ଶରଣକୁଳ,(ନୟାଗଡ ଦର୍ପଣ): ମା ଦକ୍ଷିଣକାଳୀ ଚନ୍ଦ୍ର ଶେଖର ପାଲା ଗାୟକ ମଣ୍ଡଳ ନୟାଗଡ଼ର ୪୭ ତମ ବାର୍ଷିକ ସମ୍ମିଳନୀ ଶରଣକୁଳ ନିକଟସ୍ଥ ଭିକାରିପଡ଼ା କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ପବ୍ଲିକ ସ୍କୁଲ ସମ୍ମିଳନୀ କକ୍ଷରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ମଣ୍ଡଳ ସଭାପତି ପ୍ରଫୁଲ୍ଲ କୁମାର ଷଡ଼ଙ୍ଗୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ ଉଦଘାଟନ କରିଥିବା ବେଳେ ରାଜ୍ୟ ପାଲା ଗାୟକ ପରିଷଦ ସଭାପତି ଗାୟକ ଶିଦ୍ଧାନ୍ତ ଦର୍ଶୀ ମଦନ ମୋହନ ଜେନା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ରାଜ୍ୟ ପାଲା ଗାୟକ ଟ୍ରଷ୍ଟବୋର୍ଡ କୋଷାଧ୍ୟାକ୍ଷ ଗାୟକ ସୁଧାକର, ଯୁଧିଷ୍ଠିର ପରିଡ଼ା, ଅଖଣ୍ଡ ପୁରୀ ପାଲା ଗାୟକ ସଂଘ ଉପଦେଷ୍ଟା ଗାୟକ ଅରୁଣ ଚକ୍ରଧର ବାରିକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଗାୟକ କଳାନିଧି ମନୋଜ କୁମାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବହୁ ପ୍ରତିଭୂଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା । ଜିଲ୍ଲା ସଂପାଦକ ଅକୃର ବାରିକ ବିବରଣୀ ପାଠ କରିଥିବା ବେଳେ ଯୋଗୀନାଥ ପତି ମଙ୍ଗଳା ଚରଣ ଓ ଗାୟକ ବିଶ୍ୱନାଥ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
ଶରଣକୁଳରେ ପାଲା ଗାୟକ ମଣ୍ଡଳର ୪୭ତମ ବାର୍ଷିକ ସମ୍ମିଳନୀ
