କଳାବ୍ୟାଚ ପରିଧାନ କଲେ ନୟାଗଡ଼ ସାମ୍ବାଦିକ

ନୟାଗଡ଼, (ନୟାଗଡ଼ ଦର୍ପଣ): ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟ ସ୍ତରୀୟ ନିଷ୍ପତି କ୍ରମେ ଆଜି ନୟାଗଡ଼ ସାମ୍ବାଦିକ ଭବନରେ ଜିଲସ୍ତରୀୟ ସାମ୍ବାଦିକମାନେ ଏକତ୍ରିତ ହୋଇ ସାମ୍ବାଦିକମାନଙ୍କ ନାର୍ଯ୍ୟ ଦାବିପୂରଣ କରିବାରେ ସରକାରଙ୍କ ନିଷ୍କ୍ରିୟତା ବିରୁଦ୍ଧରେ ପ୍ରତିବାଦ କରିବା ସଂଗେ ସଂଗେ କଳା ବ୍ୟାଚ ପରିଧାନ କରି ଦାୟିତ୍ୱ ନିର୍ବାହ କରିବା ପାଇଁ ସର୍ବସଂମ୍ମତି କ୍ରମେ ନିଷ୍ପତି ନେଇଛନ୍ତି। ସରକାର ଯଦି ଦାବି ପୂରଣ ଦିଗରେ ଦୃଷ୍ଟି ନଦିଅନ୍ତି ତେବେ ନିର୍ବାଚନ ସମୟରେ ମଧ୍ୟ ସାମ୍ବାଦିକମାନେ କଳାବ୍ୟାଚ ପିନ୍ଧିବେ ବୋଲି ସୂଚନା ପ୍ରଦାନ କରିଛନ୍ତି।

Read More

ଶରଣକୁଳକୁ ଏନଏସି ଘୋଷଣା ପରେ ସରକାରଙ୍କୁ ଧନ୍ୟବାଦ ଦେଲେ ସ୍ଥାନୀୟ ବାସିନ୍ଦା

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳକୁ ଏନଏସି ଘୋଷଣା କରାଯାଇ ଦୀର୍ଘଦିନର ଦାବୀ ପୁରଣ କରିଥିବାରୁ ସ୍ଥାନୀୟ ବିଧ୍ୟାୟକ ସତ୍ୟନାରାୟଣ ପ୍ରଧାନ ଓ 5T ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ଜନସାଧାରଣ । ଶରଣକୁଳ ଓ ହରିହରପୁର ଗ୍ରାମପଞ୍ଚାୟତକୁ ନେଇ ଏନଏସି ପାଇଁ ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଶରଣକୁଳ ଅଂଚଳର ବୁଦ୍ଧିଜୀବି, ନେତୃସ୍ଥାନୀୟ ବ୍ୟକ୍ତି ଓ ସଚେତନ ନାଗରିକଙ୍କ ଦାବୀକୁ ଗୁରୁତ୍ୱ ଦେଇ ବିଳମ୍ବ ହେଲେ ମଧ୍ୟ ରାଜ୍ୟ ସରକାର ପ୍ରତିଶୃତି ପାଳନ କରିଥିବାରୁ ଶରଣକୁଳ ଅଂଚଳରେ ସମସ୍ତ ଜନସାଧାରଣଙ୍କ ମନରେ ଉତ୍ସାହ ଦେଖାଦେଇଛି। ଶରଣକୁଳ ସରପଞ୍ଚ ମିନାକ୍ଷୀ ପ୍ରସାଦ ସାହୁ, ଜିଲ୍ଲା ପରିଷଦ ସଦସ୍ୟା ଚିନ୍ମୟୀ ଦାଶ, କୃଷକ ନେତା କୃଷ୍ଣଚନ୍ଦ୍ର ମହାପାତ୍ର, ଯୁବନେତା ଉମାପ୍ରସାଦ ସାହୁ, କୃଷ୍ଣଚନ୍ଦ୍ର ତ୍ରିପାଠୀ, ରବୀନ୍ଦ୍ର କୁମାର ଚୌଧୁରୀ, ହରିହରପୁର ପ୍ରାକ୍ତନ…

