ଓ଼ଡ଼ଗାଁ,(ନୟାଗଡ଼ ଦର୍ପଣ): କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟରେ ଜାତୀୟ ସେବାଯୋଜନା ଅଧିକାରିଣୀ ଅଧ୍ୟାପିକା ସୁଷମା ମଞ୍ଜରୀ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଅଛି। ଶିକ୍ଷାଦାନ ସହ ଶୈକ୍ଷିକ ବାତାବରଣ ପାଇଁ ବେଶ ସୁନାମ ଅର୍ଜନ କରିଥିବା ଏହି କଲେଜରେ ସାମାଜିକ ଓ ସଚେତନତା ସୃଷ୍ଟି କ୍ରମରେ ଜାତୀୟ ସେବା ଯୋଜନାର ଆନୁକୂଲ୍ୟରେ ଏହା ଆୟୋଜିତ ହୋଇଥିଲା। ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ମହାବିଦ୍ୟାଳୟ ପରିସରରୁ ବାହାରି ନିକଟସ୍ଥ ନାଥିଆପଲ୍ଲୀ ଓ ଟାଙ୍ଗୀସାହି ଗ୍ରାମ ପରିକ୍ରମା କରିଥିଲା। କଲେଜ ସମ୍ମୁଖରେ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଏକ ମାନବ ଶୃଙ୍ଖଳର ଆୟୋଜନ କରିଥିଲେ। କଲେଜ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଏଡ଼ସ ପରି ଭୟାବହ ରୋଗ ଦୁରେଇ ରହିବା ତଥା ନିରାକରଣ ଓ ସଚେତନତା ସମ୍ବନ୍ଧରେ ଜନମାନସରେ ସଚେତନତା ସୃଷ୍ଟି…
Read MoreCategory: ନୟାଗଡ଼
ଅଦାଲତ ପରିସରରେ ବିଶ୍ୱ ଏଡ୍ସ ଦିବସ ପାଳିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ତାଲୁକା ଦେଓ୍ଵାନି ଓ ଫୌଜଦାରୀ ଅଦାଲତ ପରିସରରେ ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଯାଇଛି। ଏଥିରେ ଗ୍ରାମ ନ୍ୟାୟାଳୟ ନ୍ୟାୟାଧୀଶ ସୁଧାବାଈ ଅଗ୍ରୱାଲ ସଭା ମଣ୍ଡନ କରିଥିଲେ। ସିନିଅର ସିଭିଲ ଜଜ୍ କମ୍ ଆସିଷ୍ଟାଣ୍ଡ ସେସନ ଜଜ୍ ନ୍ୟାୟାଧୀଶ ଶୁଭାଶିଷ ଗିରି ଏଡ୍ସ ସଚେତନତା ବିଷୟରେ ତଥା ଆଇନଗତ କାର୍ଯ୍ୟଧାରା ଏବଂ ବିଶ୍ୱ ଏଡ୍ସ ଦିବସ ଉପରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ସାମାଜିକ କର୍ମୀ ତଥା ପରିବେଶ ସାଥି ସୁକାନ୍ତ ଚନ୍ଦ୍ର ଚୌଧୁରୀ ଓଡ଼ିଶାର ପ୍ରଥମ HIV ଚିହ୍ନଟ ବ୍ୟକ୍ତି ଉପରେ ଟିପ୍ପଣୀ ରଖି ସେମାନଙ୍କୁ ଘୃଣା ନକରିବା ପାଇଁ କହିଥିଲେ। ଆମ ଅଞ୍ଚଳର ଏଡ୍ସ ପ୍ରପୀଡ଼ିତ ପରିବାରର ଅନାଥ ଛୁଆଙ୍କୁ ସେ କିଭଳି ସହାୟତାର ହାତ ବଢ଼ାଇ ଅଛନ୍ତି ତାହା ନିଜ ଅଭିଭାଷଣରେ ରଖିଥିଲେ। ବାର ଆସୋସିଏସନର ସଭାପତି ଓକିଲ…
Read Moreଶ୍ରୀ ରଘୁନାଥଙ୍କ ପୀଠରେ ‘ରାମନାମ କର ଭଜନ’ ଗୀତ ଲୋକାର୍ପିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଣ୍ଡିଆନ ମ୍ୟୁଜିକ କ୍ରିଏସନ ପକ୍ଷରୁ ଓଡ଼ଗାଁ ଶ୍ରୀ ରଘୁନାଥଙ୍କ ଉପରେ ଆଧାରିତ ଭଜନ “ରାମ ନାମ କର ଭଜନ” ଶ୍ରୀ ରଘୁନାଥଙ୍କ ମନ୍ଦିର ବେଢାରେ ୟୁଟୁବ ଚାନେଲରେ ଲୋକାର୍ପିତ ହୋଇଯାଇଛି । ଗୀତଟିକୁ ବେତାର ଓ ଦୂରଦର୍ଶନ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ସ୍ୱର ସଂଯୋଜନା ଓ କଣ୍ଠଦାନ କରିଥିବା ବେଳେ ଓଡ଼ଗାଁ ମାଟିର ବରିଷ୍ଠ କବି ଭରଦ୍ୱାଜ ଲୋକନାଥ ମିଶ୍ର ଗୀତ ରଚନା କରିଛନ୍ତି । ସଙ୍ଗୀତ ପରିଚାଳନା କରିଛନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଶୋକ କୁମାର ସାହୁ । ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ଗୀତିକାର ଲୋକନାଥ ମିଶ୍ର, ଶ୍ରୀଶ୍ରୀ ରଘୁନାଥ ସାହିତ୍ୟ ସଂସଦର ସଭାପତି ପଞ୍ଚାନନ ପଣ୍ଡା, ବ୍ୟଙ୍ଗ କବି ଭାବଗ୍ରାହୀ ମହାପାତ୍ର, କବି ଶରତ ଚନ୍ଦ୍ର ଶଢଙ୍ଗୀ, କବି ଯଶୋବନ୍ତ ପଟ୍ଟନାୟକ, ଅରୁଣ କୁମାର ସାହୁ, ଯୁବ ସାମ୍ବାଦିକ…
Read Moreନୟାଗଡ ଟାଉନ ପୁଲିସ ଦ୍ଵାରା ୧୫୦ ବୋତଲ କୋରେକ୍ସ ଜବତ: ଜଣେ ଗିରଫ
ନୟାଗଡ଼,(ନୟାଗଡ ଦର୍ପଣ): ନୟାଗଡ ଜିଲ୍ଲାରେ ନିଶା କାରବାରକୁ ରୋକିବା ପାଇଁ ଏସ୍ପି ସିଦ୍ଧାର୍ଥ କଟାରିଆ ସମସ୍ତ ଥାନାକୁ କଡାକଡି ଭାବେ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଭିଯାନରେ ଆଜି ନୟାଗଡ଼ ଟାଉନ୍ ପୁଲିସ୍ ସିନ୍ଦୁରିଆ ନିକଟରେ ଜଣେ ଚୋରା ବ୍ୟବସାୟୀ କୋରେକ୍ସ ବିକ୍ରି କରୁଥିବା ବେଳେ ଚଢଉ କରିଥିଲା । ଚଢଉ ସମୟରେ ଉକ୍ତ ବ୍ୟବସାୟୀ ଠାରୁ ୧୫୦ ବୋତଲ କୋରେକ୍ସ ଜବତ କରିବା ସହ ବ୍ୟବସାୟୀକୁ ଥାନାକୁ ଆଣି ପଚରାଉଚରା କରିଥିଲା। ଥାନାରେ କେସ୍ ନଂ-୨୪୨/୨୦୨୧ରେ ମାମଲା ରୁଜୁକରି ଦେଉଳପଲ୍ଲୀ ଗ୍ରାମର କୋରେକ୍ସ ବ୍ୟବସାୟୀ ମନୋରଂଜନ ପ୍ରଧାନ(୫୦)କୁ ଗିରଫ୍ କରି କୋର୍ଟ ଚାଲାଣ କରାଯାଇଥିବା ଟାଉନ ଥାନା ଅଧିକାରିଣୀ ପ୍ରଜ୍ଞା ପାରମିତା ଜେନା ସୂଚନା ଦେଇଛନ୍ତି ।
Read Moreରଣପୁର ଅଞ୍ଚଳର ବେଆଇନ ଖଣି ଉପରେ ଚଢ଼ଉ, ୧ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ଯନ୍ତ୍ରାଂଶ ଜବତ
ରଣପୁର,(ନୟାଗଡ ଦର୍ପଣ): ରଣପୁର ଅଞ୍ଚଳରେ ବହୁଦିନ ଧରି ବେଆଇନ ଖଣି ମାଫିଆଙ୍କ ଅରାଜକତା ଚାଲୁ ରହିଥିଲା । ଯେଉଁଥିପାଇଁ ଅନେକ ସମୟରେ ସାଧାରଣ ଜନତା ଆନ୍ଦୋଳନର ପନ୍ଥା ଅବଲମ୍ବନ କରୁଥିଲେ । ଆସନ୍ତା ୨ ତାରିଖରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ ଡକାଯାଇଥିବା ବେଳେ ଏହା ପୂର୍ବରୁ ମଧ୍ୟ କମିଟି ପକ୍ଷରୁ ବେଆଇନ ଖଣି ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ଆନ୍ଦୋଳନ କରଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ନୟାଗଡ଼ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ଚାନ୍ଦପୁର ଥାନା ଆଇଆଇସି ରଶ୍ମିରଞ୍ଜନ ଦାଶଙ୍କୁ ଖଣି ମାଫିଆଙ୍କ ଉପରେ କଡା ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ରଣପୁର ଥାନା ଦାୟିତ୍ୱରେ ଥିବା ଚାନ୍ଦପୁର ଆଇଆଇସି ବିଭିନ୍ନ ବେଆଇନ ଖଣି ଉପରେ ଚଢ଼ଉ କରି ୧୬ ଜଣଙ୍କୁ ଗିରଫ କରିବା ସହ ୧ କୋଟି…
