କ୍ରୀଡ଼ା ପ୍ରତିଭା ଅନ୍ୱେଷଣ ପାଇଁ ଅନଲାଇନ ପଞ୍ଜିକରଣ

ନୟାଗଡ଼,(ନୟାଗଡ ଦର୍ପଣ): ଓଡ଼ିଶା ସରକାର କ୍ରୀଡା ଓ ଯୁବସେବା ବିଭାଗ ଦ୍ୱାରା ୮ ରୁ ୧୮ ବର୍ଷ ବୟସର ଛାତ୍ର ଓ ଛାତ୍ରୀ ମାନଙ୍କ ମଧ୍ୟରେ ଲୁକାୟିତ କ୍ରୀଡା ପ୍ରତିଭା ଅନ୍ୱେଷଣ ପାଇଁ ଛାତ୍ରଛାତ୍ରୀ ଏବଂ ସେମାନଙ୍କୁ ପ୍ରୋତ୍ସାହିତ କରୁଥିବା କ୍ରୀଡ଼ା ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କର ଅନଲାଇନ ମାଧ୍ୟମରେ ନାମ ପଞ୍ଜିକରଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୱେବସାଇଟ ମାଧ୍ୟମରେ ନାମ ପଞ୍ଜିକରଣ କରିବା ପାଇଁ ଆସନ୍ତା ୧୫ ତାରିଖ ସୁଧା ଆହ୍ୱାନ କରାଯାଇଛି । ପଞ୍ଜିକୃତ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଉପଯୁକ୍ତ ପରୀକ୍ଷଣ ମାଧ୍ୟମରେ କ୍ରୀଡ଼ା ପ୍ରତିଭା ଚୟନ କରାଯିବ ଏବଂ ଚୟନ ହୋଇଥିବା ପ୍ରତିଭାମାନଙ୍କୁ ଛାତ୍ରାବାସରେ ଅବସ୍ଥାନ କରିପାରିବେ ବୋଲି ସୂଚନା ମିଳିଛି । କ୍ରୀଡ଼ା ଛାତ୍ରାବାସରେ ଅବସ୍ଥାନ କରିପାରିବେ ଅଥବା କ୍ରୀଡ଼ା ଛାତ୍ରାବାସ ବାହାରେ ରହି କ୍ରୀଡ଼ା ବିଭାଗ ଦ୍ୱାରା ପରିଚାଳିତ ବିଭିନ୍ନ ଶୃଙ୍ଖଳାରେ ପ୍ରଶିକ୍ଷଣ ଲାଭ କରିପାରିବେ ଏବଂ ଭବିଷ୍ୟତରେ ନିଜକୁ କ୍ରିକ୍ରୀଡା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିବାଦିତ କରି ଯୋଗ୍ୟ କ୍ରୀଡ଼ାବିତ ଓ କ୍ରୀଡ଼ା ପ୍ରଶିକ୍ଷକ ତଥା ବିଭିନ୍ନ କ୍ଷେତ୍ରରେ ନିଯୁକ୍ତିର ସୁଯୋଗ ପାଇପାରିବେ । ସବିଶେଷ ତଥ୍ୟ ଜାଣିବା ପାଇଁ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା କୁମାରୀ ସାହୁଙ୍କ ସହିତ ଫୋନ ନଂ–୭୯୭୮୦୨୫୦୯୯ ରେ ଯୋଗାଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି ।

Related posts