Read More

ଲକ୍ଷ୍ମୀପ୍ରସାଦରୁ ବାଲୁଗାଁ ବିିଶାଳ ବାଇକ ଶୋଭାଯାତ୍ରା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ବାଲୁଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ନୂତନ ଭାବେ ନିର୍ମାଣ କରାଯାଇଥିବା ସ୍ୱାସ୍ଥ୍ୟକେନ୍ଦ୍ର ଗୃହ ଆଜି ଉଦଘାଟିତ ହୋଇଯାଇଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ଆନୁକୁଲ୍ୟରେ ନିର୍ମାଣ କରାଯାଇଥିବା ଏହି ଗୃହକୁ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଉଦଘାଟନ କରିଛନ୍ତି । ୯୭ ଲକ୍ଷ ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ କ୍ଷମତା ବିଶିଷ୍ଟ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କରାଯାଇଥିବା ସୂଚନା ମିଳିଛି । ନୟାଗଡ଼ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତଠାରୁ ୪ ଶହରୁ ଉର୍ଦ୍ଧ୍ୱ ବାଇକ ଶୋଭାଯାତ୍ରାରେ ବାଲୁଗାଁ ପଞ୍ଚାୟତ ବିଜୁ ଜନତା ଦଳ ପକ୍ଷରୁ ବିଧାୟକଙ୍କୁ ସ୍ୱାଗତ କରାଯାଇଥିଲା । ଦଳୀୟ କର୍ମୀମାନେ ନବୀନ ଓ ଅରୁଣ ନାରାରେ ନୟାଗଡ଼ ଖଣ୍ଡପଡ଼ା ରାସ୍ତାକୁ ପ୍ରକମ୍ପିତ କରିଥିଲେ । ଉଦଘାଟନ କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ,…

Read More

ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ

ଚାରି ସପ୍ତାହ ଭିତରେ ଅତିରିକ୍ତ ସତ୍ୟପାଠ ଦାଖଲ କର ନୟାଗଡ଼, (ନୟାଗଡ଼ ଦର୍ପଣ): ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ପାଇଁ ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ମାନ୍ୟବର ସୁପ୍ରିମକୋର୍ଟ ଡବ୍ଲୁ.ପି (ସି) ୧୩୨; ୨୦୧୬ ତା: ୨୮/୧୦/୨୦୨୧ ରେ ଏକ ରାୟ ଶୁଣାଣି କରି ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତ୍ୟେକ ସାଧାରଣ ସରକାରୀ ବିଦ୍ୟାଳୟରେ ଜଣେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟର ନ୍ୟାୟଧିଶ ସିଟି ରବିକୁମାର ଓ ରାଜେଶ ବିନ୍ଦଲଙ୍କ ଖଣ୍ଡ ପୀଠରେ ସେହି ରାୟ ଉପରେ ଆଜି ଶୁଣାଣି ହୋଇଥିଲା। ଏହି ଶୁଣାଣିରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟ ସମସ୍ତ ରାଜ୍ୟକୁ ଚ଼ାରି ସପ୍ତାହ ଭିତରେ ଅତିରିକ୍ତ ଆଫିଡ଼େଭିଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ପୁନର୍ବାସ ପରିଷଦରେ ନାମ ପଞ୍ଜିକରଣ କରିଥିବା…

Read More

ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ ଅଗ୍ନି ନିୟନ୍ତ୍ରଣ ଓ ବିପଦରୁ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ନୟାଗଡ଼ ଅଗ୍ନିଶମ କାର୍ଯ୍ୟାଳୟ ସହଯୋଗରେ ଅଗ୍ନି ନିୟନ୍ତ୍ରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ହେଉ ବା ଘରେ ହଠାତ୍ ନିଆଁ ଲାଗିଗଲେ ଅଧିକ କ୍ଷୟକ୍ଷତି ହେବା ପୂର୍ବରୁ ନିଆଁକୁ କିପରି ଆୟତ କରିହେବ ତାହା ଉପରେ ବିଦ୍ୟାଳୟର ପିଲାମାନଙ୍କୁ ଦମକଳ ବାହୀନି କର୍ମଚାରୀ ମାନେ ବିଭିନ୍ନ ଉପାୟ ମାଧ୍ୟମରେ ବୁଝାଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କ ଅନୁରୋଧ ପତ୍ର ମାଧ୍ୟମରେ ନୟାଗଡ଼ ଅଗ୍ନିଶମ ବିଭାଗ କର୍ମଚାରୀମାନେ ବନ୍ୟା ବାତ୍ୟାରୁ ରକ୍ଷା ଓ ଅଗ୍ନିକୁ ନିୟନ୍ତ୍ରଣ ଉପରେ ଅନେକ କୌଶଳ ଦେଖାଇଥିଲେ। ବିଦ୍ୟାଳୟ ପରିଚାଳନା କମିଟି, ମୋ ସ୍କୁଲ କମିଟି ଓ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ସମେତ ଛାତ୍ରଛାତ୍ରୀ ମାନେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଅନେକ କଥା ଜାଣିଲେ ବୋଲି କହିଥିଲେ। ଅଗ୍ନିଶମ ବିଭାଗର ଜୱlନ ରାମ ପ୍ରସାଦ…