Read Moreରଣପୁର ନିର୍ବାଚନ ମଣ୍ଡଳୀ ସମୀକ୍ଷା କଲେ ବିଧାୟକ ଓ ଜିଲ୍ଲାପାଳ
ରଣପୁର,(ନୟାଗଡ ଦର୍ପଣ): ରଣପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନତି ମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ । ଉକ୍ତ ସମୀକ୍ଷା କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ ଡ.ପୋମା ଟୁଡୁ, ନୟାଗଡ଼ ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ ପ୍ରମୁଖ ଉପସ୍ଥିତଥିଲେ । ଉକ୍ତ ନିର୍ବାଚନ ମଣ୍ଡଳୀର ୧୮ଗୋଟି ବିଭାଗର ସମୀକ୍ଷା କରାଯିବା ସହ ସମସ୍ତ କାର୍ଯ୍ୟକୁ ସଠିକ ସମୟରେ ତ୍ୱରାନିତ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ପଞ୍ଚାୟତ ସମିତି ଠାରୁ ଆରମ୍ଭ କରି ପାନୀୟ ଜଳ ଯୋଗାଣ, ବିଦ୍ୟୁତ ବିଭାଗ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ସମାଜ ମଙ୍ଗଳ, ସ୍ୱାସ୍ଥ୍ୟ, ଇରିଗେସନ, ଉଠା ଜଳସେଚନ, କ୍ଷୁଦ୍ର ଜଳସେଚନ, ସାମାଜିକ ସୁରକ୍ଷା, ପ୍ରମୁଖ ୧୮ ଗୋଟି ବିଭାଗର କାର୍ଯ୍ୟ ସମୀକ୍ଷା କରାଯାଇଥିଲା । ରଣପୁର ପଞ୍ଚାୟତ…
Read Moreକେ.ସି କ୍ଲବରେ ସହୀଦ ଦିବାକର ପରିଡ଼ାଙ୍କ ୧୧୧ତମ ଜୟନ୍ତୀ ପାଳିତ
ନୟାଗଡ଼,(ନୟାଗଡ ଦର୍ପଣ): ରାଜ୍ୟ ସ୍ତରୀୟ ସହୀଦ ରଘୁଦିବାକର ସ୍ମୃତି କମିଟି ଓ ମା’ ଫାଉଣ୍ଡେସନର ମିଳିତ ସହଯୋଗରେ ସହୀଦ ଦିବାକର ପରିଡ଼ାଙ୍କ ୧୧୧ ତମ ଜୟନ୍ତୀ ନୟାଗଡ଼ ସହରସ୍ଥିତ କେ.ସି କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ସହିଦ ରଘୁଦିବାକର ସ୍ମୃତି କମିଟି ସଭାପତି ସୌଦାମିନ ପାଇକରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ନୟାଗଡ଼ ଜିଲ୍ଲା ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ କୁମାର ନାୟକ ଯୋଗ ଦେଇଥିବା ବେଳେ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଶରତ ଚନ୍ଦ୍ର ଆଚାର୍ଯ୍ୟ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ସମାଜସେବୀ ଦାମୋଦର ସାହୁ, ସାମ୍ବାଦିକ ପ୍ରଦିପ୍ତ ରଥ, କେ.ସି କ୍ଲବ ସଭାପତି କିଶାନ ଦାଶ, ମା’ ଫାଉଣ୍ଡେସନ ସମ୍ପାଦକ ରଞ୍ଜନରଶ୍ମୀ ଜେନା ପ୍ରମୁଖ ଯୋଗ ଦେଇଥିଲେ ।…
Read Moreସ୍ଵୟଂ ସହାୟକ ଗୋଷ୍ଠୀ ନାଁରେ ୧୬ ଲକ୍ଷରୁ ଉର୍ଦ୍ଧ୍ବ ଠକେଇ
