ନୟାଗଡ଼,(୧୨/୦୯):- ରାଜ୍ୟ ପାଠାଗାର ଆନ୍ଦୋଳନର ପୁରୋଧା, ବିଶିଷ୍ଟ ସଂଗ୍ରାହକ, ମାଟିର ଗର୍ବ ଗୌରବ, ଉତ୍ତର ପିଢିପାଇଁ ପଥ ପ୍ରଦର୍ଶକ ଦଶ ପଇସାର ରଜା ଦାସିଆ ଅଜାଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକୀ ଜିଲ୍ଲା ସଦର ମହକୁମାରେ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି। ଦାସିଆ ଅଜା ସ୍ମୃତି ସଂସଦର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ସ୍ମୃତି ଚାରଣ ସଭାରେ ଜିଲ୍ଲାପାଳ ତଥା ଦାଶରଥି ପଟ୍ଟନାୟକ ଟ୍ରଷ୍ଟର ଅଧ୍ୟକ୍ଷ ଡା. ପୋମା ତୁଡୁ ଯୋଗଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସଙ୍ଗେ ସଙ୍ଗେ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଦାସିଆ ଅଜା ଅମର ରହେ- ଅମର ରହେ ପ୍ରତିଧ୍ୱନି କଚେରୀ ବଜାର ପ୍ରକମ୍ପିତ ହୋଇଥିଲା।ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସଭାପତି ତଥା ଆଇନଜୀବୀ ରଣଜିତ ଦାସ, ସିପିଆଇଏମ ନେତା ବିଶ୍ୱନାଥ ମହାପାତ୍ର, ଶ୍ରମିକ…
Read MoreCategory: ନୟାଗଡ଼
ଦାଶରଥି ପଟ୍ଟନାୟକ (ଦାସିଆ ଅଜା)
ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ ଓ ସାରସ୍ୱତ ସାଧକ ଦାଶରଥି ପଟ୍ଟନାୟକ। ଏହି ପ୍ରବାଦ ପୁରୁଷ ଏକ ମଫସଲ ଗାଁ ନୟାଗଡ଼ର ଉଦୟପୁର ଠାରେ ପ୍ରତିଷ୍ଠା କରିପାରିଥିଲେ ଏକ ଜାତୀୟ ସ୍ତରୀୟ ପାଠାଗାର ସଂଗ୍ରହାଳୟ । ସମଗ୍ର ବିଶ୍ଵରେ ‘ଦଶ ପଇସାର ରଜା ଦାସିଆ ଅଜା” ନାମରେ ସୁପରିଚିତ ସେ । ଅତି ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ଓ ମାତ୍ର ୪ର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ । ପଢ଼ିବା ଥିଲା ତାଙ୍କ ନିଶା । ପଢ଼ା ନିଶାରୁ ଆରମ୍ଭ ହୋଇଥିଲା ତାଙ୍କର ଓଡ଼ିଶା ଯାତ୍ରା । ଗାଁ-ଗଣ୍ଡା, ସହର-ବଜାର ଦ୍ବାର-ଦ୍ଵାର ବୁଲିବୁଲି ପାଲଟିଥିଲେ ଜ୍ଞାନର ଭିକ୍ଷୁକ । ଅଧା ଲଙ୍ଗଳା ବେଶ ; ହାତରେ ଠେଙ୍ଗା, କାନ୍ଧରେ ଝୁଲାମୁଣି ମୁଠାଏ ମୁଢ଼ି ଓ କପେ ନାଲି ଚାହାରେ ଚଳି ଯାଉଥିଲେ ।…
Read Moreଗଣେଶ ପୂଜା ମହୋତ୍ସବରେ ଦଶପଲ୍ଲା ବିଧାୟକଙ୍କ ଯୋଗଦାନ
ନୂଆଗାଁ,(୧୧/୦୯): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବାହାଡାଝୋଲା ବଡପଦା ଠାରେ ସିଦ୍ଧି ବିନାୟକ ପୂଜା କମିଟି ଆନୁକୂଲ୍ୟରେ ବିଘ୍ନ ବିନାଶକ, ଅଗ୍ରପୂଜ୍ୟ ପ୍ରଭୁ ଗଣେଶ ଭଗବାନଙ୍କ ପୂଜା ମହୋତ୍ସବ ପାଳିତ ହୋଇଯାଇଛି। ଅବସରପ୍ରାପ୍ତ ଶିକ୍ଷକ ପ୍ରହଲ୍ଲାଦ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ, ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍, ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳବେହେରା, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ବ୍ଲକ୍ ବିଜେଡ଼ି ଉପ ସଭାପତି ମୁରଲୀ ଧର ଜେନା, ସମିତି ସଭ୍ୟା ଛବିରାଣୀ ସାହୁ, ବିଜେଡ଼ି ଜିଲ୍ଲା ଛାତ୍ର ସମ୍ପାଦକ ଶୁଭଶ୍ରୀ ସାହୁ, ପଞ୍ଚାୟତ ବିଜେଡ଼ି ସଭାପତି ବସନ୍ତ କୁମାର ସାହୁ, ଅବସର…
Read Moreସୁସ୍ଥତା ପାଇଁ ଦୌଡିବା କାର୍ଯ୍ୟକ୍ରମରେ ଦୌଡିଲେ ଯୁବ ସ୍ବେଛାସେବୀ
ନୟାଗଡ଼,(୧୧/୦୯): ସୁସ୍ଥତା ପାଇଁ ଦୌଡିବା କାର୍ଯ୍ୟକ୍ରମରେ ଦୌଡିଲେ ଶତାଧିକ ଯୁବ ସ୍ବେଛାସେବୀ । ନୟାଗଡ଼ ସହର ର ରାଜରାସ୍ତାରେ ସୁସ୍ଥତା ପାଇଁ ବାର୍ତ୍ତା ବାଣ୍ଟିଲେ ଯୁବ ସ୍ବେଛାସେବୀ ଙ୍କ ସହ ଛାତ୍ରଛାତ୍ରୀ। ନୟାଗଡ଼ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଅନନ୍ୟା ଫାଉଣ୍ଡେସନ ଏବଂ ନେହେରୁ ଯୁବ କେନ୍ଦ୍ର ସଂଗଠନ ନୟାଗଡ଼ ଜିଲ୍ଲା ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଜାତୀୟ ସେବା ସଂସ୍ଥା ର ସ୍ବେଛାସେବୀମାନେ ଯୋଗ ଦେଇଥିଲେ। ନୟାଗଡ଼ ମହାବିଦ୍ୟାଳୟ ଠାରୁ ତ୍ରିନାଥ ଛକ ପର୍ଯ୍ୟନ୍ତ ମାରାଥନ ଦୌଡ଼ିଥିଲେ ସ୍ବେଛାସେବୀ। ଏହି ଅବସର ରେ ଅନୁଷ୍ଠିତ ସାଧାରଣ ସଭାରେ ଅନନ୍ୟା ଫାଉଣ୍ଡେସନର ଅଧ୍ୟକ୍ଷ ଆଶୁତୋଷ ଦାଶ ନୟାଗଡ଼ ଜିଲ୍ଲା ଏନ.ୱାଇ. କେ.ଏସ.ର ସଂଯୋଜକ ଅନୁରାଗ କୁମାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସୁସ୍ଥତାର ମନ୍ତ୍ର ଦେଇଥିଲେ। ଏହି ଅବସରରେ…
Read Moreପୂର୍ବ ପୁରୁଷଙ୍କ ସ୍ମୃତି ରକ୍ଷା ନିମନ୍ତେ ପଦ୍ମଶ୍ରୀ ରାଧାମୋହନଙ୍କ ନାମରେ ଆମ୍ର ବାଟିକା
ଓଡ଼ଗାଁ,(୧୧/୦୯): ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ନିକଟରେ ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ସ୍ମୃତି ଉଦ୍ଦେଶ୍ୟରେ ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତିକରଣ, ଉଚ୍ଚଶିକ୍ଷା ଓ ପଶୁସମ୍ପଦ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ଆମ୍ରବାଟୀକାର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଡ଼ଃ. ସାହୁ ପ୍ରଥମେ ଆମ୍ର ବୃକ୍ଷ ରୋପଣ କରିଥିଲେ। ସ୍ବର୍ଗତ ପ୍ରଫେସର ରାଧାମୋହନ ପଣ୍ଡା ଜୈବିକ କୃଷି ପାଇଁ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ଉପାଧି ପାଇଥିଲେ। ପ୍ରଫେସର ରାଧାମୋହନ ପଣ୍ଡା ପ୍ରଥମେ ଅଧ୍ୟାପନାରୁ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ। କ୍ରମେ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ ଭାବରେ କାର୍ଯ୍ୟ କରିବା ପରେ ୨୦୦୫-୦୬ ମସିହାରେ ଓଡ଼ିଶାର ପ୍ରଥମ ସୂଚନା ଅଧିକାର କମିଶନର ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। USA ସରକାର ତାଙ୍କୁ “ଗ୍ଲୋବାଲ ରୋଲ ଅଫ ଅନର”…
