ଶୁଭମ୍ ମେମୋରିଆଲ୍ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ନୟାଗଡ଼,(ନୟାଗଡ ଦର୍ପଣ): ନୟାଗଡ଼ ପୁରୁଣାସହର ସ୍ଥିତି ମା ଦକ୍ଷିଣକାଳୀ ପଡ଼ିଆରେ ଦ୍ୱିତୀୟ ଶୁଭମ୍ ମେମୋରିଆଲ୍ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉକ୍ତ ଜିଲ୍ଲା ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଭାଗ ନେଇଛନ୍ତି । ଶିମିଳିସାହି ଭଲିବଲ ଆସୋସିଏସନ୍ ଏବଂ କୋମଣ୍ଡ ଭଲିବଲ ଆସୋସିଏସନ୍ ମଧ୍ୟରେ ଖେଳକୁ ସମାଜସେବୀ ପ୍ରମୋଦ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି । ରାଜ୍ୟ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ଶୁଭମ ମେମୋରିଆଲର ସଦସ୍ୟ ମାନଙ୍କୁ ଶ୍ରୀଯୁକ୍ତ ପଟ୍ଟନାୟକ ପରାମର୍ଶ ଦେବା ସହ କ୍ରୀଡ଼ାକୁ ପ୍ରଧ୍ୟାନ୍ୟ ଦେବାର ଆବଶ୍ୟକତା ରହିଥିବା କହିଛନ୍ତି । କାର୍ଯ୍ୟକ୍ରମରେ ଶୁଭମ୍ ମେମୋରିଆଲ୍ ଭଟି ଟୁର୍ଣ୍ଣାମେଣ୍ଟ ସଭାପତି ରାଜା ପଟ୍ଟନାୟକ, ସମ୍ପାଦକ ମାନଓ ପ୍ରୀତମ, ସଂଯୋଜକ ଅକ୍ଷୟ କୁମାର ଜେନା, କ୍ରୀଡ଼ାବିତ୍ ଲକ୍ଷ୍ମୀଧର ମହାପାତ୍ର ପ୍ରମୂଖ ଉପସ୍ଥିତ ରହି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ।  

Related posts