ଦଶପଲ୍ଲା,(ନୟାଗଡ଼ ଦର୍ପଣ): ମଧ୍ୟଖଣ୍ଡ ହାଇସ୍କୁଲ ପରିସରରେ ସ୍କୁଲର ପ୍ରତିଷ୍ଠାତା ସମ୍ପାଦକ ସ୍ବର୍ଗତ ରାମଚନ୍ଦ୍ର ପଣ୍ଡାଙ୍କ ଶ୍ରାଦ୍ଧୋତ୍ସବ ପୂରାତନ ଛାତ୍ର ଓ ରାମଚନ୍ଦ୍ର ମେମୋରିଆଲ ଟ୍ରଷ୍ଟର ମିଳିତ ସଂହଯୋଗରେ ପାଳିତ। ପ୍ରଥମେ ସ୍ବର୍ଗତ ପଣ୍ଡାଙ୍କ ସ୍କୁଲ ପରିସରରେ ଥିବା ପ୍ରତିମୂର୍ତ୍ତୀରେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କଲାପରେ ମେମୋରିଆଲ ଟ୍ରଷ୍ଟର ସଭାପତି ଜଗନ୍ନାଥ ପରିଡ଼ାଙ୍କ ସଭାପତିତ୍ବରେ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି, ବିଶିଷ୍ଟ ନାଟ୍ୟକାର, କବି, ଗାଳ୍ପିକ ବିଶ୍ବନାଥ ମହାପାତ୍ର ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ କୁମାର ନାୟକ ଓ ଅନ୍ୟତମ ସମ୍ମାନିତ ଅତିଥି ଭାବେ ସ୍କୁଲର ପ୍ରଧାନ ଶିକ୍ଷକ ଯୋଗଦେଇ ସ୍ବର୍ଗତ ପଣ୍ଡାଙ୍କର ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ।

ସଭାର ପ୍ରାରମ୍ଭରେ ସ୍କୁଲର ପୁରାତନ ଛାତ୍ର ଆଇନଜୀବୀ ଶରତ ଚନ୍ଦ୍ର ବେହେରା ସ୍ବାଗତ ଭାଷଣ ଦେଇ ସ୍ବର୍ଗତ ପଣ୍ଡାଙ୍କ ମଧ୍ୟଖଣ୍ଡର ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷିର ଉନ୍ନତି ପାଇଁ କରି ଯାଇଥିବା କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ତାଙ୍କୁ ମଧ୍ଯଖଣ୍ଡ ବସୀ କେବେବି ଭୁଲି ପାରିବେ ନାହିଁ ବୋଲି କହିଥିଲେ। ଏହି ସଭାରେ ସ୍ବର୍ଗତ ପଣ୍ଡାଙ୍କ ପୁତୁରା ତଥା ସ୍କୁଲର ପୁରାତନ ସମ୍ପାଦକ ପ୍ରସନ୍ନ କୁମାର ପଣ୍ଡା, ଦଶପଲ୍ଲା ବରିଷ୍ଠ ନାଗରିକ ମଂଚର ସଭାପତି ପ୍ରାଣକୃଷ୍ଣ ବେହେରା, ଗଠନ ପରିବାରର ସଭାପତି ଗୁଣ୍ଡିଚା ଲେଙ୍କା, ଅବସପ୍ରାପ୍ତ ଡାକ୍ତର ଅନ୍ତର୍ଯ୍ୟାମୀ ଭୂୟାଁ, ମଧ୍ୟଖଣ୍ଡ ପଞ୍ଚାୟତର ସରପଞ୍ଚ ଗଣେଶ୍ୱର ନାୟକ, ଭୀମଭୋଇ ଦିଯାବଲ୍ ରିଲିଫ ସୋସାଇଟିର ସମ୍ପାଦକ ଲକ୍ଷ୍ମୀଧର ବେହେରା ପ୍ରମୁଖ ସ୍ବର୍ଗତ ପଣ୍ଡାଙ୍କ ସ୍ମୃତି ଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ସରୋଜ କୁମାର ପଣ୍ଡା ସଂଯୋଜନା କରିଥିବା ବେଳେ ପରିଶେଷରେ ପୁରାତନ ଛାତ୍ର ପ୍ରଫୁଲ୍ଲ କୁମାର ହୋତା ଧନ୍ୟବାଦ୍ ଅର୍ପଣ ଦେଇଥିଲେ।