ଗୀତିକଳ୍ପ ହରିଶ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି

ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରତିଭା କେବେ ପରିଚୟର ଅପେକ୍ଷା କରେନାହିଁ, ବରଂ ନିଜର ସାଧନା ଓ ସମର୍ପଣ ବଳରେ ସମୟର ବକ୍ଷରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥାଏ। ଏହାର ଏକ ଉଜ୍ଜ୍ୱଳ ଉଦାହରଣ ହେଉଛନ୍ତି ବହୁମୁଖୀ ପ୍ରତିଭାର ଅଧିକାରୀ, ବିଶିଷ୍ଟ କବି, ଲେଖକ, ଗୀତିକାର ତଥା ସମାଜ ସଂସ୍କାରକ ଗୀତିକଳ୍ପ ହରିଶ ପ୍ରଧାନ। ତାଙ୍କର ସାହିତ୍ୟ ସାଧନା, ସାମାଜିକ ଅବଦାନ ଓ ସୃଜନଶୀଳ ବ୍ୟକ୍ତିତ୍ୱକୁ ମିଳିଛି ଆଉ ଏକ ଉଚ୍ଚତର ସ୍ୱୀକୃତି। ତାଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି। ପବିତ୍ର ଶ୍ରୀଜଗନ୍ନାଥ ଧାମ ପୁରୀଠାରେ ଗତକାଲି ସନ୍ଧ୍ୟାରେ ଏକ ବର୍ଣ୍ଣାଢ଼୍ୟ ଓ ଗରିମାମୟ ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଏବଂ ଅନ୍ୟ ବିଶିଷ୍ଟ ଅତିଥି ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ…

Read More