ନୂଆଗାଁ ବ୍ଲକରେ ୨୭୮ ଜଣ ଯୋଗ୍ୟ ହିତାଧିକାରୀ ପାଇଲେ ଭତ୍ତା

ନୂଆଗାଁ,(୧୫/୦୯): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ପରିସରରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ସଭାଗୃହରେ ବିଡ଼ିଓ ପ୍ରମୋଦ କୁମାର ନାୟକଙ୍କ ତତ୍ତ୍ଵାବଧାନରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ୨୭୮ଜଣଙ୍କୁ ଭତ୍ତା ବଣ୍ଟନ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣକାରୀ ଯୋଜନା ଏବଂ ବିଜୁ ସ୍ବାସ୍ଥ୍ୟ କାର୍ଡ ର ଉପାଦେୟତା ବର୍ଣ୍ଣନା କରିଥିଲେ। ତତ୍ ସହିତ ହରିପୁର ପଞ୍ଚାୟତ ଭାଟସାହି ଗ୍ରାମର ଫକିର ନାଏକଙ୍କୁ ତିନି ଚକିଆ ସାଇକେଲ ପ୍ରଦାନ କରିଥିଲେ। ଏହି ଅବସରରେ ସମ୍ମାନୀତ ଅତିଥିଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ, ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବାର୍ଦ୍ଧକ୍ୟ ୧୭୦, ବିଧବା ୮୧ , ଦିବ୍ୟାଙ୍ଗ ୨୫, ଅବିବାହିତ ଜଣେ ଏବଂ ଛାଡ଼ପତ୍ର ପାଇଥିବା ଜଣେ ମହିଳାଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା। ସାମାଜିକ ସୁରକ୍ଷା ଅଧିକାରୀ ରଘୁନାଥ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନଗେନ କୁମାର ମହନ୍ତ ସହଯୋଗ କରିଥିଲେ।

Related posts