ବେଆଇନ ପଥର ଖଣିରେ ଚଢାଉ କଲା ଚାନ୍ଦପୁର ପୋଲିସ୍: ଜେସିବି, ପଥର କଟା ମେସିନ ସମେତ ୩ ଗିରଫ

ଚାନ୍ଦପୁର,(ନୟାଗଡ଼ ଦର୍ପଣ): ରଣପୁର ବ୍ଳକ ଚାନ୍ଦପୁର ଥାନା ଅନ୍ତର୍ଗତ ପଟିଆ ଅଞ୍ଚଳରେ ଏକ ବେଆଇନ ପଥର ଖଣିରୁ ଶହ ଶହ ମାଙ୍କଡା ପଥର ଲୁଟ ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା।  ଏହାକୁ ଗୁରୁତର ସହ ନେଇ ଆଜି ଚାନ୍ଦପୁର ଆଇଆଇସି ରଶ୍ମିରଂଜନ ଦାସ ଏବଂ ଏସଆଇ ଅଞ୍ଜଳି ଶା’ ଙ୍କ ଦ୍ୱାରା ଏକ ଟିମ ଗଠନ କରାଯାଇ ଉକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।  ଚଢ଼ାଉ ସମୟରେ ପୋଲିସ ଗୋଟିଏ ଜେସିବି ମେସିନ ଓ ଗୋଟିଏ ପଥର କଟା ମେସିନ ଜବତ କରିଛି ଯାହାର ଆନୁମାନିକ ମୂଲ୍ୟ ୩୭ ଲକ୍ଷ ଟଙ୍କା ହେବ। ସେହିପରି ଭାବେ ପୋଲିସ ଉକ୍ତ ବେଆଇନ ଖଣି ମାଲିକ, ଜେସିବି ମାଲିକ ଏବଂ ସହଯୋଗୀ ଆଦି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତ ବଡ଼ପାରି ଅଞ୍ଚଳର ବୋଲି ଜଣାପଡିଛି।

Related posts