପ୍ରତିବାଦ କଲେ , ଏହି ପରିପ୍ରେକ୍ଷୀରେ ନୟାଗଡ ଟ୍ରାଫିକ ଛକ ବସଷ୍ଟପ ଠାରେ ବେକାର ଯୁବକ ମାନେ ପୂର୍ବାହ୍ନ ୧୧ଟା ବେଳେ ଜୋତା ପଲିସ କଲେ । ଜିଲ୍ଲା ଯୁବକଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର ଏବଂ ମୀରାବୁବେକାର ସିଦ୍ଦିକି, ପ୍ରଦେଶ ଯୁବ କଂଗ୍ରେସ ସମ୍ପାଦକ ଆଡ଼ଭୋକେଟ ଆଦିତ୍ୟ ପ୍ରସାଦ ପରିଡା, ଜ଼ିଲ୍ଲା ଖଣ୍ଡପଡା ବ୍ଲକ ସଭାପତି ଦେବବ୍ରତ ବେହେରା, ଜ଼ିଲ୍ଲା ନୂଆଗାଁ ବ୍ଲକ ସଭାପତି ଅଶୋକ ନାୟକ ଯୋଗ ଦେଇକି ପ୍ରତିବାଦ କରିଥିଲେ। ନୟାଗଡ ଜ଼ିଲ୍ଲା କଂଗ୍ରେସ ସଭାପତି ଆଡ଼ଭୋକେଟ ରଣଜିତ ଦାଶ ଓ ରାଜ୍ୟ କଂଗ୍ରେସ ସମ୍ପାଦକ ହୁସେନ ଖାଁ ପ୍ରମୁଖ ଯୋଗ ଦେଇ ଯୁବକର୍ମୀଙ୍କ ଉତ୍ସାହ ବଢ଼େଇଥିଲେ ।
ବେରୋଜଗାରୀ ଦିବସ ପାଳନ କଲା ନୟାଗଡ଼ ଯୁବ କଂଗ୍ରେସ
