ନୟାଗଡ଼,(୧୯/୦୯): ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାକରଣଙ୍କ ପକ୍ଷରୁ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜାତୀୟ ଲୋକ ଅଦାଲତ ଜିଲ୍ଲା ଓ ଦୌରାଜଜ୍ ତଥା- ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ମତେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ଜିଲ୍ଲାଜଜ୍ କୋର୍ଟଙ୍କ ପକ୍ଷରୁ ୬୫ଗୋଟି ଦୁର୍ଘଟଣା ଜନିତ ମାମଲା ଆଗତ କରାଯାଇ ୧୨ଗୋଟି ମାମଲାର ଫଇସଲା ହୋଇ ୨୯ ଲକ୍ଷ ୭୦ ହଜାର ଟଙ୍କା କ୍ଷତି ପୁରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅତିରିକ୍ତ ଜିଲ୍ଲାଜଜ୍ ଇତିଶ୍ରୀ ମହାପାତ୍ର ୪୭ଗୋଟି ଦୁର୍ଘଟଣା ଜନିତ ମାମଲା ଆଗତ କରି ୧ ଗୋଟି ମାମଲାର ଫଇସଲା କରି ୨୦ ଲକ୍ଷ କ୍ଷତି ପୂରଣ ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି । ସେହିପରି ପରିବାର ଅଦାଲତ ପକ୍ଷରୁ ୧୩୭ ଗୋଟି ବୈବାହିକ ମାମଲା ଆଗତ କରି ୨୭ ଗୋଟି ମାମଲା ବିଚାରପତି ପ୍ରଶାନ୍ତ କୁମାର ମିଶ୍ର ଫଇସଲା କରାଯାଇଛି । ସବଜଜ୍ ଅମିତାଭ ପଣ୍ଡା ୯ ଗୋଟି ଜମି ଜମା ମାମଲା ଫଇସଲା କରିଥିବା ବେଳେ ଅନ୍ୟତମ ସବଜଜ ପବିତ୍ରାନନ୍ଦ ପ୍ରଧାନ ୪ ଗୋଟି ଜମିଜମା ମାମଲା ଫଇସଲା କରିଛନ୍ତି । ଏସଡିଜେଏମ୍ ବବିତା ପାତ୍ର ୨୪୧ ଗୋଟି ପୌଜଦାରୀ ଏବଂ ଜମିଜମା ମାମଲା ଆଗତ କରି ୫ ଗୋଟି ମାମଲାର ଫଇସଲା କରିଥିବା ସୂଚନା ମିଳିଛି । ପ୍ରଥମ ଶ୍ରେଣୀ ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଚେତା ପ୍ରିୟ ଦର୍ଶନ ମହାପାତ୍ର ୨ ଗୋଟି ରଫା ଯୋଗ୍ୟ ଯୌଜଦାରୀ ମାମଲା ଫଇସଲା କରିଥିଲେ । ସମଗ୍ର ଜିଲ୍ଲାରେ ସର୍ବମୋଟ ୨୭୯୩ ଗୋଟି ମାମଲାରୁ ୩୯୬ ଗୋଟି ମାମଲା ଫଇସଲା ହୋଇଥିଲା । ସେହିପରି ସ୍ଥାୟୀ ଓ ନିରନ୍ଧର ଲୋକ ଅଦାଲତ ଜଜ୍ ତଥା ଜିଲ୍ଲା ଆଇନ ସେବା ଧୁକରଣ ସଚିବ ରଞ୍ଜୁଲତା ଲେଙ୍କା ୧୬୨୪ ଗୋଟି ପ୍ରାକ ବିବାଦ ମାମଲାର ଆଗତ କରି ୨୫୨ ଗୋଟି ମାମଲାର ସମାଧାନ କରିଥିଲେ । ଉକ୍ତ ଲୋକ ଅଦାଲତରେ ରେଜିଷ୍ଟ୍ରାର ଚିତ୍ତରଞ୍ଜନ ମିଶ୍ର, ବିଚାରପତି ଜନାଲି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ । ଜିଲ୍ଲାର ସମସ୍ତ ଆଞ୍ଚଳିକ ବ୍ୟାଙ୍କ ଅଧୁକାରୀ, ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା କୋର୍ଟର କର୍ମଚାରୀମାନେ ସହାୟତା ପ୍ରଦାନ କରିଥିବାରୁ ଅନୁଷ୍ଠାନ ତରଫରୁ ଜିଲ୍ଲା ଜଜ୍ ରୁପଶ୍ରୀ ଚୌଧୁରୀ ସାଧୁବାଦ ପ୍ରଦାନ କରିଥିଲେ ।
ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
