ସିପିଆଇଏମ୍ ପକ୍ଷରୁ ଓଡ଼ଗାଁ ବ୍ଲକ ଅଫିସ ଆଗରେ ଗଣ ବିକ୍ଷୋଭ

ଓଡ଼ଗାଁ,(୧୫/୦୯): କୃଷକ ଓ ଶ୍ରମିକଙ୍କର ୧୪ ଦଫା ଦାବି ନେଇ ସିପିଆଇଏମ୍ ପକ୍ଷରୁ ଓଡ଼ଗାଁ ବ୍ଲକ ଅଫିସ ଆଗରେ ଆଜି ଏକ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ସିପିଆଇଏମ୍ ପକ୍ଷରୁ ଏକ ଶୋଭାଯାତ୍ରାରେ ବଜାର ପରିକ୍ରମା କରିବା ସହ ବ୍ଲକ ଅଫିସ ଆଗରେ ଧାରଣା ଏବଂ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଦଳୀୟ କର୍ମୀ । କୃଷକ ନେତା ଗୋଲକ ବିହାରୀ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସିପିଆଏମ୍ ବରିଷ୍ଠ ନେତା ବିଶ୍ୱନାଥ ମହାପାତ୍ର, ଆଞ୍ଚଳିକ ସମ୍ପାଦକ ପବିତ୍ର ଇନ୍ଦ୍ରଜିତ, ଯୁବନେତା ଆଲୋକ ପ୍ରଧାନ, ଧିରେନ ପାତ୍ର ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ର ବିଜେପି ସରକାରର କୃଷକ ଓ ଶ୍ରମିକ ବିରୋଧୀ ନୀତିର କଟୁ ସମାଲୋଚନା କରିଥିଲେ ।

ଓଡ଼ଗାଁ ବ୍ଳକ ସମ୍ମୁଖରେ ସିପିଆଇଏମର ବିକ୍ଷୋଭ

ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି ଚଳିତ ମାସ ୨୭ ତାରିଖରେ ହେବାକୁ ଥିବା ଭାରତ ବନ୍ଦକୁ ସମର୍ଥନ କରିବା ପାଇଁ ଆହ୍ୱାନ କରିଥିଲେ । କେନ୍ଦ୍ରର ତିନିକଳା କୃଷି ଆଇନ ପ୍ରତ୍ୟାହାର କରିବା, ଶ୍ରମିକ ବିରୋଧୀ ଶ୍ରମକୋଡ ବାତିଲ କରିବା, ଦରବୃଦ୍ଧିରେ ଲଗାମ ଦେବା ପ୍ରଭୃତି କେନ୍ଦ୍ରୀୟ ଦାବି ସହିତ ଧାନ ମଣ୍ଡିର ଅବ୍ୟବସ୍ଥା ଦୂରକରିବା, ସାରର କୃତିମ ଦରବୃଦ୍ଧିକୁ ଜବତ କରିବା, ନିର୍ମାଣ ଶ୍ରମିକଙ୍କ ପକ୍କା ଘର ଯୋଜନା ଓ ଅନ୍ୟାନ୍ୟ ବେନିଫିଟ ଦେବାର ବିଶୃଙ୍ଖଳା ଦୂରକରିବା, ପ୍ରତ୍ୟେକ ବ୍ଲକରେ ଶୀତଳଭଣ୍ଡାର ଖୋଲିବା, ବୃତଙ୍ଗ ଜଳସେଚନ ଯୋଜନା କାର୍ଯ୍ୟକାରୀ କରିବା, ଚିିନିକଳ ଚାଲୁ କରିବା ପ୍ରଭୃତି ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ଓଡ଼ଗାଁ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନାରୀ ନେତ୍ରୀ ଜ୍ୟୋତିପ୍ରଭା ଜେନା, କୃଷକନେତା ରବିମହାପାତ୍ର, ଭାଗିରଥୀ ସ୍ୱାଇଁ, ସୁରେଶ ପ୍ରଧାନ, ଭାଗବତ ପ୍ରଧାନ, ପ୍ରଶନ୍ନ ବାରିକ, ଯୋଗେନ୍ଦ୍ର ବରାଡ଼ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

Related posts