ନୟାଗଡ଼ ଟାଉନ ପୋଲିସ ଦ୍ୱାରା ଦୁଇ ଗୋ-ଚାଲାଣକାରୀ ଗିରଫ

୬ ଗୋମାତା ଉଦ୍ଧାର, ୨ଖଣ୍ଡା ଜବତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ ଥାନା ଅଧିକାରିଣୀ ପ୍ରଜ୍ଞା ପାରମିତା ଜେନାଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଦୁଇ ଗୋ-ଚାଲାଣକାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ମାଣିକାଗୋଡ଼ା ଗ୍ରାମର ସେକ ମନସୁର ଏବଂ ମାନସ ପରମାଣିକ। ସେମାନେ ଏକ ଡାଲା ପିକ୍ଅପ୍ ଭ୍ୟାନ ଯୋଗେ ଦଶପଲ୍ଲାରୁ ମାଣିକାଗୋଡ଼ା ଗୋ-ଚାଲାଣ କରୁଥିବା ବେଳେ ନୟାଗଡ଼ ନୂଆ ବସଷ୍ଟାଣ୍ଡ ନିକଟରେ ପୁଲିସ ହାବୁଡ଼ରେ ପଡିଥିଲେ। ପୋଲିସ ସେଠାରୁ ୬ଟି ଗୋରୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ପିକଅପ ଭ୍ୟାନ ଏବଂ ସେମାନଙ୍କ ନିକଟରୁ ଦୁଇଟି ଖଣ୍ଡାକୁ ଜବତ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଟାଉନ ଥାନା ଅଧିକାରିଣୀ ସୂଚନା ଦେଇଛନ୍ତି ।

Related posts