Read More

ବାହାଡ଼ାଝୋଲା ନିୟନ୍ତ୍ରିତ ବଜାର କମିଟି ଆନୁକୁଲ୍ୟରେ ହେବ ନିର୍ମାଣ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବାହାଡ଼ାଝୋଲା ନିୟନ୍ତ୍ରିତ ବଜାର କମିଟି ଆନୁକୁଲ୍ୟରେ ନିର୍ମାଣ ହେବାକୁ ଥିବା ମଡେଲ୍ ମଣ୍ଡି ପାଇଁ ଆଜି ଶିଳାନ୍ୟାସ ପର୍ବ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସରୋଜ ରଣସିଂ, ସୁବାଷ ଚନ୍ଦ୍ର କହଁର, ସ୍ଥାନୀୟ ସରପଞ୍ଚସୁଶାନ୍ତ କୁମାର ପ୍ରଧାନ, ସମିତିସଭ୍ୟ ଦିଲ୍ଲୀପ କୁମାର ହାତୀ ପ୍ରମୂଖ ଯୋଗ ଦେଇଥିଲେ । ଉପଜିଲ୍ଲାପାଳ ତଥା ବାହାଡ଼ଝୋଲା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ କର୍ଣ୍ଣଦେବ ସମାଦାର, ସମ୍ପାଦକ ସୁଦାମ ଚରଣ ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ନୟାଗଡ଼ ବ୍ଲକ ଅନ୍ତର୍ଗତ ତୁଳସୀପୁର ମୈାଜାରେ ଏହି ମଡେଲ ମଣ୍ଡି ନିର୍ମାଣ ହେବାକୁ ବ୍ୟବସ୍ଥା ହୋଇଛି । ଏଥିପାଇଁ…

Read More

ବଲାଙ୍ଗୀ ପାର୍କରେ କୃତ୍ରିମ ଜଳପ୍ରପାତ ଲୋକାର୍ପଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ନିର୍ମାଣଧିନ ବଲାଙ୍ଗୀପାର୍କରେ ଆଜି ପୈାର ପରିଷଦ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ନିର୍ମାଣ କରାଯାଇଥିବା କୃତ୍ରିମ ଜଳପ୍ରପାଦ ଏବଂ ଜଳ ଫୁତକାରକୁ ଲୋକାର୍ପିତ କରିଛନ୍ତି । ନିକଟରେ ରହିଥିବା ୨୪୦ ଫୁଟ ଉଚ୍ଚା ପାହାଡ଼ ଉପରୁ ଜଳପ୍ରପାତ ନିର୍ମାଣ କରାଯାଇଛି । ଏହା ବଲାଙ୍ଗୀ ପାର୍କର ସୈାନ୍ଦର୍ଯ୍ୟ ବୃଦ୍ଧି କରୁଛି । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଂଣ୍ଠଶିଳ୍ପୀ ଅର୍ପିତା ଚୈାଧୁରୀଙ୍କ ସ୍ୱରରେ ଝୁମିଲେ ଦର୍ଶକ । ବିଧାୟକଙ୍କ ସହ ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ସମସ୍ତ କାଉନସିଲର ଯୋଗ ଦେଇଥିଲେ । ନୟାଗଡ଼ ସହର ଏବଂ ଆଖପାଖ ଗ୍ରାମାଞ୍ଚଳରୁ ୫ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ…

Read More

ବାଇକ ଶୋଭାଯାତ୍ରାରେ ସାମିଲ ହେଲେ ମହିଳା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସଦରବ୍ଲକ ଅନ୍ତର୍ଗତ କ୍ରିଦାଶପୁର ପଞ୍ଚାୟତ କୋଡ଼ିଏକାହାଣିଆଠାରୁ ଢାମେଣି ଦେଇ କ୍ରିଦାଶପୁର ଓ ବାଲୁୁଗାଁକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ପାଇଁ ଆଜି ଶିଳାନ୍ୟାସ ହୋଇଛି । ଗ୍ରାମ୍ୟ ନିର୍ମାଣ ବିଭାଗ ଆନୁକୁଲ୍ୟରେ ଏହି ରାସ୍ତା ନିର୍ମାଣ ହେବାକୁ ଥିବା ବେଳେ ୬ କୋଟି ୯୧ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ୭ କିଲୋମିଟର ରାସ୍ତା ନିର୍ମାଣ ହେବ ବୋଲି ସୂଚନା ମିଳିଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଳାନ୍ୟାସ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ସରପଞ୍ଚ ସଞ୍ଜୁବାଳା ବିଶ୍ୱାଳ, ସହକାରୀ ଯନ୍ତ୍ରୀ ସସ୍ମିତା ମୁଣ୍ଡୁରୀ, ଯନ୍ତ୍ରୀ ଅମିୟ ରଞ୍ଜନ ମହାନ୍ତି ପ୍ରମୂଖ ସାମିଲ ହୋଇଥିଲେ । ଏହି ଅବସରରେ ବିଧାୟକ ଡ.…

