ଗଣିଆ ବନ ବିଭାଗ ଦ୍ଵାରା ଆହତ ହରିଣ ଉଦ୍ଧାର

ଗଣିଆ,(ନୟାଗଡ ଦର୍ପଣ): ଗଣିଆ ବନାଞ୍ଚଳ ଅଧିନସ୍ଥ ବିନ୍ଧ୍ୟଗିରି ଜଙ୍ଗଲରୁ ଏକ ୨ ବର୍ଷର ମାଈ ହରିଣକୁ ଉଦ୍ଧାର କରିଛି ଗଣିଆ ବନବିଭାଗ । ସୂଚନା ମୁତାବକ, ଗଣିଆ ବନାଞ୍ଚଳ ବିନ୍ଧ୍ୟଗିରି ନିକଟରେ ଏକ ମାଈ ହରିଣକୁ ଆହତ ଅବସ୍ଥାରେ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଦେଖିବା ପରେ ଗ୍ରାମବସୀ ସଙ୍ଗେ ସଙ୍ଗେ ବନ ବିଭାଗକୁ ଖବର ଦେଇଥିଲେ । ଗଣିଆ ବନାଞ୍ଚଳ ଅଧିକାରିଣୀ ସୋନାଲି ସିଓଙ୍କ ନିର୍ଦ୍ଦେଶକ୍ରମେ ବନପାଳ ଶିଶିର କୁମାର ସାହୁ, ଫରେଷ୍ଟ ଗାର୍ଡ ସନ୍ତୋଷ ପ୍ରଧାନ ଓ ପାରା ଷ୍ଟାଫ ପହଂଚି ଆହତ ହରିଣକୁ ଗଣିଆ ପ୍ରାଣୀ ଚିକିତ୍ସାଳୟକୁ ଆଣି ପ୍ରଥମେ ଚିକିତ୍ସା କରିଥିଲେ । ଗଣିଆ ପ୍ରାଣୀ ଚିକିତ୍ସକ ପ୍ରଦୀପ କୁମାର ସାହୁ ଆହତ ହରିଣର ଚିକିତ୍ସା କରିଥିଲେ । ହରିଣଟିର ପଛ ପାଖ ଡାହାଣ ଗୋଡ଼ର ହାଡ଼ ଭାଙ୍ଗି ଯାଇ କ୍ଷତ ସୃଷ୍ଟି ହୋଇଥିବା ଚିକିତ୍ସା ବେଳେ ଜଣାପଡିଥିଲା। ହରିଣଟି ବର୍ତ୍ତମାନ ସୁସ୍ଥ ଥିବା ଫରେଷ୍ଟର ଶିଶିର କୁମାର ସାହୁ ପ୍ରକାଶ କରିଛନ୍ତି । ହରିଣଟିକୁ ବୁଲା କୁକୁର ଗୋଡାଉ ଥିବା ଯୋଗୁ ହରିଣଟି ଗାତରେ ପଡି ଏଭଳି ଅବସ୍ଥା ହୋଇଥିବା ଅନୁମାନ କରିଛି ବନ ବିଭାଗ । ତେବେ ହରିଣଟି ସୁସ୍ଥ ହେଲା ପରେ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯିବ ବୋଲି ବନପାଳ ଶିଶିର ସାହୁ ପ୍ରକାଶ କରିଛନ୍ତି ।

Related posts