ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବା ତରଫରୁ “ଆନ୍ତର୍ଜାତିକ ମହିଳା ଦିବସ” ପାଳନ କରାଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ସେବା ସ୍ୱଧାର ଗୃହର ପରିଚାଳିକା କୁମାରୀ ବନିତା ମଲ୍ଲିକ ସଭାପତିତ୍ବ କରିଥିଲେ। ସେବା ମାନସିକ ଅନଗ୍ରସର ବିଦ୍ୟାଲୟର ପରିଚାଲିକା ଶ୍ରୀମତୀ ସାଗରିକା ସାହୁ, ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ର ସଂଯୋଜିକା ଶ୍ରୀମତି ସରସ୍ଵତୀ ମହାପାତ୍ର, ଅଧ୍ୟାପିକା ଶ୍ରଦ୍ଧାଞ୍ଜଳି ମହାନ୍ତି ଓ ସୁଜାତା କୁମାରୀ ସାହୁ, ଶ୍ରୁତି ସ୍ଵତନ୍ତ୍ର ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତି ଜୟଶ୍ରୀ ନାୟକ, ସେବା ମାନସିକ ଅନଗ୍ରସର ବିଦ୍ୟାଳୟର ଶିକ୍ଷକ କୁମାରୀ ନିରୁପମା ବଳୀୟାରର୍ଶିଂ ଯୋଗ ଦେଇଥିଲେ। ମହିଳାମାନେ ସମାଜରେ ଯେଉଁ ଅସୁବିଧା ଓ ଅବହେଳାର ସମ୍ମୁଖୀନ ହେଉଛନ୍ତି ସେଥିପ୍ରତି ଗୁରୁତ୍ବଆରୋପ କରିଥିଲେ। ମହିଳାମାନେ ମଧ୍ୟ ପୁରୁଷମାନଙ୍କ ପରି ସମାଜରେ ସ୍ଵାଧୀନ ଭାବେ ବଞ୍ଚିବାର ଅଧିକାର ଅଛି ବୋଲି ଶ୍ରୀମତି ନାୟକ କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସେବାର ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ସୁବୁଦ୍ଧି ଓ ସମ୍ପାଦକ ଶ୍ରୀଯୁକ୍ତ ଅମରେନ୍ଦ୍ର କୁମାର ଦାସ ପରିଜାଙ୍କ ପ୍ରତକ୍ଷ ତତ୍ତ୍ଵାବଧାନରେ ସମ୍ପାଦିତ ହୋଇଥିଲା।
ସେବା ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ
