ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ ଥାନା ପୁଲିସ ଦ୍ୱାରା ସିନ୍ଦୁରିଆ ଅଞ୍ଚଳରୁ ୪ଜଣ ବ୍ରାଉନସୁଗାର ବେପାରୀ ଗିରଫ ହେବା ସହ ସେମାନଙ୍କ ନିକଟରୁ ୮.୧୫୦ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳାଙ୍କ ସହ ଅନ୍ୟ ୩ ଜଣ ଯୁବକ ରହିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଦେଉଳପଲ୍ଲୀ ଗ୍ରାମର ଜଗନ୍ନାଥ ପ୍ରଧାନ (୨୯ବର୍ଷ), ସିନ୍ଦୁରିଆ ଗ୍ରାମର ସେକ୍ ସମସେଦ୍, ସେକ୍ ଇମ୍ରାନ୍ ଅଲ୍ଲୀ ଏବଂ ମହିଳା ଜଣଙ୍କ ଇମ୍ରାନ ଅଲ୍ଲୀର ଭଉଣୀ ବୋଲି ପୁଲିସ ସୂଚନା ଦେଇଛି। ଗିରଫ ଅଭିଯୁକ୍ତ ମାନେ ସିନ୍ଦୁରିଆ ଅଞ୍ଚଳରେ ବ୍ରାଉନସୁଗାର ବ୍ୟବସାୟ କରୁଥିବା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ସେମାନଙ୍କଠାରୁ ବ୍ରାଉନସୁଗାର ସହ ଦୁଇଟି ମୋଟର ସାଇକେଲ ଓ ୨୭୦୦ ଟଙ୍କା ଜବତ କରାଯାଇଛି। ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଟାଉନ ଥାନା ଅଧିକାରିଣୀ ପ୍ରଜ୍ଞା ପାରମିତା ଜେନା ସୂଚନା ଦେଇଛନ୍ତି।
ବ୍ରାଉନ ସୁଗାର ଜବତ, ମହିଳାଙ୍କ ସମେତ ୪ଗିରଫ
