ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ବ୍ଳକ କଇଥଗାଡ଼ିଆ ଗ୍ରାମରେ ବାଲୁଙ୍କେଶ୍ୱର ବ୍ୟାଟମିଣ୍ଟନ କ୍ଲବ ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ ବ୍ୟାଟମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି। ଏଥିରେ ରାଜ୍ୟର ଅନେକ ସ୍ଥାନରୁ ଖେଳାଳି ଅଂଶଗ୍ରହଣ କରିଥିଲେ। ପ୍ରଥମ ସେମିଫାଇନାଲ ଢେଙ୍କାନାଳ ଏବଂ କେଉଁଝର ମଧ୍ୟରେ ହୋଇଥିବା ବେଳେ କେଉଁଝର ଢେଙ୍କାନାଳ ଗୋଟିଏ ସେଟ ଜିତିଥିବା ବେଳେ ଦ୍ୱିତୀୟ ସେଟଟି କେଉଁଝର ଜିତିଥିଲା ଏବଂ ଲଗାତର ତୃତୀୟ ସେଟଟି ଜିତି ଫାଇନାଲରେ ପ୍ରବେଶ କରିଥିଲା ଏବଂ ଦ୍ୱିତୀୟ ସେମିଫାଇନାଲଟି ଅନୁଗୁଳ ଓ ବାଲେଶ୍ୱର ମଧ୍ୟରେ ହୋଇଥିବା ବେଳେ ଅନୁଗୁଳ ଦୁଇଟି ଯାକ ସେଟ ଜିତି ଫାଇନାଲରେ ପ୍ରବେଶ କରିଥିଲା। ଫାଇନାଲ ମ୍ୟାଚଟି ଅନୁଗୁଳ ଏବଂ କେଉଁଝର ମଧ୍ୟରେ ହୋଇଥିବା ବେଳେ କେଉଁଝର ଦଳ ପ୍ରଥମ ସେଟଟି ଜିତିଥିଲେ ଏବଂ ଦ୍ୱିତୀୟ ସେଟଟି ଅନୁଗୁଳ ଦଳ ଜିତିଥିଲେ ଏବଂ ଲଗାତର ତୃତୀୟ ସେଟଟି ଜିତି ଦିଲୁ ମେମୋରିଆଲ୍ କପର ବିଜେତା ହୋଇଥିଲେ। ଏ ଖେଳକୁ ପରିଚାଳନା କରିଥିଲେ ଶ୍ରୀଯୁକ୍ତ ଅଜିତ ପ୍ରସାଦ ସାହୁ। ଏଥିରେ ମୁଖ୍ୟ ଅତିଥିଭାବେ ପ୍ରଥମ ଦିନରେ ନୟାଗଡ ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ, ନୟାଗଡ ଜିଲ୍ଲା କ୍ରୀଡ଼ା ଅଧିକାରୀ ଏବଂ ନୟାଗଡ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତି ଆସିଥିବା ବେଳେ ଦ୍ୱିତୀୟ ଦିନରେ ନୟାଗଡ ସଦର ଥାନା ଅଧିକାରୀ ଦୀପକ ଖଣ୍ଡାୟତରାୟ, ଗୋପୀନାଥ ସ୍ୱାଇଁ, ସତ୍ୟବାନ ନାୟକ, କିଶୋର ସ୍ୱାଇଁ, ଗୋପବନ୍ଧୁ ବେହେରା ପ୍ରମୁଖ ଖେଳାଳି ମାନଙ୍କୁ ପୁରସ୍କାର ସହ ଅର୍ଥରାଶି ପ୍ରଦାନ କରିଥିଲେ। ହୃଷିକେଶ ପାତ୍ର ଖେଳର ଦାୟିତ୍ଵ ନେଇଥିବା ବେଳେ ବିବିସି କ୍ଲବର ସଭାପତି ରାଜେଶ ବରାଡ଼ ଏବଂ କ୍ୟାସିଅର ପ୍ରଫୁଲ୍ଲ କୁମାର ସ୍ୱାଇଁ ଓ ବିବିସି କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ |
୪ର୍ଥ ଦିଲୁ ମେମୋରିଆଲ କପର ଉଜ୍ଜାପନୀ ଉତ୍ସବ