Read More

ବିଧାୟକ ଡ଼. ଅରୁଣଙ୍କ ଦ୍ୱାରା ରୂପାନ୍ତରିତ ମୁଖଶାଳା ଉଦଘାଟିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ବଦଳୁଛି ନୟାଗଡ଼ ସହର, ରୂପାନ୍ତରିତ ହେଉଛି ଅନେକ କିଛି। ନୟାଗଡ଼ ସହରକୁ ଏକ ଭିନ୍ନ ଋପରେ ପରିକଳ୍ପନା କରୁଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ। ନୟାଗଡ଼ ସହରରେ ରାସ୍ତାଘାଟଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟ ପ୍ରଭୃତିକୁ ନୂଆଋପ ଦେବାକୁ ଚେଷ୍ଟା ଚାଲିଛି । ଯୁବକ ଅବସ୍ଥାରେ ପହଞ୍ଚିଥିବା ନୟାଗଡ଼ ଜିଲ୍ଲାକୁ ସୈାନ୍ଦର୍ଯ୍ୟମୟ କରାଯାଉଛି। ଆଜି ନୟାଗଡ଼ ସହରରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରିତ ମୁଖଶାଳାକୁ ବିଧାୟକ ଡ. ସାହୁ ଉଦଘାଟନ କରିଛନ୍ତି। ନୟାଗଡ଼ ଜଳସମ୍ପଦ କାର୍ଯ୍ୟାଳୟ, ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ, ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନୟାଗଡ଼ ପୈାର ପରିଷଦ କାର୍ଯ୍ୟାଳୟ, ନୟାଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଖେଳପଡ଼ିଆ, ପୂର୍ତ୍ତ ବିଭାଗ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ମୁଖଶାଳା…

Read More

ନାବାର୍ଡ ଓ ଗଣିଆ ଉନ୍ନୟନ କମିଟି ଦ୍ୱାରା ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଘଡୁଆଳସ୍ଥିତ ଗଣିଆ ଉନ୍ନୟନ କମିଟି ସଭାଗୃହରେ ନାବାର୍ଡ ସହାୟତାରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଛି। ଗଣିଆ ଉନ୍ନୟନ କମିଟିର ସଭାପତି ଉଷା ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ନୟାଗଡ ବିଧାୟକ ଡ଼ଃ ଅରୁଣ କୁମାର ସାହୁ, ସମ୍ମାନିତ ଅତିଥିଭାବେ ଜ଼ିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ମୁନିସିପାଲିଟି ଅଧ୍ୟକ୍ଷା ନିରୁପମା ଖଟେଇ, ନାବାର୍ଡ ଡିଡିଏମ ତୃପ୍ତି ତାପସୀ ଏବଂ ଘଡୁଆଳ ସରପଞ୍ଚ ସଂଯୁକ୍ତାରାଣୀ ମହାପାତ୍ର ଯୋଗଦେଇଥିଲେ। ଅତିଥିମାନେ ସ୍ୱୟଂସହାୟକ ଗୋଷ୍ଠୀ ଗଠନ ଦ୍ୱାରା ମହିଳା ମାନଙ୍କର ଏକତା, ଦକ୍ଷତା, ସଂଗଠନ, ଆର୍ଥିକ ସାମାଜିକ ଏବଂ ରାଜନୈତିକ କ୍ଷେତ୍ରରେ ଦ୍ରୁତ ବିକାଶ ହୋଇଥିବା କଥା କହିଥିଲେ। ଜ଼ିଲ୍ଲାରେ କନ୍ୟା ଭ୍ରୁଣ ହତ୍ୟା, ମହିଳା ଓ ଶିଶୁ ଚାଲାଣ, ବାଲ୍ୟ ବିବାହ ରୋକିବାରେ ସ୍ୱୟଂସହାୟକ ଗୋଷ୍ଠିର ମା’ମାନେ ଏକାଠି…

Read More