Read Moreଓଡ଼ଗାଁ ବ୍ଳକର ୩ ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଡ଼ଃ. ଅରୁଣ
ଓଡ଼ଗାଁ(୧୧/୦୯): ନୟାଗଡ଼ ନିର୍ବାଚନ ମଣ୍ଡଳୀର ଓଡ଼ଗାଁ ବ୍ଳକର ୩ଟି ଗ୍ରାମ ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ। ଆଜି ଓଡ଼ଗାଁ ବ୍ଲକର ୩ ପଞ୍ଚାୟତର ବିଭିନ୍ନ ଗ୍ରାମ ଗ୍ରସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣିଥିଲେ । ଗ୍ରାମରେ ଲୋକଙ୍କ ଆବଶ୍ୟକତା ପାଇଁ କରାଯିବାକୁ ଥିବା କାମର ତାଲିକା ପ୍ରସ୍ତୁତ କରାଯାଇଛି। ପୁଣି ବିଭିନ୍ନ ଜନହିତକର କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଆଜି ପ୍ରଥମେ ରବିଗାଡ଼ିଆ ପଞ୍ଚାୟତରେ ପାନୀୟଜଳ ଯୋଗାଣ ସୁବିଧା ଉପଲବ୍ଧ ଥିଲେ ସୁଦ୍ଧା ଯାନ୍ତ୍ରିକ ତ୍ରୁଟି ସମ୍ପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ…
Read Moreପଣ୍ଡିତ ବିନାୟକ ମିଶ୍ର ଥିଲେ ଯୋଗଜନ୍ମା ସାହିତ୍ୟିକ
ନୟାଗଡ଼,(୧୦/୦୯):- ଅନନ୍ୟ ସାରସ୍ୱତ ସାଧକ ପଣ୍ଡିତ ବିନାୟକ ମିଶ୍ରଙ୍କ ପରି ସାହିତ୍ୟ ପ୍ରାଣ ବ୍ୟକ୍ତିତ୍ୱ ପ୍ରାୟ ବିରଳ । ନର୍ମାଲ ଟ୍ରେନିଂ ଶେଷକରି ନୀଳଗିରିରେ ଡ୍ରଇଁ ଶିକ୍ଷକ ଭାବେ ଯୋଗଦେଇଥିଲେ ମଧ୍ୟ ନିଜର ଜ୍ଞାନ, ବିଦ୍ବ ।, ପାଣ୍ଡିତ୍ୟ ଯୋଗୁଁ କଲିକତା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ହୋଇ ପାରିଥିଲେ । ତାଙ୍କ ରଚିତ ଓଡ଼ିଆ ଭାଷାର ଇତିହାସ, ଓଡ଼ିଆ ସାହିତ୍ୟର ଇତିହାସ, ଓଡ଼ିଆ ଭାଷାର ପୁରାତତ୍ଵ, ଆଧୁନିକ ଓଡ଼ିଆ ସାହିତ୍ୟର ଇତିହାସ, ଭାରତୀୟ ଦର୍ଶନ ପ୍ରବେଶିକା, Dynasties of Medieval Orissa, Orissa Under Bhauma Kings ଆଦି ପୁସ୍ତକ ତାଙ୍କୁ ଚିରଦିନ ଅମର କରି ରଖିଥିବ ବୋଲି ଆଜି ଓଡ଼ିଆ ସାହିତ୍ୟ ଏକାଡେମୀ ଏବଂ କଳା, ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ‘ତଥାସ୍ତୁ’ ଆନୁକୂଲ୍ୟରେ ଆୟୋଜିତ ପଣ୍ଡିତ ବିନାୟକ ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ…
Read Moreଶ୍ରୀ ସୃଜନର ‘ଓଁ ନମୋ ନମୋ ଶ୍ରୀ ଗଣେଶ’ ଭଜନ ଭିଡ଼ିଓ ଲୋକାର୍ପିତ
