ଜିଲ୍ଲା ପରିଷଦ ନିମନ୍ତେ ଜିଲ୍ଲାର କେଉଁ ଜୋନ କାହା ପାଇଁ ସରଂକ୍ଷିତ

ନୟାଗଡ଼,(ନୟାଗଡ ଦର୍ପଣ): ନୟାଗଡ଼ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚୂଡ଼ାନ୍ତ ସଂରକ୍ଷିତ ତାଲିକା ଇତି ମଧ୍ୟରେ ପ୍ରକାଶ ପାଇଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ଅଣସଂରକ୍ଷିତ ରହିବା ସହ ସମସ୍ତ ଜୋନ ଗୁଡିକରେ ସଂରକ୍ଷଣରେ ବ୍ୟାପକ ପରିବର୍ତ୍ତନ ଘଟିଛି । ଜିଲ୍ଲା ପରିଷଦ ସଭ୍ୟ ପାଇଁ ଓଡ଼ଗାଁ ୧ ନଂ ଜୋନ୍ ଅନୁସୂଚିତ ଜାତି ମହିଳା, ଓଡ଼ଗାଁ ୨ନଂ ଜୋନ୍ ମହିଳା, ଓଡ଼ଗାଁ ୩ ନଂ ଜୋନ୍ ମହିଳା, ଓଡ଼ଗାଁ ୪ ନଂ ଜୋନ୍ ମହିଳା, ଖଣ୍ଡପଡ଼ା ୫ନଂ ଜୋନ୍ ଅଣସଂରକ୍ଷିତ, ଖଣ୍ଡପଡ଼ା ୬ ନଂ ଜୋନ୍ ମହିଳା, ଖଣ୍ଡପଡ଼ା ୭ ନଂ ଜୋନ୍ ମହିଳା, ଗଣିଆ ୮ ନଂ ଜୋନ୍ ଅନୁସୂଚିତ ଜାତି, ଦଶପଲ୍ଲା ୯ ନଂ ଜୋନ୍ ଅନୁସୂଚିତ ଜନଜାତି, ଦଶପଲ୍ଲା ୧୦ ନଂ ଜୋନ୍ ମହିଳା, ୧୧ ନଂ ଜୋନ୍ ଅଣସଂରକ୍ଷିତ, ନୟାଗଡ଼ ୧୨ ନଂ ଜୋନ୍ ଅଣସଂରକ୍ଷିତ, ୧୩ ନଂ ଜୋନ୍ ଅଣସଂରକ୍ଷିତ, ନୟାଗଡ଼ ୧୪ ନଂ ଜୋନ୍ ଅଣସଂରକ୍ଷିତ, ନୟାଗଡ଼ ୧୫ ନଂ ଜୋନ୍ ଅଣସଂରକ୍ଷିତ, ନୂଆଗାଁ ୧୬ ନଂ ଜୋନ୍ ଅନୁସୂଚିତ ଜାତି ମହିଳା, ନୂଆଗାଁ ୧୭ ନଂ ଜୋନ୍ ମହିଳା, ଭାପୁର ୧୮ ନଂ ଜୋନ ଅଣସଂରକ୍ଷିତ, ଭାପୁର ୧୯ନଂ ଏବଂ ୨୦ ନଂ ଜୋନ ଅସଂରକ୍ଷିତ, ରଣପୁର ୨୧ ନଂ ଜୋନ୍ ମହିଳା, ରଣପୁର ୨୨ ନଂ ଜୋନ୍ ଅଣସଂରକ୍ଷିତ, ରଣପୁର ୨୩ ନଂ ଜୋନ୍ ମହିଳା, ରଣପୁର ୨୪ ନଂ ଜୋନ୍ ଅନୂସୂଚିତ ଜନଜାତି ମହିଳା ପଦବୀ ପାଇଁ ସଂରକ୍ଷିତ ରହିଥିବା ତାଲିକା ପ୍ରକାଶ ପାଇଛି।

Related posts