ଓଡ଼ଗାଁ,(ନୟାଗଡ ଦର୍ପଣ): ସରକାର ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବିଭିନ୍ନ କ୍ଷେତ୍ରରେ ଉଦ୍ୟମ କରୁଥିବାବେଳେ ମହିଳାମାନେ ଅର୍ଥ ଠକେଇ କରିବା ଘଟଣା ବର୍ତ୍ତମାନ ଓଡ଼ଗାଁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଅର୍ଥ ରାଶିକୁ ଠକେଇ କରିଥିବା ନେଇ ଓଡ଼ଗାଁ ବିଡିଓ ୪ ଜଣ ମହିଳା ଓ ଜଣେ ପୁରୁଷଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଠକେଇ ଅଭିଯୋଗ ପାଇବା ପରେ ଘଟଣାକୁ ଗୁରୁତ୍ଵ ଭାବେ ନେଇଛି। ମୋଟ ୧୬ ଲକ୍ଷ ୪୯ ହଜାର ୨୫୦ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ବିଡିଓଙ୍କ ଅଭିଯୋଗ କ୍ରମେ, ଧବଳେଇ ଗ୍ରାମର ସ୍ଵପ୍ନାରାଣୀ ପଟ୍ଟନାୟକ ୪ଲକ୍ଷ ୪୫ହଜାର ୩.୬୦ଟଙ୍କା, ସଂଯୁକ୍ତା ପଟ୍ଟନାୟକ ୫ଲକ୍ଷ ୬୯ହଜାର ୮୩୫ଟଙ୍କା, ବାଣ୍ଠପୁର ଚେମେଡ଼ି ଗ୍ରାମର ରୀତାଞ୍ଜଳି ପ୍ରଧାନ ୩ଲକ୍ଷ ୯୨ହଜାର ୮୫୫ଟଙ୍କା, ବାଣ୍ଠପୁର ଗ୍ରାମର ଲିଲି…
Read Moreବାଲି ବୋଝେଇ ହାଇୱା ଜବତ, ୨୫ହଜାର ଟଙ୍କା ଜୋରିମାନା ଆଦାୟ
ଓଡ଼ଗାଁ,(ନୟାଗଡ ଦର୍ପଣ): ବାଲି ବୋଝେଇ ହାଇୱାକୁ ଓଡଗାଁ ତହସିଲଦାର ଜବତ କରିବା ସହ ୨୫ହଜାର ଟଙ୍କା ଜୋରିମାନା କରିଛନ୍ତି। ସୂଚନାଥାଉକି, ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବେଆଇନ୍ ଭାବେ ରାଜସ୍ବ ଫାଙ୍କି ବାଲି, ଇଟା, ପଥର ଆଦି ଚୋରା ଚାଲାଣ ହେଉଛି। ଆଜି ଓଡ଼ଗାଁ ଥାନା ନନ୍ଦିଘୋର ଠାରେ ଏକ ବାଲି ବୋଝେଇ ହାଇୱା ଗାଡ଼ିନଂ ଓଡ଼ି୦୨ଏଭି–୧୧୧୩ ଠିଆ ହୋଇଥିବା ବେଳେ ଓଡ଼ଗାଁ ତହସିଲଦାର ବିଜେୟୀତା ସାମନ୍ତସିଂହାର ଗାଡ଼ିକୁ ତନଖୀ କରିଥିଲେ। ଗତକାଲି ରାତିର ଚାଲାଣ ଥିବାରୁ ତାହା ବେଆଇନ ଦର୍ଶାଇ ୨୫ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ। ଗାଡ଼ିଟି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ପରିଛଳ ଗ୍ରାମର ଜଗନ୍ନାଥ ବରାଳଙ୍କର ବୋଲି ଜଣାପଡିଛି।
Read Moreନୟାଗଡ଼ ସ୍ୱଂୟ ଶାସିତ ମହାବିଦ୍ୟାଳୟରେ ମାଗଣା ସ୍ୱାସ୍ଥ୍ୟ ଶିବିର
ଉନ୍ନତମାନର ଚିକିତ୍ସା ସୁବିଧା ପାଇଲେ ୨ ହଜାର ରୋଗୀ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ବିଶାଳ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଏବଂ ଇଫକୋ ସହାୟତା କରିଛନ୍ତି । ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିବା ବେଳେ ୨ ହଜାରରୁ ଉର୍ଦ୍ଧ୍ୱ ଲୋକ ବହୁ ଦକ୍ଷ ଚିକିତ୍ସକଙ୍କଠାରୁ ଚିକିତ୍ସା ସୁବିଧା ପାଇ ପାରିଛନ୍ତି । ୧୨ଟି ସ୍ୱାସ୍ଥ୍ୟ ସମ୍ପର୍କିତ ବିଭାଗ ପାଇଁ ୨୧ ଜଣ ଡାକ୍ତର ଶିବିରରେ ଯୋଗ ଦେଇଥିଲେ । ମୁଖ୍ୟତଃ ଆମ୍ରି ହସ୍ପିଟାଲର ୯ ଜଣ ଡାକ୍ତର ଯୋଗ ଦେଇ ଚିକିତ୍ସା ସୁବିଧା ଯୋଗାଇ ଦେଇଥିଲେ…
Read More