ନୟାଗଡ଼,(୧୦/୦୯): ନୟାଗଡ଼ରେ ଅନ୍ୟତମ ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ ‘ଶ୍ରୀ ସୃଜନ’ର କଳା-ସାହିତ୍ୟ-ସଂସ୍କୃତିର ଭାବମୟ ଉତ୍ତରଣ ପ୍ରଚୋଷ୍ଟାରେ ପବିତ୍ର ଶ୍ରୀ ଗଣେଷ ପୂଜା ଅବସରରେ ମା’ ଦକ୍ଷିଣକାଳୀଙ୍କ ପୀଠରେ ଥିବା ଅଗ୍ରପୂଜ୍ୟ ଶ୍ରୀ ଗଜାନନଙ୍କ ସମ୍ମୁଖରେ ଅନୁଷ୍ଠାନର ସଂଗୀତ ଭିଡିଓ ‘ଓଁ ନମୋ ନମୋ ଶ୍ରୀ ଗଣେଶ’ ଉପଦେଷ୍ଟା ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସଭାପତି ନାଟ୍ୟଭୂଷଣ ଡକ୍ଟର ବିଜୟ କୁମାର ଚୌଧୁରୀଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଯାଇଛି । ଉନ୍ମୋଚିତ ସଂଗୀତ ଭିଡିଓରେ ଗୀତ, ସଂଗୀତ, କଣ୍ଠ ଦାନ କରି ଅଛନ୍ତି ଶ୍ରୀ ସୃଜନର ସପାଦିକା ଅଧ୍ୟାପିକା ଜୟଶ୍ରୀ ଦେବୀ । ଉନ୍ମୋଚନ କାଳରେ ଅନୁଷ୍ଠାନର କୋଷାଧ୍ୟକ୍ଷ ମନୋଜ କୁମାର ମିଶ୍ର ସମସ୍ତ ବିଧିବ୍ୟବସ୍ଥା ପରିଚାଳନା କରିଥିବା ବେଳେ ସଭ୍ୟ ଲକ୍ଷ୍ମୀଧର ମହାପାତ୍ର, ସଭ୍ୟ ପ୍ରଦୀପ କୁମାର ସାହୁ, ସଭ୍ୟା ସାଈ ଶ୍ରୀ ଦେବୀ, ସଭ୍ୟ ପଣ୍ଡିତ ଚନ୍ଦ୍ରମଣି…
Read Moreହାଉସିଂ ବୋର୍ଡ଼ କଲୋନୀରେ ବଜ୍ରପାତ
ନୟାଗଡ଼,(୧୦/୦୯):- ଆଜି ସକାଳୁ ସକାଳୁ ନୟାଗଡ଼ ମୁକ୍ତାପୁର ନିକଟସ୍ଥ ହାଉସିଂ ବୋର୍ଡ କଲୋନୀରେ ବଜ୍ରପାତ ହୋଇଥିବା ଜଣାପଡିଛି। ଏହି ବଜ୍ରପାତରେ କଲୋନୀରେ ରହୁଥିବା ପୀତବାସ ତ୍ରିପାଠୀ, ବେଣୁଧର ସାହୁ ଏବଂ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସମେତ ଅନେକ ବାସିନ୍ଦାଙ୍କର କ୍ଷୟକ୍ଷତି ଘଟିଛି। ଅନେକଙ୍କ ଘରର ଟିଭି, ଇନ୍ଭଟର, କମ୍ପୁଟର, ପାଣିଟାଙ୍କି ଓ ଝରକା କାଚ ଭାଙ୍ଗିଥିବା ଜଣାପଡିଛି।
Read Moreସିପିଆଇ(ଏମ୍) ନୟାଗଡ ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ
ନୟାଗଡ଼,(୦୯/୦୯): ନୟାଗଡ଼ ବ୍ଲକର ପ୍ରସିଦ୍ଧ ଝରଦେଈ ପୀଠରେ ସିପିଆଇଏମର ନୟାଗଡ଼ ଆଞ୍ଚଳିକ ସମ୍ମିଳନୀ ଶ୍ରମିକ ନେତା ଦୀନବନ୍ଧୁ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନେତା ବିଶ୍ୱନାଥ ମହାପାତ୍ର ଲାଲ ଝଣ୍ଡା ଉତ୍ତୋଳନ ପୂର୍ବକ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କେନ୍ଦ୍ର ମୋଦି ସରକାରର କୃଷକ ବିରୋଧୀ ତିନି କଳା ଆଇନ ଓ ଶ୍ରମିକ ବିରୋଧି ଶ୍ରମ କୋଡର ତୀବ୍ର ସମାଲୋଚନା କରିଥିଲେ । କରୋନା ମହାମାରୀକୁ ଏକ ସୁଯୋଗ ମନେ କରି ଅସ୍ୱାଭାବିକ ପରିସ୍ଥିତିର ଆଢ଼ୁଆଳରେ ମୋଦି ଯେଉଁଭଳି କୃଷକ ଓ ଶ୍ରମିକମାନଙ୍କ ସର୍ବନାଶ କାରୀ ଆଇନ ପାରିତ କଲେ ତାହାରି ବିରୁଦ୍ଧରେ ଦୀର୍ଘ ଦଶ ମାସ ହେଲା ଦିଲ୍ଲୀରେ ଲକ୍ଷ ଲକ୍ଷ ସତ୍ୟାଗ୍ରହୀଙ୍କର ଆନ୍ଦୋଳନ ଚାଲିଛି ଏବଂ ଆଗାମୀ ସେପ୍ଟେମ୍ବର ୨୭ରେ ଭାରତ ବନ୍ଦ ଡାକରାକୁ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀ…
Read More